ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋରନାରେ ଆକ୍ରାନ୍ତ, ଚିକିତ୍ସା ପାଇଁ ଏମସ୍‌ରେ ଭର୍ତ୍ତି

The Sakala Picture
Published On

ବାଲେଶ୍ଵର:ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋରନାରେ ଆକ୍ରାନ୍ତ ହୋଇ ରବିବାର ଦିନ ଭୁବନେଶ୍ୱର ଏମସ୍ ରେ ଭର୍ତ୍ତି ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ସମୟରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ବାଦ୍ ଦିଆଯାଇଥିଲା। ଏହି ସମୟରେ ସାଂସଦ ବାଲେଶ୍ଵରରେ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଏପରିକି ଗତ ବନ୍ୟାଠାରୁ ଆରମ୍ଭ କରି ଦଳୀୟ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଥିଲେ। ତେବେ ରବିବାର ଦିନ ହଠାତ […]

ବାଲେଶ୍ଵର:ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋରନାରେ ଆକ୍ରାନ୍ତ ହୋଇ ରବିବାର ଦିନ ଭୁବନେଶ୍ୱର ଏମସ୍ ରେ ଭର୍ତ୍ତି ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ସମୟରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ବାଦ୍ ଦିଆଯାଇଥିଲା। ଏହି ସମୟରେ ସାଂସଦ ବାଲେଶ୍ଵରରେ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଏପରିକି ଗତ ବନ୍ୟାଠାରୁ ଆରମ୍ଭ କରି ଦଳୀୟ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଥିଲେ। ତେବେ ରବିବାର ଦିନ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମସ୍ ହସପିଟାଲ୍ କୁ ସ୍ତାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲୁ ରହିଛି। ତେବେ ନିକଟରେ ତାଙ୍କ ସଂପର୍ଶରେ ଆସିଥିବା ସମସ୍ତଙ୍କୁ ସଂଗରୋଧରେ ରହିବା ପାଇଁ ଅନୁରୋଧ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ


ଅପରପକ୍ଷରେ ଶ୍ରୀ ଷଡ଼ଙ୍ଗୀ କରୋନା ସଂକ୍ରମିତ ହେବା ନେଇ ଜାଣିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି ଯେ ‘ ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋଭିଡ ସଂକ୍ରମିତ ହୋଇଥିବା ବିଷୟରେ ଅବଗତ ହେଲି। ତାଙ୍କ ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।’।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର