ଚଳନ୍ତା ଡମ୍ପରରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାମୁଳିଆ ଓଭରବ୍ରିଜ୍ ଉପରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଚଳନ୍ତା ଡମ୍ପର(ଓଡି୦୪ଏଲ୍୫୬୦୩) ହୁତୁ ହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି। ରବିବାର ଦିନ ଅପରାହ୍ନ ସମୟରେ ତାମୁଳିଆ ଓଭରବ୍ରିଜ୍ ଦେଇ କୁରୁଡା ଅଭିମୁଖେ ଯାଉଥିବା ବେଳେ ଏକ ଚଳନ୍ତା ଡମ୍ପରରେ ଆକସ୍ମିକ ଭାବେ ହୁ ହୁ ନିଆଁ ଜଳିଥିଲା। ନିଆଁ ଲାଗିବା କଥା ଜାଣିବା ପରେ ଚାଳକ ଜୀବନ ବିକଳରେ ଗାଡିରୁ ଡେଇପଡିଥିଲେ। ପରେ ଖବର ପାଇଁ […]

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାମୁଳିଆ ଓଭରବ୍ରିଜ୍ ଉପରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଚଳନ୍ତା ଡମ୍ପର(ଓଡି୦୪ଏଲ୍୫୬୦୩) ହୁତୁ ହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି। ରବିବାର ଦିନ ଅପରାହ୍ନ ସମୟରେ ତାମୁଳିଆ ଓଭରବ୍ରିଜ୍ ଦେଇ କୁରୁଡା ଅଭିମୁଖେ ଯାଉଥିବା ବେଳେ ଏକ ଚଳନ୍ତା ଡମ୍ପରରେ ଆକସ୍ମିକ ଭାବେ ହୁ ହୁ ନିଆଁ ଜଳିଥିଲା। ନିଆଁ ଲାଗିବା କଥା ଜାଣିବା ପରେ ଚାଳକ ଜୀବନ ବିକଳରେ ଗାଡିରୁ ଡେଇପଡିଥିଲେ। ପରେ ଖବର ପାଇଁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଚଳନ୍ତା ଗାଡିରେ ଏପରି ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଅଗ୍ନିକାଣ୍ଡ ପାଇଁ କିଛି ସମୟ ପର୍ଯ୍ଯନ୍ତ ଓଭରବ୍ରିଜ୍ ରେ ଯାତାୟାତ ବନ୍ଦ ରହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର