ରାତି ୩ରୁ ଖୋଲିବ ୧ ନମ୍ବର ହାଟ

The Sakala Picture
Published On

ଭୁବନେଶ୍ୱର : ଏଣିକି ୧ ନମ୍ବର ହାଟ ନୂଆ ନିୟମରେ ଖୋଲିବ। ହାଟରେ ହେଉଥିବା ଭିଡକୁ ଦୃଷ୍ଟିରେ ରଖି ହାଟ ପାଖକୁ ବାଇକ୍‍ ନେବାକୁ ସମସ୍ତଙ୍କ ପାଇଁ ମନା କରାଯାଇଛି। ଏହା ସହିତ ଏବେ ଏକ ନମ୍ବର ପରିବା ହାଟ୍‍ ରାତି ୩ଟାରୁ ସକାଳ ୬ ପର୍ଯନ୍ତ ଖୋଲିବ। ଏହି ସମୟ ମଧ୍ୟରେ କେବଳ ହୋଲ୍‍ସେଲର ବା ବେପାରୀମାନେ କିଣା ବିକା କରି ପାରିବେ ବୋଲି ନିଷ୍ପତ୍ତିି ହୋଇଛି। ସକାଳ ୬ଟାରୁ ଦିନ ୧୨ ପର୍ଯ୍ୟନ୍ତ ଖୁଚୁରା […]

ଭୁବନେଶ୍ୱର : ଏଣିକି ୧ ନମ୍ବର ହାଟ ନୂଆ ନିୟମରେ ଖୋଲିବ। ହାଟରେ ହେଉଥିବା ଭିଡକୁ ଦୃଷ୍ଟିରେ ରଖି ହାଟ ପାଖକୁ ବାଇକ୍‍ ନେବାକୁ ସମସ୍ତଙ୍କ ପାଇଁ ମନା କରାଯାଇଛି। ଏହା ସହିତ ଏବେ ଏକ ନମ୍ବର ପରିବା ହାଟ୍‍ ରାତି ୩ଟାରୁ ସକାଳ ୬ ପର୍ଯନ୍ତ ଖୋଲିବ। ଏହି ସମୟ ମଧ୍ୟରେ କେବଳ ହୋଲ୍‍ସେଲର ବା ବେପାରୀମାନେ କିଣା ବିକା କରି ପାରିବେ ବୋଲି ନିଷ୍ପତ୍ତିି ହୋଇଛି। ସକାଳ ୬ଟାରୁ ଦିନ ୧୨ ପର୍ଯ୍ୟନ୍ତ ଖୁଚୁରା ବା ସାଧାରଣ ଗ୍ରାହକମାନେ ପରିବା କିଣି ପାରିବେ। ନିଜ ନିଜ ସମୟ ମୁତାବକ ସମସ୍ତଙ୍କୁ ଅନୁମତି ମିଳିବ ବୋଲି ନିଷ୍ପତ୍ତି ହୋଇଛି। ବିଶେଷକରି ସଟ୍‍ଡାଉନ୍‍ ପୂର୍ବ ଓ ପରଦିନ ହାଟରେ ହେଉଥିବା ଅସମ୍ଭବ ଭିିଡକୁ କମାଇବା ପାଇଁ ଏହି ଯୋଜନା କରାଯାଇଛି। ଏଥିଲାଗି ସୋମବାର ବିଏମ୍‍ସି ଓ ପରିବା ବ୍ୟବସାୟୀ ମହାସଂଘ ସମେତ କମିସନରେଟ୍‍ ପୁଲିସ୍‍ ଅଧିକାରୀଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ ଏହି ନିଷ୍ପତ୍ତି ହୋଇଥିବା ବେଳେ ହାଟରେ ଜିଗ୍‍ଜାଗ୍‍ ଫର୍ମାଟ୍‍ ଅର୍ଥାତ୍‍ ଗୋଟିଏ ଦୋକାନ ଖୋଲା ରହିଲେ ପାଖ ଦକାନ ବନ୍ଦ ରଖିବା ଫର୍ମାଟ୍‍ ଆପଣାଯିବ।

ଆହୁରି ପଢ଼ନ୍ତୁ: ବଲାଙ୍ଗିରରେ ଚାଞ୍ଚଲ୍ୟ: ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଠାବ, ସନ୍ଦେହରେ ଜଣେ ଅଟକ

ରାଜଧାନୀରେ ଥିବା ମାର୍କେଟଗୁଡିକରେ ଭିଡ଼ କମିବାରେ ନାଁ ଧରୁନି। ପ୍ରତିଦିନ ବିଭିନ୍ନ ମାର୍କେଟରେ ଭିଡ ଦେଖିବାକୁ ମିଳୁଛି। ନିୟମ ଅନୁଯାୟୀ ଲୋକମାନେ ନିଜ ଘରର ୫୦୦ ମିଟର ଭିତରେ ଥିବା ମାର୍କେଟକୁ ପାଦରେ ଚାଲିଚାଲି ଯାଇ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା କଥା। କିନ୍ତୁ ଏହି ନିୟମକୁ କୌଣସି ଲୋକ ଅନୁପାଳନ କରୁନାହାନ୍ତି। ସମସ୍ତେ ବାଇକ୍‍ ଧରି ମାର୍କେଟ୍‍ ମୁହାଁ ହେଉଥିବାରୁ ମାର୍କେଟରେ ଭିଡ ଜମୁଛି। ତେବେ ଏହି ନୂଆ ନିୟମ ପରେ ବିଏମ୍‍ସି ଜୋନାଲ୍‍ ଡେପୁଟି କମିସନର ଅଂଶୁମାନ ରଥ କହିଛନ୍ତିି, କିଶୋର କ୍ଲବ ପାଖରେ ଗୋଟିଏ ଗେଟ୍‍ ଆଗକୁ ଖୋଲାଯିବ। ଯେଉଁମାନେ ଡାଲା ଅଟୋରେ ପରିବା ନେବେ ସେମାନେ ଏହି ବାଟେ ନେବେ। ସେହିପରି ଜିଗଜାଗ ଫର୍ମାଟ୍‍କୁ ବି କଡ଼ାକଡ଼ିି ପାଳନ ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମରିଗଲା ମଣିଷ ପଣିଆ: ସାମାନ୍ୟ କଥାକୁ ନେଇ ମାନସିକ ବିକାରଗ୍ରସ୍ତଙ୍କୁ ଗୋଡ଼ହାତ ବାନ୍ଧି ପିଟିଲେ ଦୁର୍ବୃତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର