ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ସେକସନ ଅଫିସର

The Sakala Picture
Published On

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ସେକସନ ଅଫିସର ପ୍ରଫୁଲ୍ଲ ସା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଫୁଲ୍ଲଙ୍କ ଘର ସମେତ ଏକାକାଳୀନ ତିନିଟି ସ୍ଥାନରେ ଭିଜଲାନ୍ସ ଚଢାଉ ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀରର ଗାନ୍ଧିନଗରପଡା, ହାଟପଦାପଡାର ପୈତୃକ ଘରେ ଏବଂ କାର୍ଯ୍ଯାଳୟରେ ଚଢାଉ କରିଛି ଭିଜିଲାନ୍ସ। ନଗଦ ୧୬ ହଜାର ୩୩୦ ଟଙ୍କା ଓ କିଛି ସୁନା ଅଳଙ୍କାର ଭିଜିଲାନ୍ସ ଠାବ କରିଛି। ଗାନ୍ଧୀନଗର ପଡା ବାସଭବନର ଆନୁମାନିକ ମୂଲ୍ଯ କୋଟିଏ ଟଙ୍କାରୁ ଉର୍ଦ୍ଧ ହେବ ବୋଲି […]

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଗଲପୁର ତହସିଲର ସେକସନ ଅଫିସର ପ୍ରଫୁଲ୍ଲ ସା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଫୁଲ୍ଲଙ୍କ ଘର ସମେତ ଏକାକାଳୀନ ତିନିଟି ସ୍ଥାନରେ ଭିଜଲାନ୍ସ ଚଢାଉ ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀରର ଗାନ୍ଧିନଗରପଡା, ହାଟପଦାପଡାର ପୈତୃକ ଘରେ ଏବଂ କାର୍ଯ୍ଯାଳୟରେ ଚଢାଉ କରିଛି ଭିଜିଲାନ୍ସ। ନଗଦ ୧୬ ହଜାର ୩୩୦ ଟଙ୍କା ଓ କିଛି ସୁନା ଅଳଙ୍କାର ଭିଜିଲାନ୍ସ ଠାବ କରିଛି। ଗାନ୍ଧୀନଗର ପଡା ବାସଭବନର ଆନୁମାନିକ ମୂଲ୍ଯ କୋଟିଏ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଭିଜିଲାନ୍ସ ଆକଳନ କରୁଛି । ସେକସନ ଅଫିସର ପ୍ରଫୁଲ୍ଲ ସା ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ଚଢାଉରେ ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ସାମିଲ ରହିଛନ୍ତି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp