ସ୍ୱାବଲମ୍ବୀ କଲା ୱେଷ୍ଟର୍ଣ୍ଣ ଛତୁ ଚାଷ: ସଫଳ ମହିଳା ଛତୁ ଚାଷୀ କଇଲ ମାଝୀ
ବଲାଙ୍ଗିର: ଓଡ଼ିଶାରେ ଚାଷ ହେଉଥିବା ଲାଭ ପ୍ରଦାନକାରୀ ଚାଷ ମଧ୍ୟରେ ଛତୁ ଅନ୍ୟତମ। ଯେ କୌଣସି ବ୍ୟକ୍ତି ଏହାକୁ ଚାଷ କରି କମ ଦିନ ମଧ୍ୟରେ ଲାଭ ପାଇପାରିବ। ଛତୁ ଚାଷକୁ କମ୍ ସ୍ଥାନରେ ମଧ୍ୟ କରାଯାଇ ପାରୁଥିବାବେଳେ ଏଥିରେ ଅଧିକ ଖର୍ଚ୍ଚ ମଧ୍ୟ ହେଉନାହିଁଁ। ତେଣୁକରି ଲାଭକାରୀ ଚାଷ ହିସାବରେ ଅନେକ ଚାଷୀ ଏହାକୁ ଆପଣାଇଛନ୍ତି। ବିଶେଷ କରି ମହିଳା ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛତୁ ଚାଷ କରୁଛନ୍ତି। ଠିକ ସେହିଭଳି ବଲାଙ୍ଗିର […]
ବଲାଙ୍ଗିର: ଓଡ଼ିଶାରେ ଚାଷ ହେଉଥିବା ଲାଭ ପ୍ରଦାନକାରୀ ଚାଷ ମଧ୍ୟରେ ଛତୁ ଅନ୍ୟତମ। ଯେ କୌଣସି ବ୍ୟକ୍ତି ଏହାକୁ ଚାଷ କରି କମ ଦିନ ମଧ୍ୟରେ ଲାଭ ପାଇପାରିବ। ଛତୁ ଚାଷକୁ କମ୍ ସ୍ଥାନରେ ମଧ୍ୟ କରାଯାଇ ପାରୁଥିବାବେଳେ ଏଥିରେ ଅଧିକ ଖର୍ଚ୍ଚ ମଧ୍ୟ ହେଉନାହିଁଁ। ତେଣୁକରି ଲାଭକାରୀ ଚାଷ ହିସାବରେ ଅନେକ ଚାଷୀ ଏହାକୁ ଆପଣାଇଛନ୍ତି। ବିଶେଷ କରି ମହିଳା ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛତୁ ଚାଷ କରୁଛନ୍ତି। ଠିକ ସେହିଭଳି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅର୍ନ୍ତଗତ ଆଟଗାଁ ର କଇଲ ମାଝୀ ନିଜ ସ୍ୱାମୀଙ୍କ ଠାରୁ ଅନୁପ୍ରେରିତ ହୋଇ ଛତୁ ଚାଷ କରିଛନ୍ତି।
ଆଟଗାଁ ରେ ରହୁଥିବା କାଲିନ୍ଦ୍ରୀ ମାଝୀ ସ୍ଥାନୀୟ ଅଞ୍ଚଳରେ ଜଣେ ଛତୁ ଚାଷୀ ଭାବରେ ଜଣାଶୁଣା। ଛତୁ ଚାଷ କରି ସେ ନିଜକୁ ସ୍ୱାବଲମ୍ବୀ କରିଥିବାବେଳେ ଏବେ ସ୍ୱାମୀଙ୍କ ଠାରୁ ଅନୁପ୍ରେରିତ ହୋଇ ଛତୁ ଚାଷ ଆରମ୍ଭ କରିଛନ୍ତି ସ୍ତ୍ରୀ କଇଲ ମାଝୀ। ପ୍ରଥମ ଥର ପାଇଁ ସେ ୱେଷ୍ଟର୍ଣ୍ଣ ଛତୁ ଚାଷ କରିଛନ୍ତି। ଏହି ଛତୁୁ ସ୍ଥାନୀୟ ଅଞ୍ଚଳ ପାଇଁ ନୂଆ ହୋଇଥିଲେ ହେଁ ସ୍ୱାଦ ଯୋଗୁ ଏହାର ଚାହିଦା ବଢ଼ିବାରେ ଲାଗିଥିବା କଇଲ କହିଛନ୍ତି। ଏହି ଛତୁ ଚାଷ କରିବାରେ ସ୍ୱାମୀ କାଲିନ୍ଦ୍ରୀ ମାଝୀ ତାଙ୍କୁ ସହଯୋଗ କରୁଛନ୍ତି। ତାଙ୍କର କହିବା ଅନୁସାରେ ୱେଷ୍ଟର୍ଣ୍ଣ ଛତୁ ଚାଷ ପାଇଁ ୬ ଇଞ୍ଚ ଲମ୍ବର ପାଳ ବିଡା କଟାଯାଏ। ଏହି ପାଳ ବିଡାକୁ ଚୂନ ମିଶ୍ରିତ ପାଣିରେ ୧୨ ଘଣ୍ଟା ପର୍ଯ୍ୟନ୍ତ ପକାଇ ବିଶୋଧନ କରାଯାଏ। ପାଣିରୁ କାଢିଲା ପରେ ୮ ଘଣ୍ଟା ପର୍ଯ୍ୟନ୍ତ ଛାଇରେ ଶୁଖାଇବାକୁ ପଡେ। ଓଦା ଅବସ୍ଥାରେ ପ୍ରତି ୨ ଇଞ୍ଚରେ ଗୋଟିଏ ସ୍ତର କରି ପାଳ ବିଡା ଦେଇ ୩-୪ ସ୍ତରର ବେଡ ପ୍ରସ୍ତୁତ କରାଯାଏ। ପ୍ରତି ସ୍ତରରେ ଗୋଲେଇ କରି ୱେଷ୍ଟର୍ଣ୍ଣ ଛତୁ ମଞ୍ଜି ଦିଆଯାଇଥାଏ। ମଞ୍ଜି ଦେବା ସମୟରେ ତା ସହିତ ଚୋକଡ ଓ ବେସନ ଦିଆଯାଇଥାଏ। ମଞ୍ଜି ଦେବା ପରେ ବେଡକୁ ପଲିଥିନରେ ଗୁଡାଇ ୮ ଦିନ ପର୍ଯ୍ୟନ୍ତ ରଖାଯାଏ। ଛତୁ କଢ ବାହାରିବା ଆରମ୍ଭ ହେଲେ ପଲିଥିନ କୁ ଖୋଲି ଦିଆଯାଏ। ୧୫ ଦିନ ମଧ୍ୟରେ ଛତୁ ଫୁଟିବା ପରେ ତାକୁ ତୋଳି ବିକ୍ରି କରାଯାଏ। ତେବେ ପାଳ ଛତୁରେ ୧୫ ଦିନରେ ବେଡ ରିଜେକ୍ଟ ହେଉଥିବାବେଳେ ୱେଷ୍ଟର୍ଣ୍ଣ ଛତୁରେ ଥରେ ମଞ୍ଜି ବୁଣିଲେ ୨ ମାସ ପର୍ଯ୍ୟନ୍ତ ଛତୁ ବାହାରିଥାଏ। କାଳିନ୍ଦ୍ରୀ ମାଝୀଙ୍କ କହିବା ଅନୁସାରେ ପାଳ ଛତୁ ଭଳି ଏହି ଛତୁର ମଧ୍ୟ ଚାହିଦା ବଢ଼ିବାରେ ଲାଗିଛି। ପ୍ରତିଦିନ ସକାଳୁ ବେପାରୀ ମାନେ ଆସି ଛତୁ କିଣି ନେଉଛନ୍ତି। ସେହିଭଳି ଆଖ ପାଖ ଗାଁର ଲୋକେ ମଧ୍ୟ ଏହି ଛତୁ କିଣିବାକୁ ଆସୁଥିବା ପ୍ରକାଶ କରିଛନ୍ତି। ୱେଷ୍ଟର୍ଣ୍ଣ ଛତୁ କେଜି ପ୍ରତି ୧୬୦ ଟଙ୍କା ରହିଛି। ବର୍ତ୍ତମାନ ସେ ୨୦/ ୫୦ ର ଏକ ଜାଗାରେ ଛତୁ ଚାଷ କରୁଥିବାବେଳେ ଆଗାମୀ ଦିନରେ ଏହାକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ଛତୁ ଚାଷ କରି କଇଲ ମାଝୀ ଦୁଇ ପଇସା ରୋଜଗାର କରିବା ସହ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।