ଗ୍ରାହକଙ୍କୁ ଶୋଷଣ କରୁଛି ଟାଟା ପାୱାର, ୩୦ ଦିନ ପରିବର୍ତ୍ତେ ୨୫ ଦିନର କରୁଛି ବିଲ୍‍

The Sakala Picture
Published On

ପଦ୍ମପୁର: ରାଜ୍ୟ ସରକାର ଗତ ୧ ଜାନୁଆରୀ ୨ରୁ ଟାଟା ପାୱାରକୁ ବିଦ୍ୟୁତ ବିତରଣ ଭାର ହସ୍ତାନ୍ତର କରିଥିଲେ। ଏହାପରଠାରୁ ଏହି କମ୍ପାନୀ ବିଭିନ୍ନ ଆଳ ରେ ଉପଭୋକ୍ତାମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ବିଦ୍ୟୁତ ସେବାକୁ ନିରବଚ୍ଛିନ୍ନ ଭାବେ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଏହି କମ୍ପାନୀ ଉପଭୋକ୍ତାଙ୍କୁ ଅତିରିକ୍ତ ଅର୍ଥ ଚାପ ଦେଇ ଲୁଟୁଥିବା ଅଭିଯୋଗ ହେଉଛି। ବିଭିନ୍ନ ବର୍ଗର ପାଇଁ ଭିନ୍ନ ଭିନ୍ନ ସ୍ଲାବ୍‍ ଥିବା ବେଳେ ବିନା ସୂଚନାରେ କମ୍ପାନୀ ପରିବର୍ତ୍ତନ […]

ପଦ୍ମପୁର: ରାଜ୍ୟ ସରକାର ଗତ ୧ ଜାନୁଆରୀ ୨ରୁ ଟାଟା ପାୱାରକୁ ବିଦ୍ୟୁତ ବିତରଣ ଭାର ହସ୍ତାନ୍ତର କରିଥିଲେ। ଏହାପରଠାରୁ ଏହି କମ୍ପାନୀ ବିଭିନ୍ନ ଆଳ ରେ ଉପଭୋକ୍ତାମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ବିଦ୍ୟୁତ ସେବାକୁ ନିରବଚ୍ଛିନ୍ନ ଭାବେ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଏହି କମ୍ପାନୀ ଉପଭୋକ୍ତାଙ୍କୁ ଅତିରିକ୍ତ ଅର୍ଥ ଚାପ ଦେଇ ଲୁଟୁଥିବା ଅଭିଯୋଗ ହେଉଛି। ବିଭିନ୍ନ ବର୍ଗର ପାଇଁ ଭିନ୍ନ ଭିନ୍ନ ସ୍ଲାବ୍‍ ଥିବା ବେଳେ ବିନା ସୂଚନାରେ କମ୍ପାନୀ ପରିବର୍ତ୍ତନ କରୁଛି। ପ୍ରଥମ ୫୦ ୟୁନିଟ ବ୍ୟବହାର ପାଇଁ ଘରୋଇ ଉପଭୋକ୍ତା ୟୁନିଟ ପିଛା ୩ ଟଙ୍କା, ୫୦ ରୁ ୨୦୦ ୟୁନିଟ ଯାଏ ଟଙ୍କା ୪.୮୦ ପଇସା, ୨୦୦ ରୁ ୪୦୦ ୟୁନିଟ ଟଙ୍କା୫.୮୦ ପଇସା, ଓ ୪୦୦ ରୁ ଅଧିକ ୟୁନିଟ ପାଇଁ ୟୁନିଟ ପିଛା ୬ଟଙ୍କା୨୦ ପଇସା ଆଦାୟ କରିବା ନିୟମ ଅଛି। ମାତ୍ର ଟାଟା ପାୱାର ଏହି ସ୍ଲାବ୍‍ ନିୟମ ଠାରୁ ଅଧିକ ଆଦାୟ କରୁଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଅଭିଯୋଗ ମୁତାବକ, ପ୍ରଥମ ସ୍ଲାବ୍‍ ୧ ରୁ ୫୦ ୟୁନିଟ ହୋଇଥିବା ବେଳେ କମ୍ପାନୀ ପ୍ରଥମ ସ୍ଲାବ୍କୁ ୧ ରୁ ୪୫ ୟୁନିଟ ରେ ହିସାବ କରୁଛି। ପଦ୍ମପୁର ମୈତ୍ରୀ ନଗରର ନବୀନ ସାହୁ ନାମକ ଜଣେ ଉପଭୋକ୍ତା ମୋଟ ୨୪୪ ୟୁନିଟ ବିଦ୍ୟୁତ ବ୍ୟବହାରପାଇଁ ତାଙ୍କ ଠାରୁ ଚଞ୍ଚକତା କରି ଅଧିକ ୭୪ ଟଙ୍କା ବିଲ୍‍ ଆଦାୟ ହୋଇଛି।ତାଙ୍କ ଠାରୁ ୩ ଟଙ୍କିଆ ସ୍ଲାବ୍‍ରେ ୫ ୟୁନିଟ ଓ ୪ ଟଙ୍କା ୮୦ପଇସା ସ୍ଲାବରେ ୨୧ ୟୁନିଟ ବିଜୁଳି ବାଦ୍‍ ଦିଆଯାଇ ସର୍ବୋଚ୍ଚ ଦରରେ ହିସାବ ହୋଇଛି। ସେହିପରି ଉପଭୋକ୍ତା ମାନେ ଇଲେକ୍ଟ୍ରି ଡ୍ୟୁଟି , ଫିକ୍ସଡ ଚାର୍ଜ ଓ ମିଟର ଭଡା ବାବଦରେ ମଧ୍ୟ ଟଙ୍କା ଦେଉଛନ୍ତି। ମୋବାଇଲ ସେବା ଯୋଗାଉ ଥିବା ବିଭିନ୍ନ କମ୍ପାନୀ ଯେପରି ମାସିକ ରିଚାର୍ଜ ସମୟ ସୀମାକୁ ୨୮ ଦିନ ରେ ସୀମିତ କରିଛନ୍ତି ଓ ଅତିରିକ୍ତ ଏକ ମାସର ରିଚାର୍ଜ କରାଇନେବା ଯୋଜନାବଦ୍ଧକୁ ଟାଟା ପାୱାର ଆପଣାଇ ୩୦ ଦିନ ପରିବର୍ତ୍ତେ ୨୫ ଦିନରେ ବିଲ୍‍ ଦେଉଛି। ଏହା ଏକ ସୁଚିନ୍ତିତ ଠକେଇ ଏବଂ ଉପଭୋକ୍ତା ଏହାର ଟେର ମଧ୍ୟ ପାଉନହାନ୍ତି। ୧୨ ମାସରେ ୧୨ ବିଲ୍‍ ପରିବର୍ତ୍ତେ ଏକ ମାସ ଅଧିକ ବିଲ୍‍ ଆଦାୟ କରି ଅତିରିକ୍ତ ବିଦ୍ୟୁତ ସେବା କର ( ଇଲେକ୍ଟ୍ରି ଡ୍ୟୁଟି , ମିଟର ଭଡା, ଫିକ୍ସଡ ଚାର୍ଜ )ନାମରେ ଅର୍ଥ ଲୁଟୁଛନ୍ତି। ଏହି କଂପାନୀ ନେବା ଠାରୁ ଉପଭୋକ୍ତା ନିରୁପାୟ ହୋଇ କେବଳ ଠକାମୀ ର ଶିକାର ହେଉଛି ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

22 May 2022 By The Sakala

ଗ୍ରାହକଙ୍କୁ ଶୋଷଣ କରୁଛି ଟାଟା ପାୱାର, ୩୦ ଦିନ ପରିବର୍ତ୍ତେ ୨୫ ଦିନର କରୁଛି ବିଲ୍‍

ପଦ୍ମପୁର: ରାଜ୍ୟ ସରକାର ଗତ ୧ ଜାନୁଆରୀ ୨ରୁ ଟାଟା ପାୱାରକୁ ବିଦ୍ୟୁତ ବିତରଣ ଭାର ହସ୍ତାନ୍ତର କରିଥିଲେ। ଏହାପରଠାରୁ ଏହି କମ୍ପାନୀ ବିଭିନ୍ନ ଆଳ ରେ ଉପଭୋକ୍ତାମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ବିଦ୍ୟୁତ ସେବାକୁ ନିରବଚ୍ଛିନ୍ନ ଭାବେ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଏହି କମ୍ପାନୀ ଉପଭୋକ୍ତାଙ୍କୁ ଅତିରିକ୍ତ ଅର୍ଥ ଚାପ ଦେଇ ଲୁଟୁଥିବା ଅଭିଯୋଗ ହେଉଛି। ବିଭିନ୍ନ ବର୍ଗର ପାଇଁ ଭିନ୍ନ ଭିନ୍ନ ସ୍ଲାବ୍‍ ଥିବା ବେଳେ ବିନା ସୂଚନାରେ କମ୍ପାନୀ ପରିବର୍ତ୍ତନ କରୁଛି। ପ୍ରଥମ ୫୦ ୟୁନିଟ ବ୍ୟବହାର ପାଇଁ ଘରୋଇ ଉପଭୋକ୍ତା ୟୁନିଟ ପିଛା ୩ ଟଙ୍କା, ୫୦ ରୁ ୨୦୦ ୟୁନିଟ ଯାଏ ଟଙ୍କା ୪.୮୦ ପଇସା, ୨୦୦ ରୁ ୪୦୦ ୟୁନିଟ ଟଙ୍କା୫.୮୦ ପଇସା, ଓ ୪୦୦ ରୁ ଅଧିକ ୟୁନିଟ ପାଇଁ ୟୁନିଟ ପିଛା ୬ଟଙ୍କା୨୦ ପଇସା ଆଦାୟ କରିବା ନିୟମ ଅଛି। ମାତ୍ର ଟାଟା ପାୱାର ଏହି ସ୍ଲାବ୍‍ ନିୟମ ଠାରୁ ଅଧିକ ଆଦାୟ କରୁଥିବା ଅଭିଯୋଗ ହେଉଛି।

ଅଭିଯୋଗ ମୁତାବକ, ପ୍ରଥମ ସ୍ଲାବ୍‍ ୧ ରୁ ୫୦ ୟୁନିଟ ହୋଇଥିବା ବେଳେ କମ୍ପାନୀ ପ୍ରଥମ ସ୍ଲାବ୍କୁ ୧ ରୁ ୪୫ ୟୁନିଟ ରେ ହିସାବ କରୁଛି। ପଦ୍ମପୁର ମୈତ୍ରୀ ନଗରର ନବୀନ ସାହୁ ନାମକ ଜଣେ ଉପଭୋକ୍ତା ମୋଟ ୨୪୪ ୟୁନିଟ ବିଦ୍ୟୁତ ବ୍ୟବହାରପାଇଁ ତାଙ୍କ ଠାରୁ ଚଞ୍ଚକତା କରି ଅଧିକ ୭୪ ଟଙ୍କା ବିଲ୍‍ ଆଦାୟ ହୋଇଛି।ତାଙ୍କ ଠାରୁ ୩ ଟଙ୍କିଆ ସ୍ଲାବ୍‍ରେ ୫ ୟୁନିଟ ଓ ୪ ଟଙ୍କା ୮୦ପଇସା ସ୍ଲାବରେ ୨୧ ୟୁନିଟ ବିଜୁଳି ବାଦ୍‍ ଦିଆଯାଇ ସର୍ବୋଚ୍ଚ ଦରରେ ହିସାବ ହୋଇଛି। ସେହିପରି ଉପଭୋକ୍ତା ମାନେ ଇଲେକ୍ଟ୍ରି ଡ୍ୟୁଟି , ଫିକ୍ସଡ ଚାର୍ଜ ଓ ମିଟର ଭଡା ବାବଦରେ ମଧ୍ୟ ଟଙ୍କା ଦେଉଛନ୍ତି। ମୋବାଇଲ ସେବା ଯୋଗାଉ ଥିବା ବିଭିନ୍ନ କମ୍ପାନୀ ଯେପରି ମାସିକ ରିଚାର୍ଜ ସମୟ ସୀମାକୁ ୨୮ ଦିନ ରେ ସୀମିତ କରିଛନ୍ତି ଓ ଅତିରିକ୍ତ ଏକ ମାସର ରିଚାର୍ଜ କରାଇନେବା ଯୋଜନାବଦ୍ଧକୁ ଟାଟା ପାୱାର ଆପଣାଇ ୩୦ ଦିନ ପରିବର୍ତ୍ତେ ୨୫ ଦିନରେ ବିଲ୍‍ ଦେଉଛି। ଏହା ଏକ ସୁଚିନ୍ତିତ ଠକେଇ ଏବଂ ଉପଭୋକ୍ତା ଏହାର ଟେର ମଧ୍ୟ ପାଉନହାନ୍ତି। ୧୨ ମାସରେ ୧୨ ବିଲ୍‍ ପରିବର୍ତ୍ତେ ଏକ ମାସ ଅଧିକ ବିଲ୍‍ ଆଦାୟ କରି ଅତିରିକ୍ତ ବିଦ୍ୟୁତ ସେବା କର ( ଇଲେକ୍ଟ୍ରି ଡ୍ୟୁଟି , ମିଟର ଭଡା, ଫିକ୍ସଡ ଚାର୍ଜ )ନାମରେ ଅର୍ଥ ଲୁଟୁଛନ୍ତି। ଏହି କଂପାନୀ ନେବା ଠାରୁ ଉପଭୋକ୍ତା ନିରୁପାୟ ହୋଇ କେବଳ ଠକାମୀ ର ଶିକାର ହେଉଛି ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।

https://www.thesakala.in/latest-odisha-news/bargarh/tatapower-is-exploiting-customers-by-cheating-the-bill/article-11804
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର