ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ପୁଲିସ କବଜାରେ ୧୦ ଆନ୍ତଃରାଜ୍ୟ ଡକାୟତ: ୧୫ ଲକ୍ଷ ଟଙ୍କା ସହ ୧୦ ମୋବାଇଲ ଓ ଦୁଇଟି ଦାମୀ କାର ଜବତ

The Sakala Picture
Published On

ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅଧିନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନାକା ପଏଣ୍ଟରୁ ଗତ ୧୮ ତାରିଖରେ ଏକ ଦଶ ଜଣିଆ ଆନ୍ତଃରାଜ୍ୟ ଡକାୟତ ଦଳକୁ ଜଳେଶ୍ଵର ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଦୁଇଟି ଚାରି ଚକିଆ ହାଲକା ଯାନ, ନଗଦ ୧୫ ଲକ୍ଷ ଟଙ୍କା ଓ ୧୦ଟି ମୋବାଇଲ ଜବତ ହୋଇଛି। ଡକାୟତ ମାନେ ସମସ୍ତେ ବଙ୍ଗୀୟ ବୋଲି ଆଜି ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ତାଙ୍କ ଅଫିସରେ ଆୟୋଜିତ […]

ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅଧିନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନାକା ପଏଣ୍ଟରୁ ଗତ ୧୮ ତାରିଖରେ ଏକ ଦଶ ଜଣିଆ ଆନ୍ତଃରାଜ୍ୟ ଡକାୟତ ଦଳକୁ ଜଳେଶ୍ଵର ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଦୁଇଟି ଚାରି ଚକିଆ ହାଲକା ଯାନ, ନଗଦ ୧୫ ଲକ୍ଷ ଟଙ୍କା ଓ ୧୦ଟି ମୋବାଇଲ ଜବତ ହୋଇଛି। ଡକାୟତ ମାନେ ସମସ୍ତେ ବଙ୍ଗୀୟ ବୋଲି ଆଜି ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ତାଙ୍କ ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ‌

ଆହୁରି ପଢ଼ନ୍ତୁ: ପରପୁରୁଷ ସହ ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀର ଅଶ୍ଳୀଳ ଭିଡ଼ିଓ ଓ ଫଟୋ ଭାଇରାଲ କଲା ସ୍ୱାମୀ

ବିବରଣୀରୁ ପ୍ରକାଶ ଯେ, ଗତ ୧୮ ତାରିଖ ଦିନ ସନ୍ଧ୍ୟାରେ ଭୁବନେଶ୍ୱରର ଜଣେ ବ୍ୟବସାୟୀ ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳକୁ ଆସିଥିବା ବେଳେ ପଶ୍ଚିମବଙ୍ଗର ଏହି ୧୦ ଜଣିଆ ଡକାୟତ ଦଳ ତାଙ୍କୁ ଭୟଭୀତ କରି ୧୫ ଲକ୍ଷ ଟଙ୍କା ତାଙ୍କ ଠାରୁ ଡକାୟତ କରି ଖସି ଆସିଥିଲେ। ତେବେ ଏହି ଡ଼କାୟତ ଦଳ ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ ଆଡ଼କୁ ଯିବେ ବୋଲି ଯାଜପୁର ପୁଲିସ ଜାଣିବା ପରେ ସେଠାକାର ପୁଲିସ ବାଲେଶ୍ଵର ଏସପିଙ୍କ ସହ ଯୋଗାଯୋଗ କରିଥିଲା। ସେହି ସୂଚନା ଆଧାରରେ ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ବାଲେଶ୍ଵର ଜଳେଶ୍ଵର ଥାନା ଓ ରାଜଘାଟ ନାକା ପଏଣ୍ଟକୁ ସଜାଗ ରହିବାକୁ କୁହା ଯାଇଥିଲା।ରାତି ପ୍ରାୟ ୯ ଟା ୩୦ ମିନିଟ ସମୟରେ ଏକ ସ୍କୋର୍ଫିଓ ଓ ଆଟିଗା ଗାଡି ଦୃତ ଗତିରେ ନାକା ପଏଣ୍ଟ ଆଡ଼କୁ ମାଡ଼ି ଆସୁଥିବା ବେଳେ ଜଳେଶ୍ଵର ଆଇଆଇସି ରୋଜାଲିନ ବେହେରା ଓ ନାକା ପଏଣ୍ଟ ରେ ଉପସ୍ଥିତ ଥିବା ଅନ୍ୟ ପୁଲିସ ଅଧିକାରୀ ଏବଂ କର୍ମଚାରୀ ମାନେ ଗାଡ଼ି ଦ୍ବୟ କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଓ ୧୦ ଟି ମୋବାଇଲ ଜବତ ହୋଇଥିଲା।ଗିରଫ ଡକାୟତ ମାନେ ଜେରା ପରେ ସେମାନେ ଏହି ଡକାୟତିରେ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ ବୋଲି ପୁଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ହାଣିଲେ ଦୁଇ ପୁଅ

ଗିରଫ ଅଭିଯୁକ୍ତ ମାନେ ହେଲେ (୧)-ପଶ୍ଚିମବଙ୍ଗ ରାଜ୍ୟ ହାଉଡା ଜିଲ୍ଲା ଉଲୁବେରିଆ ଥାନା ଜଗତପୁର ଗ୍ରାମର ରଣଜିତ ମାନ୍ନାଙ୍କ ପୁଅ ସୌମେନ ମାନ୍ନା ବୟସ (୩୨), (୨)-ସାଉଥ ୨୪ ପ୍ରଗଣା ଜିଲ୍ଲା ସୋନରପୁର ଥାନା ରାଘବପୁର ପୋଲଘାଟ ଗ୍ରାମର ଶିବ ଶଙ୍କର ଦେଙ୍କ ପୁଅ ଦୀପ କୁମାର ଦେ ବୟସ (୨୮), (୩)-ହଉଡା ଜିଲ୍ଲା ଉଲବେରିଆ ଥାନା ସିଜବେରିଆ ଗ୍ରାମର ଏସକେ ଜୈରୋଲ ଆଲ୍ଲାମଙ୍କ ପୁଅ ଏସକେ ସାନିରୋଲ ଆଲ୍ଲାମ ବୟସ (୩୫),୪- ପୂର୍ବ ମେଦିନପୁର ଜିଲ୍ଲା ତମଲୁକ ଥାନା ଡୁମୁରା ଗ୍ରାମର କିନକରଲାଲ ହାଜରାଙ୍କ ପୁଅ ସୁଭଦିପି ହାଜରା ବୟସ (୨୬),୫- ପୂର୍ବ ମେଦିନପୁର ଜିଲ୍ଲା ମହିଷାଦଳ ଥାନା ନଈଗୋପାଳପୁର ଗ୍ରାମର ନଳିନୀ କାନ୍ତ ମିଶ୍ରଙ୍କ ପୁଅ ଦେବବ୍ରତ ମିଶ୍ର ବୟସ (୪୫),୬- ହାଉଡା ଜିଲ୍ଲା ବଗନାନ ଥାନା ମୃଗବେଦିଆ ଗ୍ରାମର ଏକ୍ଲାସ ମାଲ୍ଲିକଙ୍କ ପୁଅ ଅବଦୁଲ ସଲ୍ଲୀମ ମାଲ୍ଲିକ ବୟସ (୪୨),୭- ହାଉଡା ଜିଲ୍ଲା ଉଲବେରିଆ ଥାନା କାଶ୍ୟବପୁର ଗ୍ରାମର ମହନ ବାଗଙ୍କ ପୁଅ ସୁବାସ ବାଗ ବୟସ (୪୭),୮- ଉଲବେରିଆ ଥାନା କୁସବେରିଆ ଗ୍ରାମର ଅନୀଲ ଦାସଙ୍କ ପୁଅ ଅଭିଜିତ ଦାସ ବୟସ (୪୨),୯- ଉଲବେରିଆ ଥାନା କୁସବେରିଆ ଗ୍ରାମର ଜୀବନ କୃଷ୍ଣ ପୁରୁକାସ୍ତଙ୍କ ପୁଅ ଝଣ୍ଟୁ ପୁରୁକାସ୍ତ ବୟସ (୪୩), ୧୦- ଉଲବେରିଆ ଥାନା କୁଳଗଛିଆ ଗ୍ରାମର ସୁକୁମାର ଦତ୍ତଙ୍କ ପୁଅ ସଞ୍ଜୟ ଦତ୍ତ ବୟସ (୪୪) ଏହି ସମସ୍ତ ଅଭିଯୁକ୍ତଙ୍କୁ ଜଳେଶ୍ବର ଥାନା କେଶ ନମ୍ବର ୨୨୬/୨୨ ମୂଳେ କୋର୍ଟ ଚାଲାଣ କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଅଙ୍କିତା କୁମ୍ଭାର ଓ ଆଇଆଇସି ରୋଜାଲିନ ବେହେରା ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ତ୍ରୀକୋଣୀୟ ପ୍ରେମକୁ ନେଇ ବିଚ୍ ରାସ୍ତାରେ ଦ୍ୱିତୀୟ ପ୍ରେମିକର ମାଆ ଓ ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପ୍ରଥମ ପ୍ରେମିକ

20 Jun 2022 By The Sakala

ପୁଲିସ କବଜାରେ ୧୦ ଆନ୍ତଃରାଜ୍ୟ ଡକାୟତ: ୧୫ ଲକ୍ଷ ଟଙ୍କା ସହ ୧୦ ମୋବାଇଲ ଓ ଦୁଇଟି ଦାମୀ କାର ଜବତ

ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅଧିନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନାକା ପଏଣ୍ଟରୁ ଗତ ୧୮ ତାରିଖରେ ଏକ ଦଶ ଜଣିଆ ଆନ୍ତଃରାଜ୍ୟ ଡକାୟତ ଦଳକୁ ଜଳେଶ୍ଵର ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଦୁଇଟି ଚାରି ଚକିଆ ହାଲକା ଯାନ, ନଗଦ ୧୫ ଲକ୍ଷ ଟଙ୍କା ଓ ୧୦ଟି ମୋବାଇଲ ଜବତ ହୋଇଛି। ଡକାୟତ ମାନେ ସମସ୍ତେ ବଙ୍ଗୀୟ ବୋଲି ଆଜି ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ତାଙ୍କ ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ‌

ବିବରଣୀରୁ ପ୍ରକାଶ ଯେ, ଗତ ୧୮ ତାରିଖ ଦିନ ସନ୍ଧ୍ୟାରେ ଭୁବନେଶ୍ୱରର ଜଣେ ବ୍ୟବସାୟୀ ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳକୁ ଆସିଥିବା ବେଳେ ପଶ୍ଚିମବଙ୍ଗର ଏହି ୧୦ ଜଣିଆ ଡକାୟତ ଦଳ ତାଙ୍କୁ ଭୟଭୀତ କରି ୧୫ ଲକ୍ଷ ଟଙ୍କା ତାଙ୍କ ଠାରୁ ଡକାୟତ କରି ଖସି ଆସିଥିଲେ। ତେବେ ଏହି ଡ଼କାୟତ ଦଳ ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ ଆଡ଼କୁ ଯିବେ ବୋଲି ଯାଜପୁର ପୁଲିସ ଜାଣିବା ପରେ ସେଠାକାର ପୁଲିସ ବାଲେଶ୍ଵର ଏସପିଙ୍କ ସହ ଯୋଗାଯୋଗ କରିଥିଲା। ସେହି ସୂଚନା ଆଧାରରେ ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ବାଲେଶ୍ଵର ଜଳେଶ୍ଵର ଥାନା ଓ ରାଜଘାଟ ନାକା ପଏଣ୍ଟକୁ ସଜାଗ ରହିବାକୁ କୁହା ଯାଇଥିଲା।ରାତି ପ୍ରାୟ ୯ ଟା ୩୦ ମିନିଟ ସମୟରେ ଏକ ସ୍କୋର୍ଫିଓ ଓ ଆଟିଗା ଗାଡି ଦୃତ ଗତିରେ ନାକା ପଏଣ୍ଟ ଆଡ଼କୁ ମାଡ଼ି ଆସୁଥିବା ବେଳେ ଜଳେଶ୍ଵର ଆଇଆଇସି ରୋଜାଲିନ ବେହେରା ଓ ନାକା ପଏଣ୍ଟ ରେ ଉପସ୍ଥିତ ଥିବା ଅନ୍ୟ ପୁଲିସ ଅଧିକାରୀ ଏବଂ କର୍ମଚାରୀ ମାନେ ଗାଡ଼ି ଦ୍ବୟ କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଓ ୧୦ ଟି ମୋବାଇଲ ଜବତ ହୋଇଥିଲା।ଗିରଫ ଡକାୟତ ମାନେ ଜେରା ପରେ ସେମାନେ ଏହି ଡକାୟତିରେ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ ବୋଲି ପୁଲିସ ସୂଚନା ଦେଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ (୧)-ପଶ୍ଚିମବଙ୍ଗ ରାଜ୍ୟ ହାଉଡା ଜିଲ୍ଲା ଉଲୁବେରିଆ ଥାନା ଜଗତପୁର ଗ୍ରାମର ରଣଜିତ ମାନ୍ନାଙ୍କ ପୁଅ ସୌମେନ ମାନ୍ନା ବୟସ (୩୨), (୨)-ସାଉଥ ୨୪ ପ୍ରଗଣା ଜିଲ୍ଲା ସୋନରପୁର ଥାନା ରାଘବପୁର ପୋଲଘାଟ ଗ୍ରାମର ଶିବ ଶଙ୍କର ଦେଙ୍କ ପୁଅ ଦୀପ କୁମାର ଦେ ବୟସ (୨୮), (୩)-ହଉଡା ଜିଲ୍ଲା ଉଲବେରିଆ ଥାନା ସିଜବେରିଆ ଗ୍ରାମର ଏସକେ ଜୈରୋଲ ଆଲ୍ଲାମଙ୍କ ପୁଅ ଏସକେ ସାନିରୋଲ ଆଲ୍ଲାମ ବୟସ (୩୫),୪- ପୂର୍ବ ମେଦିନପୁର ଜିଲ୍ଲା ତମଲୁକ ଥାନା ଡୁମୁରା ଗ୍ରାମର କିନକରଲାଲ ହାଜରାଙ୍କ ପୁଅ ସୁଭଦିପି ହାଜରା ବୟସ (୨୬),୫- ପୂର୍ବ ମେଦିନପୁର ଜିଲ୍ଲା ମହିଷାଦଳ ଥାନା ନଈଗୋପାଳପୁର ଗ୍ରାମର ନଳିନୀ କାନ୍ତ ମିଶ୍ରଙ୍କ ପୁଅ ଦେବବ୍ରତ ମିଶ୍ର ବୟସ (୪୫),୬- ହାଉଡା ଜିଲ୍ଲା ବଗନାନ ଥାନା ମୃଗବେଦିଆ ଗ୍ରାମର ଏକ୍ଲାସ ମାଲ୍ଲିକଙ୍କ ପୁଅ ଅବଦୁଲ ସଲ୍ଲୀମ ମାଲ୍ଲିକ ବୟସ (୪୨),୭- ହାଉଡା ଜିଲ୍ଲା ଉଲବେରିଆ ଥାନା କାଶ୍ୟବପୁର ଗ୍ରାମର ମହନ ବାଗଙ୍କ ପୁଅ ସୁବାସ ବାଗ ବୟସ (୪୭),୮- ଉଲବେରିଆ ଥାନା କୁସବେରିଆ ଗ୍ରାମର ଅନୀଲ ଦାସଙ୍କ ପୁଅ ଅଭିଜିତ ଦାସ ବୟସ (୪୨),୯- ଉଲବେରିଆ ଥାନା କୁସବେରିଆ ଗ୍ରାମର ଜୀବନ କୃଷ୍ଣ ପୁରୁକାସ୍ତଙ୍କ ପୁଅ ଝଣ୍ଟୁ ପୁରୁକାସ୍ତ ବୟସ (୪୩), ୧୦- ଉଲବେରିଆ ଥାନା କୁଳଗଛିଆ ଗ୍ରାମର ସୁକୁମାର ଦତ୍ତଙ୍କ ପୁଅ ସଞ୍ଜୟ ଦତ୍ତ ବୟସ (୪୪) ଏହି ସମସ୍ତ ଅଭିଯୁକ୍ତଙ୍କୁ ଜଳେଶ୍ବର ଥାନା କେଶ ନମ୍ବର ୨୨୬/୨୨ ମୂଳେ କୋର୍ଟ ଚାଲାଣ କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଅଙ୍କିତା କୁମ୍ଭାର ଓ ଆଇଆଇସି ରୋଜାଲିନ ବେହେରା ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର