ଝଲସିବ ଦାରିଙ୍ଗବାଡି : ବାଲିଗୁଡାରୁ ଦାରିଙ୍ଗବାଡି ଯାଏଁ ହେବ ସୁନ୍ଦର ଓ ଉଜ୍ୱଳ ଆଲୋକ ବ୍ୟବସ୍ଥା

The Sakala Picture
Published On

ଫୁଲବାଣୀ : ଓଡିଶାର କାଶ୍ମୀର ଦାରିଙ୍ଗବାଡି ଝଲସିବ। ସୁନ୍ଦର ଓ ଉଜ୍ୱଳ ଆଲୋକୀକରଣ ହେବ। ରାସ୍ତାର ଦୁଇ ପାଶ୍ୱର୍ରେ ସୁନ୍ଦର ଆଲୋକୀକରଣ ବ୍ୟବସ୍ଥା ହେବ। ଦାରିଙ୍ଗବାଡି ମଧ୍ୟ ଦେଇ ଯାଇଥିବା ରାୟପୁର ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଆଲୋକୀକରଣ କରାଯିବ। ଫଳରେ ଓଡିଶାର କାଶ୍ମୀର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଏକ ନୂଆରୂପ ପାଇବ। ଦାରିଙ୍ଗବାଡି କେବଳ ନୁହେଁ ଏହାର ଆଖପାଖ ଅଂଚଳ ଏବଂ ସଂପୂର୍ଣ ୫୦ କିଲୋମିଟର ରାସ୍ତା ଏକ ନୁଆ ରୂପ […]

ଫୁଲବାଣୀ : ଓଡିଶାର କାଶ୍ମୀର ଦାରିଙ୍ଗବାଡି ଝଲସିବ। ସୁନ୍ଦର ଓ ଉଜ୍ୱଳ ଆଲୋକୀକରଣ ହେବ। ରାସ୍ତାର ଦୁଇ ପାଶ୍ୱର୍ରେ ସୁନ୍ଦର ଆଲୋକୀକରଣ ବ୍ୟବସ୍ଥା ହେବ। ଦାରିଙ୍ଗବାଡି ମଧ୍ୟ ଦେଇ ଯାଇଥିବା ରାୟପୁର ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଆଲୋକୀକରଣ କରାଯିବ। ଫଳରେ ଓଡିଶାର କାଶ୍ମୀର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଏକ ନୂଆରୂପ ପାଇବ। ଦାରିଙ୍ଗବାଡି କେବଳ ନୁହେଁ ଏହାର ଆଖପାଖ ଅଂଚଳ ଏବଂ ସଂପୂର୍ଣ ୫୦ କିଲୋମିଟର ରାସ୍ତା ଏକ ନୁଆ ରୂପ ପାଇବ। ବାଲିଗୁଡା ଠାରୁ ଦାରିଙ୍ଗବାଡି ୫୦ କିଲୋମିଟର ରାସ୍ତା(ଏନଏଚ୍ ୫୯)ରେ ପଡୁଥିବା ଗାଁ ମାନଙ୍କର ଉଭୟ ପାଶ୍ୱର୍ରେ ସୁନ୍ଦର ଆଲୋକୀକରଣ ହେବ। ଏ ନେଇ ଏକ ପ୍ରସ୍ତାବକୁ ମଂଜୁରୀ ମିଳିବା ସହିତ ୨୦ କୋଟି ଟଙ୍କା ମଂଜୁର ହୋଇଛି।

ଆହୁରି ପଢ଼ନ୍ତୁ: ଧର୍ମଶାଳାର ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବର୍ଷିଲା ବିଜେଡି, 'ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାର ଦାୟୀ'

ଦାରିଙ୍ଗବାଡିର ପୁରୁଖା ନେତା ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଉଦ୍ୟମ ପରେ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ଏ ନେଇ ପାଣ୍ଠି ମଂଜୁର କରିଥିବା ଜଣାପଡିଛି। ସେଥିପାଇଁ ସମସ୍ତେ ବିଧାୟକଙ୍କୁ ସାଧୁବାଦ ଜଣାଇବା ସହ ଏନଏଚଏଆଇଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲା ମଧ୍ୟ ଦେଇ ଯାଇଛି ଗୋପାଳପୁର ରାୟପୁର ୫୯ ନମ୍ବର ଜାତୀୟ ରାଜପଥ। ବର୍ତମାନ ଏହି ରାସ୍ତାକୁ ଅନେକ ସ୍ଥାନରେ ପ୍ରଶସ୍ଥିକରଣ କାମ ମଧ୍ୟ ଜାରିରହିଛି। ଦାରିଙ୍ଗବାଡି ମଧ୍ୟ ଦେଇ ଗଂଜାମ ଜିଲ୍ଲା ସୋରଡା,ଆସ୍କା ଓ ବ୍ରହ୍ମପୁର ଗୋପାଳପୁର ଯାଏଁ ଯାଇଛି ଏହି ଜାତୀୟ ରାଜପଥ। ତେବେ ରାଜ୍ୟ ଓ ରାଜ୍ୟ ବାହାରର ହଜାର ହଜାର ପର୍ଯ୍ୟଟକ ଦାରିଙ୍ଗବାଡିକୁ ପସନ୍ଦ କରିବା ସହିତ ବୁଲି ଆସନ୍ତି। ଏପରିକି ଅନେକ ସମୟରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଦାରିଙ୍ଗବାଡି ବୁଲି ଆସନ୍ତି। ରାଜ୍ୟ ପର୍ଯ୍ୟଟନର ଫୋକସରେ ରହିଥିବା ଦାରିଙ୍ଗବାଡିକୁ ରାଜ୍ୟସ୍ତରୀୟ ଶୀତ ଉତ୍ସବ ଆୟୋଜନ ସହିତ ଗତ ବର୍ଷ ଟୁରିଜିମ୍ ରିଟ୍ରିଟ୍ ମାଧ୍ୟମରେ ଅଧିକ ପ୍ରୋସାହିତ ଏବଂ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇ ଆସୁଛନ୍ତି।

ଆହୁରି ପଢ଼ନ୍ତୁ: ପଲୁଖୋଳା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ! ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

ଏପରିକି ଅନେକ ସମୟରେ ଦାରିଙ୍ଗବାଡିର ବିକାଶ ପାଇଁ ଅନେକ ଯୋଜନା ମଧ୍ୟ ପ୍ରସ୍ତୁତ ହେଉଛି। ଏପରି ସ୍ଥଳେ ରାଜ୍ୟର ଗୁରୁତ୍ୱପୂର୍ଣ ଏହି ପର୍ଯ୍ୟଟନ ସ୍ଥଳ ଦାରିଙ୍ଗବାଡି ଏକ ପଂଚାୟତ ହୋଇଥିବାରୁ ଉନ୍ନତିକରଣରେ ବାଧାସୃଷ୍ଟି ହେଉଛି। ସେଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସହର ଓ ଆଖପାଖ ଅଂଚଳର ସାମୟିକ ବିକାଶ କରାଯାଉଛି। ଏହି ପରିପେକ୍ଷୀରେ ବିଧାୟକ ସାଲୁଗା ପ୍ରଧାନ ସହର ଓ ଆଖପାଖ ଅଂଚଳର ଆଲୋକୀକରଣ ପାଇଁ ପଦକ୍ଷେପ ନେଇଥିଲେ। ଜାତୀୟ ରାଜପଥ ପ୍ରାଧିକରଣ ଏହି ପ୍ରସ୍ତାବରେ ରାଜି ହେବା ସହିତ ଆଲୋକୀକରଣ କରିବାକୁ ପଦକ୍ଷେପ ନେବେ। ଫଳରେ ଜିଲ୍ଲାର ପ୍ରମୁଖ ଉପଖଣ୍ଡ ବାଲିଗୁଡା ସହିତ ସିଧାସଳଖ ପର୍ଯ୍ୟଟନ ରୁଟ୍ ଭାବେ ଯୋଡି ହୋଇଯିବ ଦାରିଙ୍ଗବାଡି ଏବଂ ଏକ ସୁନ୍ଦର ଅନୁଭୂତି ଦେବ ପର୍ଯ୍ୟଟକଙ୍କୁ। ବାଲିଗୁଡା ଠାରୁ ଦାରିଙ୍ଗବାଡି ମଧ୍ୟରେ ପଡୁଥିବା ୨୦ଟି ଗାଁ ଓ ଛକରେ ଲାଗିବ ଉନ୍ନତ ଆଲୋକ। ଦାରିଙ୍ଗବାଡି,ସାରିଙ୍ଗିଇର୍ପି,ଶ୍ରାନିକେତା ଡାବୁଲୁମାହା,ସୁଲୁମାହା,ସୀମନବାଡି,କିରିକୁଟି,ଆଦିବାସୀ,ପାଟାଙ୍ଗି,ଲକଡି,କନ୍ଦିବାନ୍ଦା,ବାରାଡିକ୍ଲିଉ,ସିର୍ତିଗୁଡା,କୁଡପାକିଆ,ରାଜଘରା,କଂଜାମେଣ୍ଡି ଛକ,ଧୁଙ୍ଗିଆଦେଇ,ମହାସିଂ,ଦଣ୍ଡପଦର ପ୍ରଭୃତି କୋଡିଏରୁ ଅଧିକ ଗାଁ ଓ ଛକର ଉଭୟ ପାଶ୍ୱର୍ରେ ଲାଗିବ ଉଜ୍ୱଳ ଆଲୋକବ୍ୟବସ୍ଥା। ଫଳରେ ରାତ୍ରୀକାଳୀନ ଗସ୍ତ ବେଳେ ଏହି ରାସ୍ତା ଦେବ ଏକ ନୂତନ ଓ ଚମତ୍କାର ଅନୁଭୂତି। ଏହା ସହିତ ଦାରିଙ୍ଗବାଡି ମଧ୍ୟ ଝଲସିବ ଏବଂ ପର୍ଯ୍ୟଟକ ରାତିରେ ବୁଲିବାକୁ ଅଧିକ ସ୍କୋପ୍ ପାଇବା ସହିତ ନୂଆ ଅନୁଭୁତି ସାଉଁଟିବେ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଅଭିଯୁକ୍ତା ଥାନାରେ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର