ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ

The Sakala Picture
Published On

ବାଲେଶ୍ୱର: ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ । ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି। ସୂଚନା ଅନୁଯାୟୀ, ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵରସ୍ଥିତ ଅଫିସ, ରାୟଗଡା କସ୍ତୁରିନଗର ସ୍ଥିତ […]

ବାଲେଶ୍ୱର: ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ଯନିର୍ବାହୀ ଯନ୍ତ୍ରୀ । ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସୂଚନା ଅନୁଯାୟୀ, ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵରସ୍ଥିତ ଅଫିସ, ରାୟଗଡା କସ୍ତୁରିନଗର ସ୍ଥିତ ପୈତୃକ ଘର, ବିଶାଖାପାଟନମ୍ ଛିନ୍ନଗଦିଲିସ୍ଥିତ ଫ୍ଲାଟ, ଭୁବନେଶ୍ବର ସୁନ୍ଦରପଦାରେ ଥିବା ଫ୍ଲାଟ, ମୟୁରଭଞ୍ଜ ବାରିପଦା ମୁର୍ଗାବାଡିସ୍ଥିତ ସରକାରୀ ବାସଭବନରେ ଚଢାଉ ଚାଲିଛି । ଭୁବନେଶ୍ଵର ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ରେଡ୍ ହୋଇଛି । ଏହି ଚଢାଉରେ ୩ ଜଣ ଡିଏସପି, ୧୨ ଜଣ ଇନସ୍ପେକ୍ଟର, ୨ ଜଣ ସବ୍ ଇନସ୍ପେକ୍ଟର, ୫ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର