ପୁଣି ଦୁଇ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ, ୨ ଗିରଫ

The Sakala Picture
Published On

ଜଳେଶ୍ବର: ଦୁଇ ଲେଡି ଅଫିସର ଦବଙ୍ଗ ଷ୍ଟାଇଲରେ ଜଣେ ମହିଳା ଓ ଜଣେ ପୁରୁଷ ବ୍ରାଉନସୁଗର ବେପାରୀଙ୍କୁ ଗରିଫ କରିଛନ୍ତି। ଏଥି ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ମଧ୍ଯ ଜବତ କରାଯାଇଛି। ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ରାଜପୁର ବସ୍ତି ଅଂଚଳରେ ଜଳେଶ୍ବର ଏସଡିପିଓ ଅଙ୍କିତା କୁମ୍ଭାର ଏବଂ ଆଇଆଇସି ପ୍ରେମପ୍ରଜ୍ଞା ମାହାନ୍ତି ସହ ୨୦ ଜଣିଆ ପୋଲିସ ଟିମ ମିଳିତ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟରେ ଦୁଇ କେଜିରୁ ଉର୍ଦ୍ଧ୍ବ […]

ଜଳେଶ୍ବର: ଦୁଇ ଲେଡି ଅଫିସର ଦବଙ୍ଗ ଷ୍ଟାଇଲରେ ଜଣେ ମହିଳା ଓ ଜଣେ ପୁରୁଷ ବ୍ରାଉନସୁଗର ବେପାରୀଙ୍କୁ ଗରିଫ କରିଛନ୍ତି। ଏଥି ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ମଧ୍ଯ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ରାଜପୁର ବସ୍ତି ଅଂଚଳରେ ଜଳେଶ୍ବର ଏସଡିପିଓ ଅଙ୍କିତା କୁମ୍ଭାର ଏବଂ ଆଇଆଇସି ପ୍ରେମପ୍ରଜ୍ଞା ମାହାନ୍ତି ସହ ୨୦ ଜଣିଆ ପୋଲିସ ଟିମ ମିଳିତ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟରେ ଦୁଇ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ସହ ଜଣେ ମହିଳା ଓ ଜଣେ ପୁରୁଷ ଅଭିଯୁକ୍ତକୁ ଗିରଫ କରାଯାଇଛି। ଚଢାଉ ବେଳେ କିଛି ସମୟ ପାଇଁ ପୋଲିସ ଓ ବ୍ରାଉନସୁଗର ବେପାରୀ ମଧ୍ଯରେ ମୁହାଁ ମୁହିଁ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଜଳେଶ୍ଵର ଅଞ୍ଚଳ ସାରା ରାଜ୍ୟରେ ବ୍ରାଉନସୁଗର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ପୋଲିସ, ଅବକାରୀ ଏବଂ ଏସଟିଏଫର ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ଗତ କିଛି ଦିନ ଧରି ଏସଟିଏଫ ଏବଂ ପୋଲିସ ଦ୍ବାରା ଛୋଟ ବେପାରୀମାନେ ଧରାପଡୁଥିବା ଦେଖିବାକୁ ମିଳୁଥିବା ବେଳେ ଏବେ ବଡ଼ ଶିକାର ଖୋଜିବାରେ ବ୍ୟସ୍ତ ରହିଛି ବିଭାଗ। ଆଜି ରାତି ୮ଟା ସମୟରେ ରାଜପୁର ବସ୍ତି ଉପରେ ପୋଲିସର ମିଳିତ ଚଢାଉ କରାଯାଇ ଦୁଇ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ ସହିତ ଜଣେ ମହିଳା ଓ ଜଣେ ପୁରୁଷକୁ ଅଟକ କରିଛି ବିଭାଗ। ତେବେ ଗିରଫ ସମୟରେ ପୋଲିସ ସହିତ ବ୍ରାଉନସୁଗର ମାଫିଆ ମୁହାଁମୁହିଁ ହୋଇଥିଲେ। ପୋଲିସ ଦୁଇଜଣକୁ ଗିରଫ କରି ନେଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମହିଳା ଜଣକ ଆମେନା ବିବି ଓ ପୁରୁଷ ଜଣକ ସେକ ରଫିକ ବୋଲି ପରିଚୟ ମିଳିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

17 Aug 2021 By The Sakala

ପୁଣି ଦୁଇ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ, ୨ ଗିରଫ

ଜଳେଶ୍ବର: ଦୁଇ ଲେଡି ଅଫିସର ଦବଙ୍ଗ ଷ୍ଟାଇଲରେ ଜଣେ ମହିଳା ଓ ଜଣେ ପୁରୁଷ ବ୍ରାଉନସୁଗର ବେପାରୀଙ୍କୁ ଗରିଫ କରିଛନ୍ତି। ଏଥି ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ମଧ୍ଯ ଜବତ କରାଯାଇଛି।

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ରାଜପୁର ବସ୍ତି ଅଂଚଳରେ ଜଳେଶ୍ବର ଏସଡିପିଓ ଅଙ୍କିତା କୁମ୍ଭାର ଏବଂ ଆଇଆଇସି ପ୍ରେମପ୍ରଜ୍ଞା ମାହାନ୍ତି ସହ ୨୦ ଜଣିଆ ପୋଲିସ ଟିମ ମିଳିତ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟରେ ଦୁଇ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ସହ ଜଣେ ମହିଳା ଓ ଜଣେ ପୁରୁଷ ଅଭିଯୁକ୍ତକୁ ଗିରଫ କରାଯାଇଛି। ଚଢାଉ ବେଳେ କିଛି ସମୟ ପାଇଁ ପୋଲିସ ଓ ବ୍ରାଉନସୁଗର ବେପାରୀ ମଧ୍ଯରେ ମୁହାଁ ମୁହିଁ ହୋଇଥିବା ଜଣାପଡ଼ିଛି।

ଜଳେଶ୍ଵର ଅଞ୍ଚଳ ସାରା ରାଜ୍ୟରେ ବ୍ରାଉନସୁଗର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ପୋଲିସ, ଅବକାରୀ ଏବଂ ଏସଟିଏଫର ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ଗତ କିଛି ଦିନ ଧରି ଏସଟିଏଫ ଏବଂ ପୋଲିସ ଦ୍ବାରା ଛୋଟ ବେପାରୀମାନେ ଧରାପଡୁଥିବା ଦେଖିବାକୁ ମିଳୁଥିବା ବେଳେ ଏବେ ବଡ଼ ଶିକାର ଖୋଜିବାରେ ବ୍ୟସ୍ତ ରହିଛି ବିଭାଗ। ଆଜି ରାତି ୮ଟା ସମୟରେ ରାଜପୁର ବସ୍ତି ଉପରେ ପୋଲିସର ମିଳିତ ଚଢାଉ କରାଯାଇ ଦୁଇ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ ସହିତ ଜଣେ ମହିଳା ଓ ଜଣେ ପୁରୁଷକୁ ଅଟକ କରିଛି ବିଭାଗ। ତେବେ ଗିରଫ ସମୟରେ ପୋଲିସ ସହିତ ବ୍ରାଉନସୁଗର ମାଫିଆ ମୁହାଁମୁହିଁ ହୋଇଥିଲେ। ପୋଲିସ ଦୁଇଜଣକୁ ଗିରଫ କରି ନେଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମହିଳା ଜଣକ ଆମେନା ବିବି ଓ ପୁରୁଷ ଜଣକ ସେକ ରଫିକ ବୋଲି ପରିଚୟ ମିଳିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର