ପୁଲିସ – ମାଓବାଦୀ ମୁହାଁମୁହିଁ: ତୁରେକେଲା ଥାନା ଅଞ୍ଚଳରେ ହାଇଆଲର୍ଟ, ଜାରି ରହିଛି କମ୍ବିଂ

The Sakala Picture
Published On

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଳ ଭିତରେ ମାଓ- ପୁଲିସ ମୁହାଁମୁହିଁ। ଉଭୟଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ପୁଲିସ ମାଓ ସାମଗ୍ରୀ ଜବତ କରିଛି। ବଲାଙ୍ଗିର – ବରଗଡ଼ – ମହାସମୁନ୍ଦ ଡିଭିଜନର କିଛି ମାଓ ସଦସ୍ୟ ଯାଉଥିବା ପୁଲିସ ସୂଚନା ପାଇବା ପରେ କମ୍ବିଂ ଆରମ୍ଭ କରିଥିଲା। ବର୍ତ୍ତମାନ ମଧ୍ୟ ଜଙ୍ଗଳ ଭିତରେ କମ୍ବିଂ ଚାଲିଥିବା ଏସପି ନୀତିନ କୁଶଳକର ଜିଲ୍ଲା […]

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଳ ଭିତରେ ମାଓ- ପୁଲିସ ମୁହାଁମୁହିଁ। ଉଭୟଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ପୁଲିସ ମାଓ ସାମଗ୍ରୀ ଜବତ କରିଛି। ବଲାଙ୍ଗିର – ବରଗଡ଼ – ମହାସମୁନ୍ଦ ଡିଭିଜନର କିଛି ମାଓ ସଦସ୍ୟ ଯାଉଥିବା ପୁଲିସ ସୂଚନା ପାଇବା ପରେ କମ୍ବିଂ ଆରମ୍ଭ କରିଥିଲା। ବର୍ତ୍ତମାନ ମଧ୍ୟ ଜଙ୍ଗଳ ଭିତରେ କମ୍ବିଂ ଚାଲିଥିବା ଏସପି ନୀତିନ କୁଶଳକର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୂଚନା ଅନୁଯାୟୀ, ମଙ୍ଗଳବାର ରାତ୍ରିରେ ତୁରେକେଲା ଥାନା ଅନ୍ତର୍ଗତ ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଳ ଭିତରେ ମାଓ ଗତିବିଧି ନେଇ ଗୁଇନ୍ଦା ସୂଚନା ରହିଥିଲା। ସୂଚନା ପାଇବା ପରେ ଏସପି ନୀତିନ କୁଶଳକରଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫର ଏକ ଟିମ ଜଙ୍ଗଳ ଭିତରେ କମ୍ବିଂ ଆରମ୍ଭ କରିଥିଲେ। କମ୍ବିଂ ସମୟରେ ଜଙ୍ଗଳ ଭିତରେ ଯାଉଥିବା ଏକ ମାଓ ଟିମ ପୁଲିସ ଉପରକୁ ଗୁଳି ଚଲାଇଥିଲା।ପୁଲିସ ମଧ୍ୟ ଏହାର କଡା ଜବାବ ଦେଇଥିଲା। କିଛି ସମୟ ଗୁଳି ବିନିମୟ ପରେ ଘନ ଜଙ୍ଗଳର ଫାଇଦା ନେଇ ମାଓବାଦୀ ମାନେ ଫେରାର ମାରିଥିଲେ। ପରେ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ପୁଲିସ ଛୁରୀ, ଟର୍ଚ୍ଚଲାଇଟ, ଜୋତା, ଚପଳ, ତାରପୋଲିନ, ସୋଲାର ପେନାଲ, ମଗ, ୟୁନିଫର୍ମ ଭଳି ମାଓ ସାମଗ୍ରୀ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ମିଲିଥିବା ସୂଚନା ଅନୁସାରେ, ପାଞ୍ଚ ରୁ ଛଅ ଜଣ ମାଓବାଦୀ ଏହି ଟିମରେ ରହିଥିବା ସନ୍ଦେହ କରାଯାଉଛି। ଉକ୍ତ ଅଞ୍ଚଳରେ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଥିବା ଏସପି କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ପୁଲିସ ପଚରାଉଚୁରା କରୁଥିବା ଜଣାପଡ଼ିଛି। ଉକ୍ତ ଟିମ କାହିଁକି ଆସିଥିଲେ। କେତେଦିନ ହେଲା ସେମାନେ ଅଞ୍ଚଳରେ ରହିଛନ୍ତି। ସେମାନଙ୍କ ଆଗାମୀ ଯୋଜନା ସହ ସ୍ଥାନୀୟ ଅଞ୍ଚଳର କେଉଁ ଲୋକ ମାନଙ୍କ ସହ ସମ୍ପର୍କ ରହିଛି ତାହା ତଦନ୍ତ କରୁଛି ପୁଲିସ। ତୁରେକେଲା ଥାନା କେସ ନଂ ୮୮ରେ ଏକ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଚାଲିଥିବା ଏସପି ଶ୍ରୀ କୁଶଳକର କହିଛନ୍ତି। ସୂଚନା ଯୋଗ୍ୟ ଯେ ଗତ କିଛି ମାସ ତଲେ ପୁଲିସ ଖପ୍ରାଖୋଳ ଥାନା ଯୁନାନୀ ବାହାଲ ଗାଁରେ ଜଣେ ମାଓବାଦୀଙ୍କୁ ଏନକାଉଣ୍ଟର କରିବାରେ ସଫଳ ହୋଇଥିଲା। ଏହି ଘଟଣା ପରେ କିଛି ଦିନର ନୀରବତା ପରେ ପୁଣି ମାଓବାଦୀ ସକ୍ରୀୟ ହୋଇଥିବା ଅଭିଯୋଗ ଉଠିଥିଲା। ମଙ୍ଗଳବାର ରାତ୍ରିରେ ହୋଇଥିବା ଗୁଳି ବିନିମୟ ଘଟଣାକୁ ପୁଣି ଜିଲ୍ଲା ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

11 May 2022 By The Sakala

ପୁଲିସ – ମାଓବାଦୀ ମୁହାଁମୁହିଁ: ତୁରେକେଲା ଥାନା ଅଞ୍ଚଳରେ ହାଇଆଲର୍ଟ, ଜାରି ରହିଛି କମ୍ବିଂ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଳ ଭିତରେ ମାଓ- ପୁଲିସ ମୁହାଁମୁହିଁ। ଉଭୟଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ପୁଲିସ ମାଓ ସାମଗ୍ରୀ ଜବତ କରିଛି। ବଲାଙ୍ଗିର – ବରଗଡ଼ – ମହାସମୁନ୍ଦ ଡିଭିଜନର କିଛି ମାଓ ସଦସ୍ୟ ଯାଉଥିବା ପୁଲିସ ସୂଚନା ପାଇବା ପରେ କମ୍ବିଂ ଆରମ୍ଭ କରିଥିଲା। ବର୍ତ୍ତମାନ ମଧ୍ୟ ଜଙ୍ଗଳ ଭିତରେ କମ୍ବିଂ ଚାଲିଥିବା ଏସପି ନୀତିନ କୁଶଳକର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତ୍ରିରେ ତୁରେକେଲା ଥାନା ଅନ୍ତର୍ଗତ ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଳ ଭିତରେ ମାଓ ଗତିବିଧି ନେଇ ଗୁଇନ୍ଦା ସୂଚନା ରହିଥିଲା। ସୂଚନା ପାଇବା ପରେ ଏସପି ନୀତିନ କୁଶଳକରଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫର ଏକ ଟିମ ଜଙ୍ଗଳ ଭିତରେ କମ୍ବିଂ ଆରମ୍ଭ କରିଥିଲେ। କମ୍ବିଂ ସମୟରେ ଜଙ୍ଗଳ ଭିତରେ ଯାଉଥିବା ଏକ ମାଓ ଟିମ ପୁଲିସ ଉପରକୁ ଗୁଳି ଚଲାଇଥିଲା।ପୁଲିସ ମଧ୍ୟ ଏହାର କଡା ଜବାବ ଦେଇଥିଲା। କିଛି ସମୟ ଗୁଳି ବିନିମୟ ପରେ ଘନ ଜଙ୍ଗଳର ଫାଇଦା ନେଇ ମାଓବାଦୀ ମାନେ ଫେରାର ମାରିଥିଲେ। ପରେ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ପୁଲିସ ଛୁରୀ, ଟର୍ଚ୍ଚଲାଇଟ, ଜୋତା, ଚପଳ, ତାରପୋଲିନ, ସୋଲାର ପେନାଲ, ମଗ, ୟୁନିଫର୍ମ ଭଳି ମାଓ ସାମଗ୍ରୀ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି।

ମିଲିଥିବା ସୂଚନା ଅନୁସାରେ, ପାଞ୍ଚ ରୁ ଛଅ ଜଣ ମାଓବାଦୀ ଏହି ଟିମରେ ରହିଥିବା ସନ୍ଦେହ କରାଯାଉଛି। ଉକ୍ତ ଅଞ୍ଚଳରେ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଥିବା ଏସପି କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ପୁଲିସ ପଚରାଉଚୁରା କରୁଥିବା ଜଣାପଡ଼ିଛି। ଉକ୍ତ ଟିମ କାହିଁକି ଆସିଥିଲେ। କେତେଦିନ ହେଲା ସେମାନେ ଅଞ୍ଚଳରେ ରହିଛନ୍ତି। ସେମାନଙ୍କ ଆଗାମୀ ଯୋଜନା ସହ ସ୍ଥାନୀୟ ଅଞ୍ଚଳର କେଉଁ ଲୋକ ମାନଙ୍କ ସହ ସମ୍ପର୍କ ରହିଛି ତାହା ତଦନ୍ତ କରୁଛି ପୁଲିସ। ତୁରେକେଲା ଥାନା କେସ ନଂ ୮୮ରେ ଏକ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଚାଲିଥିବା ଏସପି ଶ୍ରୀ କୁଶଳକର କହିଛନ୍ତି। ସୂଚନା ଯୋଗ୍ୟ ଯେ ଗତ କିଛି ମାସ ତଲେ ପୁଲିସ ଖପ୍ରାଖୋଳ ଥାନା ଯୁନାନୀ ବାହାଲ ଗାଁରେ ଜଣେ ମାଓବାଦୀଙ୍କୁ ଏନକାଉଣ୍ଟର କରିବାରେ ସଫଳ ହୋଇଥିଲା। ଏହି ଘଟଣା ପରେ କିଛି ଦିନର ନୀରବତା ପରେ ପୁଣି ମାଓବାଦୀ ସକ୍ରୀୟ ହୋଇଥିବା ଅଭିଯୋଗ ଉଠିଥିଲା। ମଙ୍ଗଳବାର ରାତ୍ରିରେ ହୋଇଥିବା ଗୁଳି ବିନିମୟ ଘଟଣାକୁ ପୁଣି ଜିଲ୍ଲା ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର