ମହିଳାଙ୍କ ଉପାର୍ଜନର ମାଧ୍ୟମ ସାଜିଛି ଜୀବିକା ମିଶନ: ମାଛ ଚାଷ କରି ୧୬୩ ମହିଳା ହୋଇପାରିଛନ୍ତି ସ୍ୱାବଲମ୍ବୀ

The Sakala Picture
Published On

ବାଲେଶ୍ୱର(ଉତ୍ତର): ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ି ଛନ୍ତି। ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ମହିଳା ମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ କରାଯାଇ ପାରିଛି। ଯାହା ଫଳରେ ସମାଜରେ ଆଜି ମହିଳା ମାନେ ଆଗ ଧାଡ଼ିରେ ରହିବାକୁ ସକ୍ଷମ ହୋଇପାରିଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗୁଣସାର୍ଥା ପଞ୍ଚାୟତରେ। ଜୀବିକା ମିଶନ ସହାୟତାରେ ୧୪ଟି ମହିଳା […]

ବାଲେଶ୍ୱର(ଉତ୍ତର): ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ି ଛନ୍ତି। ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ମହିଳା ମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ କରାଯାଇ ପାରିଛି। ଯାହା ଫଳରେ ସମାଜରେ ଆଜି ମହିଳା ମାନେ ଆଗ ଧାଡ଼ିରେ ରହିବାକୁ ସକ୍ଷମ ହୋଇପାରିଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗୁଣସାର୍ଥା ପଞ୍ଚାୟତରେ। ଜୀବିକା ମିଶନ ସହାୟତାରେ ୧୪ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ୧୬୩ ଜଣ ମହିଳା ମାଛ ଚାଷ କରି ହୋଇପାରିଛନ୍ତି ସ୍ୱାବଲମ୍ବୀ।

ଆହୁରି ପଢ଼ନ୍ତୁ: ମୋରମ ମାଫିଆଙ୍କ ଆତଙ୍କ: ଖଣି ଅଧିକାରୀଙ୍କୁ ଆକ୍ରମଣ ସହ ଦେଲେ ହତ୍ୟା ଧମକ

ସୂଚନା ଅନୁଯାୟୀ, ଏହି ପଞ୍ଚାୟତର ମା’ ବିମଳା ଜିପିଏଲଏଫର ୮ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ପାର୍ଶ୍ୱବର୍ତ୍ତୀ ସିଆଁରୋଇ ପଞ୍ଚାୟତ ରୁ ୬ଟି ମହିଳା ଗୋଷ୍ଠୀକୁ ମିଶାଇ ୧୪ଟି ଗୋଷ୍ଠୀକୁ ନେଇ ଗଠିତ ହୋଇଛି ଏକ ଫିସରୀ କ୍ଲଷ୍ଟର। ଏଥିରେ ମୋଟ ୧୬୩ ଜଣ ମହିଳା ସଦସ୍ୟା ରହିଛନ୍ତି। ମାଆ ଅନ୍ନପୂର୍ଣ୍ଣା, ଜୟ ମାଆ ଗାୟତ୍ରୀ, ଚକାଡୋଳା, ଚଣ୍ଡୀ ମାତା, ବାସନ୍ତୀ, ଜୟଗୁରୁ, ମାଆ ତାରା, ଜୟ ମାଆ ବାଶୁଳୀ, ନିଗମାନନ୍ଦ, ଜଗା କାଳିଆ, ମାଆ ସୁଧାଂଶୁ ବାଳା, କାଳୀମାତା, ଓ କେଶବେଶ୍ବର ନାମକ ଏହି ୧୪ ଗୋଷ୍ଠୀର ମହିଳା ମାନେ ମୋଟ ୧୨ ଏକର ୪୨ ଡେସିମିଲ ପରିମିତ ୧୪ଟି ପୋଖରୀ ରେ ମାଛ ଚାଷ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପରପୁରୁଷ ସହ ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀର ଅଶ୍ଳୀଳ ଭିଡ଼ିଓ ଓ ଫଟୋ ଭାଇରାଲ କଲା ସ୍ୱାମୀ

ଏଥିପାଇଁ ଓଡିଶା ଜୀବିକା ମିଶନ ଭୋଗରାଇ ବ୍ଲକ ପ୍ରକଳ୍ପ ୟୁନିଟ ପକ୍ଷରୁ ମାଆ ବିମଳା ଜିପିଏଲଫ ଜରିଆରେ ମୋଟ ୮ଲକ୍ଷ ୯୮ ହଜାର ୭୭୮ ଟଙ୍କା ୫ବର୍ଷ ପରିଶୋଧ ଅବଧି ଥାଇ ଋଣ ଜରିଆରେ ଅନୁଦାନ ଯୋଗାଇ ଦିଆଯାଇଛି। ମହିଳା ମାନେ ବର୍ତ୍ତମାନ ପୋଖରୀରେ ମାଛ ଛାଡ଼ିଛନ୍ତି। ମାଛ ବି ବଡ଼ ହେଉଛି, ଆଉ ମାସ କେଇଟା ପରେ ସେମାନେ ମାଛ ଧରି ବିକ୍ରି କରିବ। ତେବେ ପ୍ରଥମ ବର୍ଷରେ ସେମାନେ ପ୍ରାୟ ୧୪ଟି ପୋଖରୀରୁ ୭ଲକ୍ଷ୫୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୁଲ୍ୟର ମାଛ ବିକ୍ରି ହେବ ବୋଲି ଆକଳନ କରାଯାଇଛି ବୋଲି ଜିପି ଏଲ ଏଫର ସଭାପତି କାନନ ବାଲା ପାତ୍ର ଓ ସମ୍ପାଦିକା ସରସ୍ୱତୀ ଦାସ ସୂଚନା ଦେଇଛନ୍ତି।

ତେବେ ଆହୁରି ୪ବର୍ଷ ଋଣ ପରିଶୋଧ କରିବାର ଅବଧି ରହିଥିବା ବେଳେ ପ୍ରାୟ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ମାଛ ଏହି ପୋଖରୀରୁ ଉତ୍ପାଦନ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ଏଭଳି ମାଛ ଚାଷ କରି ଏହି ସବୁ ଗୋଷ୍ଠୀର ମହିଳା ମାନେ ନିଶ୍ଚିତ ଭାବରେ ଆର୍ଥିକ ଉନ୍ନତି ହେଉଥିବା ବେଳେ ଏମାନେ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ରାଜ୍ୟ ସରକାର ମହିଳା ମାନଙ୍କ ଆର୍ଥିକ ଉନ୍ନତି ପାଇଁ ସହାୟତା ଯୋଗାଇବା ଏବଂ ଏଠାକାର ଜୀବିକା ମିଶନ ର କର୍ମଚାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଭଳି ଲାଭଜନକ ମାଛ ଚାଷ ହୋଇପାରି ଥିବାରୁ ମହିଳା ଗୋଷ୍ଠୀର ସଦସ୍ୟା ମାନେ କୃତଜ୍ଞତା ଜଣାଇଛନ୍ତି।

04 Jul 2022 By The Sakala

ମହିଳାଙ୍କ ଉପାର୍ଜନର ମାଧ୍ୟମ ସାଜିଛି ଜୀବିକା ମିଶନ: ମାଛ ଚାଷ କରି ୧୬୩ ମହିଳା ହୋଇପାରିଛନ୍ତି ସ୍ୱାବଲମ୍ବୀ

ବାଲେଶ୍ୱର(ଉତ୍ତର): ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ି ଛନ୍ତି। ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ମହିଳା ମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ କରାଯାଇ ପାରିଛି। ଯାହା ଫଳରେ ସମାଜରେ ଆଜି ମହିଳା ମାନେ ଆଗ ଧାଡ଼ିରେ ରହିବାକୁ ସକ୍ଷମ ହୋଇପାରିଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗୁଣସାର୍ଥା ପଞ୍ଚାୟତରେ। ଜୀବିକା ମିଶନ ସହାୟତାରେ ୧୪ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ୧୬୩ ଜଣ ମହିଳା ମାଛ ଚାଷ କରି ହୋଇପାରିଛନ୍ତି ସ୍ୱାବଲମ୍ବୀ।

ସୂଚନା ଅନୁଯାୟୀ, ଏହି ପଞ୍ଚାୟତର ମା’ ବିମଳା ଜିପିଏଲଏଫର ୮ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ପାର୍ଶ୍ୱବର୍ତ୍ତୀ ସିଆଁରୋଇ ପଞ୍ଚାୟତ ରୁ ୬ଟି ମହିଳା ଗୋଷ୍ଠୀକୁ ମିଶାଇ ୧୪ଟି ଗୋଷ୍ଠୀକୁ ନେଇ ଗଠିତ ହୋଇଛି ଏକ ଫିସରୀ କ୍ଲଷ୍ଟର। ଏଥିରେ ମୋଟ ୧୬୩ ଜଣ ମହିଳା ସଦସ୍ୟା ରହିଛନ୍ତି। ମାଆ ଅନ୍ନପୂର୍ଣ୍ଣା, ଜୟ ମାଆ ଗାୟତ୍ରୀ, ଚକାଡୋଳା, ଚଣ୍ଡୀ ମାତା, ବାସନ୍ତୀ, ଜୟଗୁରୁ, ମାଆ ତାରା, ଜୟ ମାଆ ବାଶୁଳୀ, ନିଗମାନନ୍ଦ, ଜଗା କାଳିଆ, ମାଆ ସୁଧାଂଶୁ ବାଳା, କାଳୀମାତା, ଓ କେଶବେଶ୍ବର ନାମକ ଏହି ୧୪ ଗୋଷ୍ଠୀର ମହିଳା ମାନେ ମୋଟ ୧୨ ଏକର ୪୨ ଡେସିମିଲ ପରିମିତ ୧୪ଟି ପୋଖରୀ ରେ ମାଛ ଚାଷ କରୁଛନ୍ତି।

ଏଥିପାଇଁ ଓଡିଶା ଜୀବିକା ମିଶନ ଭୋଗରାଇ ବ୍ଲକ ପ୍ରକଳ୍ପ ୟୁନିଟ ପକ୍ଷରୁ ମାଆ ବିମଳା ଜିପିଏଲଫ ଜରିଆରେ ମୋଟ ୮ଲକ୍ଷ ୯୮ ହଜାର ୭୭୮ ଟଙ୍କା ୫ବର୍ଷ ପରିଶୋଧ ଅବଧି ଥାଇ ଋଣ ଜରିଆରେ ଅନୁଦାନ ଯୋଗାଇ ଦିଆଯାଇଛି। ମହିଳା ମାନେ ବର୍ତ୍ତମାନ ପୋଖରୀରେ ମାଛ ଛାଡ଼ିଛନ୍ତି। ମାଛ ବି ବଡ଼ ହେଉଛି, ଆଉ ମାସ କେଇଟା ପରେ ସେମାନେ ମାଛ ଧରି ବିକ୍ରି କରିବ। ତେବେ ପ୍ରଥମ ବର୍ଷରେ ସେମାନେ ପ୍ରାୟ ୧୪ଟି ପୋଖରୀରୁ ୭ଲକ୍ଷ୫୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୁଲ୍ୟର ମାଛ ବିକ୍ରି ହେବ ବୋଲି ଆକଳନ କରାଯାଇଛି ବୋଲି ଜିପି ଏଲ ଏଫର ସଭାପତି କାନନ ବାଲା ପାତ୍ର ଓ ସମ୍ପାଦିକା ସରସ୍ୱତୀ ଦାସ ସୂଚନା ଦେଇଛନ୍ତି।

ତେବେ ଆହୁରି ୪ବର୍ଷ ଋଣ ପରିଶୋଧ କରିବାର ଅବଧି ରହିଥିବା ବେଳେ ପ୍ରାୟ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ମାଛ ଏହି ପୋଖରୀରୁ ଉତ୍ପାଦନ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ଏଭଳି ମାଛ ଚାଷ କରି ଏହି ସବୁ ଗୋଷ୍ଠୀର ମହିଳା ମାନେ ନିଶ୍ଚିତ ଭାବରେ ଆର୍ଥିକ ଉନ୍ନତି ହେଉଥିବା ବେଳେ ଏମାନେ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ରାଜ୍ୟ ସରକାର ମହିଳା ମାନଙ୍କ ଆର୍ଥିକ ଉନ୍ନତି ପାଇଁ ସହାୟତା ଯୋଗାଇବା ଏବଂ ଏଠାକାର ଜୀବିକା ମିଶନ ର କର୍ମଚାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଭଳି ଲାଭଜନକ ମାଛ ଚାଷ ହୋଇପାରି ଥିବାରୁ ମହିଳା ଗୋଷ୍ଠୀର ସଦସ୍ୟା ମାନେ କୃତଜ୍ଞତା ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର