ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

Madhusudan Das Picture
Published On

ବାଲେଶ୍ୱର: ବେଦୀରେ ବସିବା ପରେ ବଦଳିଗଲା ବରର ମନ । ଅଧା ବାହାଘରରୁ କନିଆଁକୁ ଛାଡ଼ି ପଳାଇ ଆସିଲା ବର। ଏଭଳି ଅଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳରେ । ଘଟଣା ପରେ ବରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

ଆହୁରି ପଢ଼ନ୍ତୁ: ଚିଲିକା ବକ୍ଷରେ ମହାପ୍ରଭୁଙ୍କ ଅନନ୍ୟ ‘ଜଳ ରଥଯାତ୍ରା’: ଦିବ୍ୟ ନୌକା ବିହାର ଦେଖିଲେ ଶ୍ରଦ୍ଧାଳୁ

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ଲାବଣ୍ୟସ୍ମିତା ମହାନ୍ତ ଏବଂ କ୍ଷୀରୋଦ ମହାନ୍ତଙ୍କ ମଧ୍ୟରେ ୩ ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପୂର୍ବରୁ ଉଭୟଙ୍କ ସହମତିରେ ରେଜିଷ୍ଟ୍ରି ବିବାହ ସରିଥିବା ବେଳେ ଗତକାଲି ମନ୍ଦିରରେ ବିହାହ ହେଉଥିଲା। ବେଦୀରେ ବସିଥିବା ବେଳେ କିଛି ବ୍ୟକ୍ତି ଆସି କ୍ଷୀରୋଦଙ୍କୁ ବିବାହ ନ କରିବାକୁ ବୁଝାଇଥିଲେ। 

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଅଭାବନୀୟ ଘଟଣା: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ଓ ବୃଦ୍ଧାଙ୍କ ମୃତ୍ୟୁ

ବର ମନକୁ ପରିବର୍ତ୍ତନ କରିବା ବିବାହ କରିବାକୁ ସିଧା ସିଧା ମନା କରିଥିଲେ କ୍ଷୀରୋଦ । ଠିକ୍ ପରେ ପରେ କ୍ଷୀରୋଦ ମଧ୍ୟ ଝିଅକୁ ଛାଡ଼ି ପଳାଇଯାଇଥିଲେ। ତେବେ ବର କାହିଁକି ଏଭଳି କଲେ ତାହା ଜଣା ପଡ଼ିନଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। କିନ୍ତୁ କନ୍ୟା ଲାବଣ୍ୟସ୍ମିତା ବିବାହ କରିବାକୁ ଜିଦ୍ ଧରିଥିଲେ । ଅନ୍ୟପଟେ ବରଙ୍କ ପରିବାର ପକ୍ଷରୁ ଏହି ବିବାହକୁ ଆଦୌ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ବେଳେ ଉଭୟ ପକ୍ଷକୁ ନେଇ ସହଦେବ ଖୁଣ୍ଟା ଥାନା ପୋଲିସ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

04 Jun 2026 By Madhusudan Das

ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ବାଲେଶ୍ୱର: ବେଦୀରେ ବସିବା ପରେ ବଦଳିଗଲା ବରର ମନ । ଅଧା ବାହାଘରରୁ କନିଆଁକୁ ଛାଡ଼ି ପଳାଇ ଆସିଲା ବର। ଏଭଳି ଅଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳରେ । ଘଟଣା ପରେ ବରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ଲାବଣ୍ୟସ୍ମିତା ମହାନ୍ତ ଏବଂ କ୍ଷୀରୋଦ ମହାନ୍ତଙ୍କ ମଧ୍ୟରେ ୩ ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପୂର୍ବରୁ ଉଭୟଙ୍କ ସହମତିରେ ରେଜିଷ୍ଟ୍ରି ବିବାହ ସରିଥିବା ବେଳେ ଗତକାଲି ମନ୍ଦିରରେ ବିହାହ ହେଉଥିଲା। ବେଦୀରେ ବସିଥିବା ବେଳେ କିଛି ବ୍ୟକ୍ତି ଆସି କ୍ଷୀରୋଦଙ୍କୁ ବିବାହ ନ କରିବାକୁ ବୁଝାଇଥିଲେ। 

ବର ମନକୁ ପରିବର୍ତ୍ତନ କରିବା ବିବାହ କରିବାକୁ ସିଧା ସିଧା ମନା କରିଥିଲେ କ୍ଷୀରୋଦ । ଠିକ୍ ପରେ ପରେ କ୍ଷୀରୋଦ ମଧ୍ୟ ଝିଅକୁ ଛାଡ଼ି ପଳାଇଯାଇଥିଲେ। ତେବେ ବର କାହିଁକି ଏଭଳି କଲେ ତାହା ଜଣା ପଡ଼ିନଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। କିନ୍ତୁ କନ୍ୟା ଲାବଣ୍ୟସ୍ମିତା ବିବାହ କରିବାକୁ ଜିଦ୍ ଧରିଥିଲେ । ଅନ୍ୟପଟେ ବରଙ୍କ ପରିବାର ପକ୍ଷରୁ ଏହି ବିବାହକୁ ଆଦୌ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ବେଳେ ଉଭୟ ପକ୍ଷକୁ ନେଇ ସହଦେବ ଖୁଣ୍ଟା ଥାନା ପୋଲିସ ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର