ସରପଞ୍ଚ ପରେ ୱାର୍ଡ ମେମ୍ବର ପଦବୀ ନିଲାମ ଅଭିଯୋଗ

The Sakala Picture
Published On

ବଲାଙ୍ଗିର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ବିଲେଇସର୍ଡା ଗ୍ରାମରେ ନିଲାମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପୁଣି ଏଭଳି ଏକ ଘଟଣା ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅର୍ନ୍ତଗତ ଖୁଜେନବାହାଲ ପଞ୍ଚାୟତରୁ। ୱାର୍ଡ ମେମ୍ବର ପଦବୀ ପାଇଁ ୪୦ ହଜାର ଟଙ୍କାରେ ନିଲାମୀ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଖୁଜେନାବହାଲ ପଞ୍ଚାୟତର ୬ ନଂ ୱାର୍ଡ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଏହି ପଦବୀ ପାଇଁ […]

ବଲାଙ୍ଗିର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ବିଲେଇସର୍ଡା ଗ୍ରାମରେ ନିଲାମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପୁଣି ଏଭଳି ଏକ ଘଟଣା ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅର୍ନ୍ତଗତ ଖୁଜେନବାହାଲ ପଞ୍ଚାୟତରୁ। ୱାର୍ଡ ମେମ୍ବର ପଦବୀ ପାଇଁ ୪୦ ହଜାର ଟଙ୍କାରେ ନିଲାମୀ କରାଯାଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସୂଚନା ଅନୁସାରେ, ଖୁଜେନାବହାଲ ପଞ୍ଚାୟତର ୬ ନଂ ୱାର୍ଡ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଏହି ପଦବୀ ପାଇଁ ନିଲାମ କରାଯାଇଥିଲା। ଏନେଇ ଗାଁରେ ଏକ ବୈଠକ ଡକାଯାଇଥିଲା। ଗାଁ ଲୋକଙ୍କୁ ଭୋଜିଭାତ ଖୁଆଇ ନିଲାମ ପ୍ରସ୍ତାବ ରଖାଯାଇଥିଲା। ୱାର୍ଡ ମେମ୍ବର ପଦବୀ ପାଇଁ ୪୦ ହଜାର ଟଙ୍କା କୁହାଯାଇଥିଲା। ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣେ ପ୍ରାର୍ଥୀ ଏଥିରୁ ଓହରି ଯାଇଥିଲେ। ପରେ ଅନ୍ୟ ଜଣେ ମହିଳା ୪୦ ହଜାର ଟଙ୍କା ଦେବାକୁ ରାଜି ହୋଇଥିବା ସୂଚନା ରହିଛି। ତେବେ ଅବାଧ ଓ ସ୍ୱଚ୍ଛ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଥିବାବେଳେ ଗ୍ରାମାଞ୍ଚଳରେ ଏଭଳି ଘଟଣା ଘଟୁଛି। ଏହି ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର