ସ୍ୱାମୀଙ୍କୁ ଆର୍ଥିକ ସହଯୋଗ ପାଇଁ ସ୍ତ୍ରୀଙ୍କ ପ୍ରୟାସ

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ନୂଆବଜାର ସ୍ଥିତ ଝଡେସ୍ୱର ମନ୍ଦିର ପାଖରେ ପଇଡ ବ୍ୟବସାୟ କରନ୍ତି ସସ୍ମିତା । ମନ୍ଦିରକୁ ଆସୁଥିବା ଭକ୍ତ ଓ ପାଖରେ ଥିବା ନର୍ସିଂହୋମକୁ ଆସୁଥିବା ଜନସାଧାରଣଙ୍କ ପଇଡ ପାଣିରେ ତୃଷ୍ଣା ମେଣ୍ଟାଇଥାନ୍ତି । ଘର ରେମୁଣା ବ୍ଲକ ଖନ୍ତାପଡା ଥାନା ମହାରାଜପୁର ପଞ୍ଚାୟତର ବାଟିଟଙ୍କି ଗାଁ । ସ୍ୱାମୀ ଗୟାଧର ବେହେରା ଅଟୋ ଚଳାଇ ରୋଜଗାର କରି ଦୁଇଝିଅ ,ଗୋଟିଏ ପୁଅ ସମେତ ପାଞ୍ଚ ପ୍ରାଣୀଙ୍କ ଚଳାଇ ଆସୁଥିଲେ ହେଲେ କରୋନା ସମୟର ଲକଡାଉନ […]

ବାଲେଶ୍ଵର: ବାଲେଶ୍ଵର ନୂଆବଜାର ସ୍ଥିତ ଝଡେସ୍ୱର ମନ୍ଦିର ପାଖରେ ପଇଡ ବ୍ୟବସାୟ କରନ୍ତି ସସ୍ମିତା । ମନ୍ଦିରକୁ ଆସୁଥିବା ଭକ୍ତ ଓ ପାଖରେ ଥିବା ନର୍ସିଂହୋମକୁ ଆସୁଥିବା ଜନସାଧାରଣଙ୍କ ପଇଡ ପାଣିରେ ତୃଷ୍ଣା ମେଣ୍ଟାଇଥାନ୍ତି । ଘର ରେମୁଣା ବ୍ଲକ ଖନ୍ତାପଡା ଥାନା ମହାରାଜପୁର ପଞ୍ଚାୟତର ବାଟିଟଙ୍କି ଗାଁ । ସ୍ୱାମୀ ଗୟାଧର ବେହେରା ଅଟୋ ଚଳାଇ ରୋଜଗାର କରି ଦୁଇଝିଅ ,ଗୋଟିଏ ପୁଅ ସମେତ ପାଞ୍ଚ ପ୍ରାଣୀଙ୍କ ଚଳାଇ ଆସୁଥିଲେ ହେଲେ କରୋନା ସମୟର ଲକଡାଉନ ପାଇଁ ଘୋର ଆର୍ଥିକ ସଂକଟ ଦେଖା ଦେଇଥିଲା । ବଡ ଝିଅ ଷଷ୍ଠ ଶ୍ରେଣୀରେ ଭଲ ପାଠପଢି ନବୋଦୟ ପାଇଁ ପ୍ରସ୍ତୁତ ହେଉଥିଲେ ସୁଦ୍ଧା ଟିଉସନ ଓ ଏଣ୍ଡ୍ରୋଏଡ଼ ମୋବାଇଲ ଯୋଗାଇ ପରିବା ଦମ୍ପତିଙ୍କ ପାଇଁ ସମ୍ଭବ ହୋଇନାହିଁ । ଗୋଟିଏ ପଟେ ଲକ ଡାଉନ ସମୟରେ ଯାତ୍ରୀ ଅଭାବରୁ ଅଟୋ କିସ୍ତି ଦେବାକୁ ନାହିଁ ନଥିବା ଅସୁବିଧାକୁ ସାମ୍ନା କରିବାକୁ ପଡିଥିଲା । ଆର୍ଥୀକ ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ସସ୍ମିତା ନିଜଗାଁ ରୁ ପଇଡ ସଂଗ୍ରହ କରି ସ୍ୱାମୀ ସହ ନୀତି ଦିନ ଆସି ଝାଡେସ୍ୱର ମନ୍ଦିର ସମ୍ମୁଖରେ ଗତ ମାର୍ଚ୍ଚ ମାସ ଠାରୁ ପଇଡ ବିକ୍ରୀ ଆରମ୍ବ କରିଛନ୍ତି ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ପ୍ରକୃତ ଅର୍ଦ୍ଧାଙ୍ଗିନୀ ହିସାବରେ ନିଜ ସ୍ୱାମୀର ପ୍ରତୀଟି ବିପଦ ପରିସ୍ଥିତିରେ ସେ ତାଙ୍କ ସହ ଛିଡା ହୋଇ ସହଯୋଗ କରୁଛନ୍ତି ବୋଲି ସସ୍ମିତା କହିଛନ୍ତି। ହସ ଖୁସିର ଛୋଟ ପରିବାରରେ ରହି ଲକ୍ଷ ଅନେକ ଅଛି କିନ୍ତୁ ପ୍ରାଥମିକ ସ୍ତରରେ ଅଟୋ କିସ୍ତି ସୁଝିବେ ଓ ଝିଅ ପାଇଁ ଖଣ୍ଡେ ଭଲ ଫୋନ କିଣିବା ତାଙ୍କର ଲକ୍ଷ । ସ୍ୱାମୀ ସହ ତିନି ବର୍ଷର ପୁଅ କୁ ନେଇ ପ୍ରତିଦିନ ସକାଳ ୯ରେ ନିଜ ଅଟୋରେ ଘରୁ ବାହାରି ଆସି ସସ୍ମିତା ପଇଡ ବିକ୍ରି କରିଥାନ୍ତି ଓ ସ୍ୱାମୀ ଭଡା ଅନୁଯାଇ ଅଟୋ ଚଲାନ୍ତି । ଘରୁ ଆଣିଥିବା ଖାଦ୍ୟ ପୁଡିଆକୁ ମଧ୍ୟାହ୍ନରେ ଖାଇ ମନ୍ଦିର ପିଣ୍ଡାରେ ବିଶ୍ରାମ ନିଅନ୍ତି । ପୁଣି ସନ୍ଧ୍ୟାରେ ମନ୍ଦିର ସାମ୍ନାକୁ ସମ୍ପୂର୍ଣ୍ଣ ପରିସ୍କାର କରି ସନ୍ଧ୍ୟାରେ ଘରକୁ ଫେରି ଯାଆନ୍ତି। ଏହି ପରିସ୍ଥିତି ରେ ମନ୍ଦିର ପୂଜକ ମାନେ ସହଯୋଗ କରିଥାନ୍ତି ଓ ମୁନ୍ସୀପାଲିଟିକୁ ବସିବା ବାବଦକୁ ୧୦ ଟଙ୍କା ଦେଇଥାନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଜୀବନରେ କାହାରି ଆଗରେ ହାତ ନପତାଇ ଆତ୍ମନିର୍ଭରଶୀଳ ହୋଇ କେଉଁ ଦିନ ୫୦ ଟଙ୍କା ଓ କେଉଁ ଦିନ ୨୦୦ ଟଙ୍କା ଲାଭ କରି ସ୍ୱାମୀଙ୍କୁ ସହଯୋଗ କରି ଖୁଶି ଅଛନ୍ତି ବୋଲି ସସ୍ମିତା କହିଛନ୍ତି। ପରିବାର ପ୍ରତିପୋଷଣ କେବଳ ସ୍ୱାମୀ ନୁହେଁ ସ୍ତ୍ରୀର ମଧ୍ୟ କର୍ତବ୍ୟ ଅଛି ଭାବି ରାଜ ରାସ୍ତା ପର୍ଯ୍ୟନ୍ତ ଓଲ୍ହାଇବାକୁ ପ୍ରସ୍ତୁତ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

28 Jan 2022 By The Sakala

ସ୍ୱାମୀଙ୍କୁ ଆର୍ଥିକ ସହଯୋଗ ପାଇଁ ସ୍ତ୍ରୀଙ୍କ ପ୍ରୟାସ

ବାଲେଶ୍ଵର: ବାଲେଶ୍ଵର ନୂଆବଜାର ସ୍ଥିତ ଝଡେସ୍ୱର ମନ୍ଦିର ପାଖରେ ପଇଡ ବ୍ୟବସାୟ କରନ୍ତି ସସ୍ମିତା । ମନ୍ଦିରକୁ ଆସୁଥିବା ଭକ୍ତ ଓ ପାଖରେ ଥିବା ନର୍ସିଂହୋମକୁ ଆସୁଥିବା ଜନସାଧାରଣଙ୍କ ପଇଡ ପାଣିରେ ତୃଷ୍ଣା ମେଣ୍ଟାଇଥାନ୍ତି । ଘର ରେମୁଣା ବ୍ଲକ ଖନ୍ତାପଡା ଥାନା ମହାରାଜପୁର ପଞ୍ଚାୟତର ବାଟିଟଙ୍କି ଗାଁ । ସ୍ୱାମୀ ଗୟାଧର ବେହେରା ଅଟୋ ଚଳାଇ ରୋଜଗାର କରି ଦୁଇଝିଅ ,ଗୋଟିଏ ପୁଅ ସମେତ ପାଞ୍ଚ ପ୍ରାଣୀଙ୍କ ଚଳାଇ ଆସୁଥିଲେ ହେଲେ କରୋନା ସମୟର ଲକଡାଉନ ପାଇଁ ଘୋର ଆର୍ଥିକ ସଂକଟ ଦେଖା ଦେଇଥିଲା । ବଡ ଝିଅ ଷଷ୍ଠ ଶ୍ରେଣୀରେ ଭଲ ପାଠପଢି ନବୋଦୟ ପାଇଁ ପ୍ରସ୍ତୁତ ହେଉଥିଲେ ସୁଦ୍ଧା ଟିଉସନ ଓ ଏଣ୍ଡ୍ରୋଏଡ଼ ମୋବାଇଲ ଯୋଗାଇ ପରିବା ଦମ୍ପତିଙ୍କ ପାଇଁ ସମ୍ଭବ ହୋଇନାହିଁ । ଗୋଟିଏ ପଟେ ଲକ ଡାଉନ ସମୟରେ ଯାତ୍ରୀ ଅଭାବରୁ ଅଟୋ କିସ୍ତି ଦେବାକୁ ନାହିଁ ନଥିବା ଅସୁବିଧାକୁ ସାମ୍ନା କରିବାକୁ ପଡିଥିଲା । ଆର୍ଥୀକ ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ସସ୍ମିତା ନିଜଗାଁ ରୁ ପଇଡ ସଂଗ୍ରହ କରି ସ୍ୱାମୀ ସହ ନୀତି ଦିନ ଆସି ଝାଡେସ୍ୱର ମନ୍ଦିର ସମ୍ମୁଖରେ ଗତ ମାର୍ଚ୍ଚ ମାସ ଠାରୁ ପଇଡ ବିକ୍ରୀ ଆରମ୍ବ କରିଛନ୍ତି ।

ପ୍ରକୃତ ଅର୍ଦ୍ଧାଙ୍ଗିନୀ ହିସାବରେ ନିଜ ସ୍ୱାମୀର ପ୍ରତୀଟି ବିପଦ ପରିସ୍ଥିତିରେ ସେ ତାଙ୍କ ସହ ଛିଡା ହୋଇ ସହଯୋଗ କରୁଛନ୍ତି ବୋଲି ସସ୍ମିତା କହିଛନ୍ତି। ହସ ଖୁସିର ଛୋଟ ପରିବାରରେ ରହି ଲକ୍ଷ ଅନେକ ଅଛି କିନ୍ତୁ ପ୍ରାଥମିକ ସ୍ତରରେ ଅଟୋ କିସ୍ତି ସୁଝିବେ ଓ ଝିଅ ପାଇଁ ଖଣ୍ଡେ ଭଲ ଫୋନ କିଣିବା ତାଙ୍କର ଲକ୍ଷ । ସ୍ୱାମୀ ସହ ତିନି ବର୍ଷର ପୁଅ କୁ ନେଇ ପ୍ରତିଦିନ ସକାଳ ୯ରେ ନିଜ ଅଟୋରେ ଘରୁ ବାହାରି ଆସି ସସ୍ମିତା ପଇଡ ବିକ୍ରି କରିଥାନ୍ତି ଓ ସ୍ୱାମୀ ଭଡା ଅନୁଯାଇ ଅଟୋ ଚଲାନ୍ତି । ଘରୁ ଆଣିଥିବା ଖାଦ୍ୟ ପୁଡିଆକୁ ମଧ୍ୟାହ୍ନରେ ଖାଇ ମନ୍ଦିର ପିଣ୍ଡାରେ ବିଶ୍ରାମ ନିଅନ୍ତି । ପୁଣି ସନ୍ଧ୍ୟାରେ ମନ୍ଦିର ସାମ୍ନାକୁ ସମ୍ପୂର୍ଣ୍ଣ ପରିସ୍କାର କରି ସନ୍ଧ୍ୟାରେ ଘରକୁ ଫେରି ଯାଆନ୍ତି। ଏହି ପରିସ୍ଥିତି ରେ ମନ୍ଦିର ପୂଜକ ମାନେ ସହଯୋଗ କରିଥାନ୍ତି ଓ ମୁନ୍ସୀପାଲିଟିକୁ ବସିବା ବାବଦକୁ ୧୦ ଟଙ୍କା ଦେଇଥାନ୍ତି।

ଜୀବନରେ କାହାରି ଆଗରେ ହାତ ନପତାଇ ଆତ୍ମନିର୍ଭରଶୀଳ ହୋଇ କେଉଁ ଦିନ ୫୦ ଟଙ୍କା ଓ କେଉଁ ଦିନ ୨୦୦ ଟଙ୍କା ଲାଭ କରି ସ୍ୱାମୀଙ୍କୁ ସହଯୋଗ କରି ଖୁଶି ଅଛନ୍ତି ବୋଲି ସସ୍ମିତା କହିଛନ୍ତି। ପରିବାର ପ୍ରତିପୋଷଣ କେବଳ ସ୍ୱାମୀ ନୁହେଁ ସ୍ତ୍ରୀର ମଧ୍ୟ କର୍ତବ୍ୟ ଅଛି ଭାବି ରାଜ ରାସ୍ତା ପର୍ଯ୍ୟନ୍ତ ଓଲ୍ହାଇବାକୁ ପ୍ରସ୍ତୁତ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

https://www.thesakala.in/latest-odisha-news/balasore/wifes-efforts-to-financially-support-her-husband/article-8811
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର