ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ: ଘରେ ପସିଛି ବନ୍ଧୁକ ଧାରି ଯୁବକ, ଅନ୍ୟ ଏକ କୋଠରୀରେ ବନ୍ଦୀ ପରିବାରର ୩ ସଦସ୍ୟ

The Sakala Picture
Published On

ବଲାଙ୍ଗୀର : ଘରେ ପସିଛି ବନ୍ଧୁକଧାରି ଯୁବକ । ଯାହାକୁ ନେଇ ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ବଲାଙ୍ଗୀର ସହର ଶାନ୍ତିପଡାରେ ମଦନ ମୋହନ ହୋତାଙ୍କ ଘରେ ଜଣେ ବନ୍ଧୁଙ୍କ ଧାରି ଯୁବକ ପସିଛି । ଅନ୍ୟ ଏକ କୋଠରୀରେ ପରିବାରର ସ୍ବାମୀ, ସ୍ତ୍ରୀ ଓ ୧୫ ବର୍ଷର ପୁଅ ବନ୍ଦୀ ହୋଇ ଅଛନ୍ତି । ଘର ବାହାରେ ପୁଲିସ ଘେରି ଉଦ୍ଧାର ପାଇଁ ୨ ଘଣ୍ଟା ହେଲା ଉଦ୍ୟମ ଚଳାଇଛି । ସଚନା ଅନୁଯାୟୀ, […]

ବଲାଙ୍ଗୀର : ଘରେ ପସିଛି ବନ୍ଧୁକଧାରି ଯୁବକ । ଯାହାକୁ ନେଇ ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ବଲାଙ୍ଗୀର ସହର ଶାନ୍ତିପଡାରେ ମଦନ ମୋହନ ହୋତାଙ୍କ ଘରେ ଜଣେ ବନ୍ଧୁଙ୍କ ଧାରି ଯୁବକ ପସିଛି । ଅନ୍ୟ ଏକ କୋଠରୀରେ ପରିବାରର ସ୍ବାମୀ, ସ୍ତ୍ରୀ ଓ ୧୫ ବର୍ଷର ପୁଅ ବନ୍ଦୀ ହୋଇ ଅଛନ୍ତି । ଘର ବାହାରେ ପୁଲିସ ଘେରି ଉଦ୍ଧାର ପାଇଁ ୨ ଘଣ୍ଟା ହେଲା ଉଦ୍ୟମ ଚଳାଇଛି ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସଚନା ଅନୁଯାୟୀ, ଜଣେ ଯବକ ଏକ ବାଇକରେ ଆସି ଶାନ୍ତିପଡାର ଉକ୍ତ ପରିବାରକୁ ବନ୍ଧୁକ ଦେଖାଇ ଧମକଚମକ ଦେଉଥିବା ବେଳେ କୌଶଳ କ୍ରମେ ପରିବାର ଲୋକେ କବାଟ ଦେଇ ଏକ କୋଠରୀରେ ବନ୍ଦ ହୋଇଯାଇଥିଲେ । ଏହି ସମୟରେ ପରିବାରର ଅନ୍ୟଜଣେ ବାହାରୁ ଆସି ବାହାରପଟୁ କବାଟ ଦେଇ ଦେଇଥିଲେ । ଫଳରେ ଘର ବନ୍ଧୁକଧାରି ଯୁବକ ଜଣକ ବନ୍ଦ ହୋଇ ରହିଛନ୍ତି । ଯୁବକଙ୍କୁ କାବୁ କରିବା ସହ ପରିବାରକୁ ଉଦ୍ଧାର ପାଇଁ ପୁଲିସ ଘରକୁ ଘେରାବନ୍ଦି କରି ଉଦ୍ୟମ ଚଳାଇଛି । ଯୁବକଙ୍କ ସମ୍ପର୍କରେ ପୁଲିସ କିଛି କହୁନଥିବା ବେଳେ ତାଙ୍କ ଭାଇ ଓ ମାଆଙ୍କୁ ଡକାଇ ବୁଝାସୁଝା ଚଳାଇଛି । ହେଲେ ତାହା ସଫଳ ହେଉନଥିବାରୁ ପୁଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ତେବେ କେଉଁ କାରଣରୁ ସେ ବନ୍ଧୁକ ଧରି ଆସିଥିଲେ ତାହା କିଛି ଜଣାପଡିନାହିଁ।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର