ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ତ୍ରୀକୋଣୀୟ ପ୍ରେମକୁ ନେଇ ବିଚ୍ ରାସ୍ତାରେ ଦ୍ୱିତୀୟ ପ୍ରେମିକର ମାଆ ଓ ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପ୍ରଥମ ପ୍ରେମିକ

Madhusudan Das Picture
Published On

ବାଲେଶ୍ୱର: ତ୍ରିକୋଣୀୟ ପ୍ରେମକୁ ନେଇ ହଣାକଟା । ପ୍ରେମିକାର ମାମୁଁ ଓ ମା'କୁ ହାଣିଲା ପ୍ରେମିକ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ସଦର ଥାନା ଅଞ୍ଚଳରୁ, ଯେଉଁଠି ତ୍ରୀକୋଣୀୟ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ପ୍ରେମିକାକୁ ନିଜର କରିବା ଏବଂ ବିବାଦର ମୀମାଂସା କରିବା ନାଁରେ ଆସି ଦ୍ୱିତୀୟ ପ୍ରେମିକର ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଛି ପ୍ରଥମ ପ୍ରେମିକ। ବିଚ୍ ରାସ୍ତାରେ ଧାରୁଆ କଟୁରୀରେ ଗୋଡ଼ାଇ ଗୋଡ଼ାଇ ହାଣିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସଦର ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ୍ ପଛ ପାଖ ଅଞ୍ଚରେ। 

ଆହୁରି ପଢ଼ନ୍ତୁ: ଥାନାରେ ନାବାଳିକାକୁ ଆଇଆଇସିଙ୍କ ଧମକ ପରେ ଚେତାଶୂନ୍ୟ ଘଟଣା: ବିଜେଡି ପକ୍ଷରୁ ମୋରଡ଼ା ଥାନା ଘେରଉ, ୪୮ ଘଣ୍ଟା ଭିତରେ ଥାନା ଅଧିକାରୀଙ୍କ ବଦଳି ଦାବି

ସୂଚନା ଅନୁସାରେ, ଟାଉନ୍ ଥାନା ଅନ୍ତର୍ଗତ ଦରଦି ପୋଖରୀ ଅଞ୍ଚଳର ସମ୍ପୃକ୍ତ ଯୁବତୀଙ୍କର ଦୁଇ ଜଣ ପ୍ରେମିକ ଥିଲେ। ପ୍ରଥମ ପ୍ରେମିକ ଜତିନ ପ୍ରଧାନ ଏବଂ ଦ୍ୱିତୀୟ ପ୍ରେମିକ ମଠସାହିର ତନବିର ଲେଙ୍କା। ପ୍ରଥମ ପ୍ରେମିକ ଜତିନ ବାରମ୍ବାର ଯୁବତୀଙ୍କୁ ଧମକଚମକ ଦେବା ସହ ହଇରାଣ ହରକତ କରୁଥିଲା। ଏହାର ସମାଧାନ ପାଇଁ ସେ ଯୁବତୀଙ୍କୁ ଏକାକୀ ଡାକିଥିଲା। ଯୁବତୀ ଏକା ନଆସି, ନିଜ ସହ ଦ୍ୱିତୀୟ ପ୍ରେମିକ ତନବିରଙ୍କ ମାଆ ମିତା ଲେଙ୍କା ଏବଂ ମାମୁଁ ସୋନମ ନାୟକଙ୍କୁ ସାଙ୍ଗରେ ଆଣିଥିଲେ। ଏଥିରେ ଚିହିଁକି ଉଠିଥିଲା ଉତ୍ୟକ୍ତ ଜତିନ। ପୂର୍ବ ଯୋଜନା ମୁତାବକ ଜତିନ ନିଜ ସହ ତେଲେଙ୍ଗା କଟୁରୀ ଓ ଅନ୍ୟାନ୍ୟ ଧାରୁଆ ହତିଆର ଧରି ଆସିଥିଲା। କଥା କଟାକଟିରୁ ସୀମା ପାର ହୋଇ ସେ ବିଚ୍ ରାସ୍ତାରେ ତନବିରଙ୍କ ମାଆ ଓ ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ କ୍ରୁର ଭାବେ ହାଣି ପକାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରୁତର ୨ ଜଣଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନା (SCB)କୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ, ପୀଡ଼ିତା ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ସହଦେବଖୁଣ୍ଟା ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପ୍ରଥମ ପ୍ରେମିକ ଜତିନ ପ୍ରଧାନକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ସରକାରୀ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ନିନ୍ଦନୀୟ: ବିଜେଡି

23 May 2026 By Madhusudan Das

ତ୍ରୀକୋଣୀୟ ପ୍ରେମକୁ ନେଇ ବିଚ୍ ରାସ୍ତାରେ ଦ୍ୱିତୀୟ ପ୍ରେମିକର ମାଆ ଓ ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପ୍ରଥମ ପ୍ରେମିକ

ବାଲେଶ୍ୱର: ତ୍ରିକୋଣୀୟ ପ୍ରେମକୁ ନେଇ ହଣାକଟା । ପ୍ରେମିକାର ମାମୁଁ ଓ ମା'କୁ ହାଣିଲା ପ୍ରେମିକ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ସଦର ଥାନା ଅଞ୍ଚଳରୁ, ଯେଉଁଠି ତ୍ରୀକୋଣୀୟ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ପ୍ରେମିକାକୁ ନିଜର କରିବା ଏବଂ ବିବାଦର ମୀମାଂସା କରିବା ନାଁରେ ଆସି ଦ୍ୱିତୀୟ ପ୍ରେମିକର ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଛି ପ୍ରଥମ ପ୍ରେମିକ। ବିଚ୍ ରାସ୍ତାରେ ଧାରୁଆ କଟୁରୀରେ ଗୋଡ଼ାଇ ଗୋଡ଼ାଇ ହାଣିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସଦର ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ୍ ପଛ ପାଖ ଅଞ୍ଚରେ। 

ସୂଚନା ଅନୁସାରେ, ଟାଉନ୍ ଥାନା ଅନ୍ତର୍ଗତ ଦରଦି ପୋଖରୀ ଅଞ୍ଚଳର ସମ୍ପୃକ୍ତ ଯୁବତୀଙ୍କର ଦୁଇ ଜଣ ପ୍ରେମିକ ଥିଲେ। ପ୍ରଥମ ପ୍ରେମିକ ଜତିନ ପ୍ରଧାନ ଏବଂ ଦ୍ୱିତୀୟ ପ୍ରେମିକ ମଠସାହିର ତନବିର ଲେଙ୍କା। ପ୍ରଥମ ପ୍ରେମିକ ଜତିନ ବାରମ୍ବାର ଯୁବତୀଙ୍କୁ ଧମକଚମକ ଦେବା ସହ ହଇରାଣ ହରକତ କରୁଥିଲା। ଏହାର ସମାଧାନ ପାଇଁ ସେ ଯୁବତୀଙ୍କୁ ଏକାକୀ ଡାକିଥିଲା। ଯୁବତୀ ଏକା ନଆସି, ନିଜ ସହ ଦ୍ୱିତୀୟ ପ୍ରେମିକ ତନବିରଙ୍କ ମାଆ ମିତା ଲେଙ୍କା ଏବଂ ମାମୁଁ ସୋନମ ନାୟକଙ୍କୁ ସାଙ୍ଗରେ ଆଣିଥିଲେ। ଏଥିରେ ଚିହିଁକି ଉଠିଥିଲା ଉତ୍ୟକ୍ତ ଜତିନ। ପୂର୍ବ ଯୋଜନା ମୁତାବକ ଜତିନ ନିଜ ସହ ତେଲେଙ୍ଗା କଟୁରୀ ଓ ଅନ୍ୟାନ୍ୟ ଧାରୁଆ ହତିଆର ଧରି ଆସିଥିଲା। କଥା କଟାକଟିରୁ ସୀମା ପାର ହୋଇ ସେ ବିଚ୍ ରାସ୍ତାରେ ତନବିରଙ୍କ ମାଆ ଓ ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ କ୍ରୁର ଭାବେ ହାଣି ପକାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରୁତର ୨ ଜଣଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନା (SCB)କୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ, ପୀଡ଼ିତା ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ସହଦେବଖୁଣ୍ଟା ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପ୍ରଥମ ପ୍ରେମିକ ଜତିନ ପ୍ରଧାନକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର