SIR ପାଇଁ ସାମାନ୍ୟ ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ, ଅକ୍ଟୋବରରୁ ଡୋର ଟୁ ଡୋର ସର୍ଭେ

Madhusudan Das Picture
Published On

ଭୁବନେଶ୍ୱର: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓଡ଼ିଶାରେ ବିଳମ୍ବ ହେବାର ସମ୍ଭାବନା ରହିଛି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଚାଲୁଥିବାରୁ ଏହି ବିଳମ୍ବ ଘଟିପାରେ ବୋଲି ରାଜ୍ୟ ନିର୍ବାଚନ କମିଶନ (SEC) ସଚିବ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ, ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ସରିବା ପରେ ହିଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ଏକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଏହାର ମୂଳ ଲକ୍ଷ୍ୟ। ଏହି ପ୍ରକ୍ରିୟାର ଅଂଶସ୍ୱରୂପ, ଅକ୍ଟୋବର ୨୬ ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର ବୁଲି ଭୋଟରଙ୍କ ଯାଞ୍ଚ କରାଯିବ। 

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଏଥିପାଇଁ ଜୁଲାଇ ୩୧ ସୁଦ୍ଧା ସର୍ଭେ ଟିମ୍ ଗଠନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗ୍ୟ ଭୋଟରମାନଙ୍କ ବ୍ୟାପକ ଯାଞ୍ଚ ନିଶ୍ଚିତ କରିବା ପାଇଁ ଏହି ଟିମ୍‌ରେ ବୁଥ୍ ସ୍ତରୀୟ ଅଧିକାରୀ (BLO), ଅଙ୍ଗନବାଡ଼ି କର୍ମୀ ଏବଂ ଆଶା କର୍ମୀମାନଙ୍କୁ ସାମିଲ କରାଯିବ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଆସନ୍ତା ଫେବୃଆରୀ ୧୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ୱାର୍ଡୱାରୀ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଶା ପ୍ରକାଶ କରିଛନ୍ତି। ସମୀକ୍ଷା ବୈଠକରେ ସଂରକ୍ଷଣ ବ୍ୟବସ୍ଥା, ପ୍ରତି ପୋଲିଂ ବୁଥ୍‌ରେ ଭୋଟରଙ୍କ ସଂଖ୍ୟା ଏବଂ ଆଗାମୀ ନିର୍ବାଚନ ପାଇଁ ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରିବା ନେଇ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର