ଦ୍ବିତୀୟ ଟେଷ୍ଟ : ବିଜୟର ଦ୍ୱାରଦେଶରେ ଭାରତ

The Sakala Picture
Published On

ଚେନ୍ନାଇ : ତାମିଲନାଡୁ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟର ଦ୍ୱାରଦେଶରେ ପହଞ୍ଚିଛି। ଏହି ମ୍ୟାଚ୍‍ରେ ଅଶ୍ୱିନ୍‍ଙ୍କ ଆକର୍ଷଣୀୟ ଶତକ (୧୪୮ବଲ୍‍ରେ ୧୦୬ ରନ୍‍) ଓ ବିରାଟ କୋହଲି (୬୨)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍‍ କରି ଅଲଆଉଟ୍‍ ହୋଇଯାଇଛି। ଏହା ଫଳରେ ପ୍ରଥମ ଇନିଂସରେ ୧୯୫ ରନ୍‍ର ଅଗ୍ରଣୀକୁ ମିଶାଇ ଭାରତ ଭ୍ରମଣକାରୀ ଇଂଲଣ୍ଡ ଦଳ ଆଗରେ ୪୮୨ […]

ଚେନ୍ନାଇ : ତାମିଲନାଡୁ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟର ଦ୍ୱାରଦେଶରେ ପହଞ୍ଚିଛି। ଏହି ମ୍ୟାଚ୍‍ରେ ଅଶ୍ୱିନ୍‍ଙ୍କ ଆକର୍ଷଣୀୟ ଶତକ (୧୪୮ବଲ୍‍ରେ ୧୦୬ ରନ୍‍) ଓ ବିରାଟ କୋହଲି (୬୨)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍‍ କରି ଅଲଆଉଟ୍‍ ହୋଇଯାଇଛି। ଏହା ଫଳରେ ପ୍ରଥମ ଇନିଂସରେ ୧୯୫ ରନ୍‍ର ଅଗ୍ରଣୀକୁ ମିଶାଇ ଭାରତ ଭ୍ରମଣକାରୀ ଇଂଲଣ୍ଡ ଦଳ ଆଗରେ ୪୮୨ ରନ୍‍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଚେନ୍ନାଇ ପିଚରେ ଧୂଳି ଉଡୁଥିବାବେଳେ ଇଂଲଣ୍ଡ ଦଳ ଏହି ବିଶାଳ ଲକ୍ଷ୍ୟକୁ ପିଛା କରି ୫୩ ରନ୍‍ରେ ୩ଟି ୱିକେଟ ହରାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଷ୍ଟମ୍ପ୍‍ ଅପସାରଣ ବେଳକୁ ଡାନିଏଲ ଲରେନ୍ସ ୧୯ ଓ ଅଧିନାୟକ ଜୋ ରୁଟ୍‍ ୨ ରନ୍‍ରେ ବ୍ୟାଟିଂ କରୁଥିଲେ। ଦଳପକ୍ଷରୁ ଦୁଇ ଓପନର ରୋରି ବର୍ଣ୍ଣସ ୨୫ ଓ ଡୋମିନିକ୍‍ ସିବ୍‍ଲୀ ୩ରନ୍‍ରେ ଆଉଟ ହୋଇଥିଲେ। ଜ୍ୟାକ୍‍ ଲିଚ୍‍ ନାଇଟ୍‍ୱାଚ୍‍ ଭାବେ ଆସିଥିଲେ ହେଁ ପ୍ରଥମ ବଲ୍‍ରେ ଆଉଟ ହୋଇଯାଇଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ୨ଟି ଓ ଅଶ୍ୱିନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚ୍‍ରେ ଖେଳ ଆଉ ଦୁଇଦିନ ବାକିଥିଲାବେଳେ ଇଂଲଣ୍ଡକୁ ମ୍ୟାଚ୍‍ ଜିତିବା ଲାଗି ବାକିଥିବା ୭ଟି ୱିକେଟ ବିନିମୟରେ ଆଉ ୪୨୯ ରନ୍‍ ଆବଶ୍ୟକ। ଭ୍ରମଣକାରୀ ଦଳକୁ ଏହି ମ୍ୟାଚ୍‍ ଡ୍ର ରଖିବା କିମ୍ବା ଜିତିବାକୁ ହେଲେ ବ୍ୟାଟ୍ସମ୍ୟାନଙ୍କ ଚମତ୍କାରିତାର ଜୋର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ପୂର୍ବରୁ ଭାରତ ଖେଳ ଆରମ୍ଭ କରିବା ପରେ ଖୁବ୍‍ଶୀଘ୍ର ୩ଟି ୱିକେଟ ହରାଇଥିଲା। ପ୍ରଥମ ଇନିଂସରେ ସେଞ୍ଚୁରିଆନ ରୋହିତ ଶର୍ମା (୨୬), ଦୁର୍ଭାଗ୍ୟଜନକ ସ୍ଥିତିରେ ଚେତେଶ୍ୱର ପୂଜାରା (୭) ଓ ୱିକେଟକିପର ଋଷଭ ପନ୍ତ୍‍ (୮) ଶୀଘ୍ର ଆଉଟ ହୋଇଯାଇଥିଲେ। ଲଞ୍ଚ୍‍ବେଳକୁ ଭାରତ ୬୫ ରନ୍‍ରେ ୪ ୱିକେଟ ହରାଇଥିଲା। ଗୋଟିଏ ପଟେ ଅଧିନାୟକ ବିରାଟ କୋହଲି ଦମ୍‍ଦାର ବ୍ୟାଟିଂ ପ୍ରଦର୍ଶନ କରି ଅପରାଜିତ ରହିଥିଲାବେଳେ ଅନ୍ୟପଟେ କ୍ରମାଗତ ୱିକେଟ ପଡ଼ିଥିଲା। ଆଜିଙ୍କ୍ୟ ରାହାଣେ (୧୦) ଓ ଅକ୍ଷର ପଟେଲ (୭) ଶୀଘ୍ର ଆଉଟ ହୋଇଯିବା ପରେ ଭାରତ ୧୦୬ ରନ୍‍ରେ ୬ଷ୍ଠ ୱିକେଟ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ୭ମ ୱିକେଟ ପାର୍ଟନରଶିପ୍‍ରେ କୋହଲିଙ୍କୁ ଅଶ୍ୱିନଙ୍କ ରୂପରେ ଜଣେ ଭଲ ପାର୍ଟନର ମିଳିଯାଇଥିଲା। ଉଭୟ ଖେଳାଳି ଟର୍ଣ୍ଣିଂ ଟ୍ରାକ୍‍ରେ କିପରି ବ୍ୟାଟିଂ କରିହେବ ତାହା ପ୍ରତିପକ୍ଷ ଦଳକୁ ଶିକ୍ଷାଦାନ କରିବା ସହ ୯୬ ରନ୍‍ର ପାର୍ଟନରଶିପ୍‍ କରି ଇଂଲଣ୍ଡକୁ ବ୍ୟାକ୍‍ଫୁଟକୁ ଠେଲିଦେଇଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

୧୪୯ବଲରେ ୭ ଚୌକା ସହ ୬୨ ରନ୍‍ରେ ୭ମ ଖେଳାଳି ଭାବେ ପାଭିଲିୟନ ଫେରିବା ପୂର୍ବରୁ କୋହଲି ଇଂଲଣ୍ଡ ଖେଳାଳିଙ୍କୁ ଗୋଟିଏ ହେଲେ ଆଉଟ ହେବାର ସୁଯୋଗ ଦେଇ ନଥିଲେ। ତାଙ୍କ ଆଉଟ ପରେ ଅଶ୍ୱିନ୍‍ ପାଇଥିବା ଜୀବନଦାନର ସଦୁପଯୋଗ କରି ଶତକ ହାସଲ କରିବା ସହ ଇଂଲଣ୍ଡ ହାତରୁ ଏକପ୍ରକାର ମ୍ୟାଚ୍‍ ଛଡାଇନେଇଥିଲେ। ସେ ୨୮, ୫୬ ରନ୍‍ରେ କ୍ୟାଚ୍‍ ଆଉଟ ହେବାର ଦୁଇଟି ଓ ୭୦ ରନ୍‍ କରିଥିବାବେଳେ ଷ୍ଟମ୍ପ୍‍ଆଉଟ ହେବାର ଗୋଟିଏ ସୁଯୋଗ ଦେଇଥିଲେ। କିନ୍ତୁ ଇଂଲଣ୍ଡ ଖେଳାଳିମାନେ ହାତଛଡ଼ା କରିଦେଇଥିଲେ। ଶେଷରେ ୧୪୮ବଲ୍‍ ଖେଳି ୧୪ ଚୌକା ଓ ଗୋଟିଏ ଛକା ସହ ୧୦୬ ରନ୍‍ରେ ଅଶ୍ୱିନ୍‍ ପେସ୍‍ ବୋଲର ଓଲି ଷ୍ଟୋନ୍‍ଙ୍କ ଦ୍ୱାରା କ୍ଲିନ୍‍ ବୋଲ୍ଡ ହୋଇଯାଇଥିଲେ। ଏହି ମ୍ୟାଚ୍‍ରେ ତାଙ୍କ ଅଲରାଉଣ୍ଡ ସଫଳତା ବଳରେ ଭାରତ ମ୍ୟାଚ୍‍ ଜିତିବାର କ୍ଷେତ୍ର ପ୍ରସ୍ତୁତ କରିନେଇଛି। ଇଂଲଣ୍ଡ ପକ୍ଷରୁ ଏପରି ପିଚ୍‍ରେ ସ୍ପିନରମାନେ ଭଲ ବୋଲିଂ କରିପାରି ନଥିଲେ। ବାମହାତୀ ସ୍ପିନର ଜ୍ୟାକ୍‍ ଲିଚ୍‍ ଓ ଅଫ୍‍ ସ୍ପିନର ମୋଇନ୍‍ ଅଲ୍ଲୀଙ୍କୁ ୪ଟି ଲେଖାଏଁ ୱିକେଟ ମିଳିଥିଲା। କିନ୍ତୁ ଉଭୟ ବୋଲର ଅଶ୍ୱିନଙ୍କ ପରି ସଫଳ ହୋଇପାରି ନଥିଲେ। ଇଂଲଣ୍ଡ ପ୍ରଥମ ଇନିଂସରେ ୧୩୪ ରନ୍‍ କରିଥିଲାବେଳେ ଅଶ୍ୱିନ ୪୩ ରନ୍‍ରେ ୫ଟି ୱିକେଟ ଅକ୍ତିଆର କରିଥିଲେ।

16 Feb 2021 By The Sakala

ଦ୍ବିତୀୟ ଟେଷ୍ଟ : ବିଜୟର ଦ୍ୱାରଦେଶରେ ଭାରତ

ଚେନ୍ନାଇ : ତାମିଲନାଡୁ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟର ଦ୍ୱାରଦେଶରେ ପହଞ୍ଚିଛି। ଏହି ମ୍ୟାଚ୍‍ରେ ଅଶ୍ୱିନ୍‍ଙ୍କ ଆକର୍ଷଣୀୟ ଶତକ (୧୪୮ବଲ୍‍ରେ ୧୦୬ ରନ୍‍) ଓ ବିରାଟ କୋହଲି (୬୨)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍‍ କରି ଅଲଆଉଟ୍‍ ହୋଇଯାଇଛି। ଏହା ଫଳରେ ପ୍ରଥମ ଇନିଂସରେ ୧୯୫ ରନ୍‍ର ଅଗ୍ରଣୀକୁ ମିଶାଇ ଭାରତ ଭ୍ରମଣକାରୀ ଇଂଲଣ୍ଡ ଦଳ ଆଗରେ ୪୮୨ ରନ୍‍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଚେନ୍ନାଇ ପିଚରେ ଧୂଳି ଉଡୁଥିବାବେଳେ ଇଂଲଣ୍ଡ ଦଳ ଏହି ବିଶାଳ ଲକ୍ଷ୍ୟକୁ ପିଛା କରି ୫୩ ରନ୍‍ରେ ୩ଟି ୱିକେଟ ହରାଇଛି।

ଷ୍ଟମ୍ପ୍‍ ଅପସାରଣ ବେଳକୁ ଡାନିଏଲ ଲରେନ୍ସ ୧୯ ଓ ଅଧିନାୟକ ଜୋ ରୁଟ୍‍ ୨ ରନ୍‍ରେ ବ୍ୟାଟିଂ କରୁଥିଲେ। ଦଳପକ୍ଷରୁ ଦୁଇ ଓପନର ରୋରି ବର୍ଣ୍ଣସ ୨୫ ଓ ଡୋମିନିକ୍‍ ସିବ୍‍ଲୀ ୩ରନ୍‍ରେ ଆଉଟ ହୋଇଥିଲେ। ଜ୍ୟାକ୍‍ ଲିଚ୍‍ ନାଇଟ୍‍ୱାଚ୍‍ ଭାବେ ଆସିଥିଲେ ହେଁ ପ୍ରଥମ ବଲ୍‍ରେ ଆଉଟ ହୋଇଯାଇଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ୨ଟି ଓ ଅଶ୍ୱିନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚ୍‍ରେ ଖେଳ ଆଉ ଦୁଇଦିନ ବାକିଥିଲାବେଳେ ଇଂଲଣ୍ଡକୁ ମ୍ୟାଚ୍‍ ଜିତିବା ଲାଗି ବାକିଥିବା ୭ଟି ୱିକେଟ ବିନିମୟରେ ଆଉ ୪୨୯ ରନ୍‍ ଆବଶ୍ୟକ। ଭ୍ରମଣକାରୀ ଦଳକୁ ଏହି ମ୍ୟାଚ୍‍ ଡ୍ର ରଖିବା କିମ୍ବା ଜିତିବାକୁ ହେଲେ ବ୍ୟାଟ୍ସମ୍ୟାନଙ୍କ ଚମତ୍କାରିତାର ଜୋର ଆବଶ୍ୟକତା ରହିଛି।

ପୂର୍ବରୁ ଭାରତ ଖେଳ ଆରମ୍ଭ କରିବା ପରେ ଖୁବ୍‍ଶୀଘ୍ର ୩ଟି ୱିକେଟ ହରାଇଥିଲା। ପ୍ରଥମ ଇନିଂସରେ ସେଞ୍ଚୁରିଆନ ରୋହିତ ଶର୍ମା (୨୬), ଦୁର୍ଭାଗ୍ୟଜନକ ସ୍ଥିତିରେ ଚେତେଶ୍ୱର ପୂଜାରା (୭) ଓ ୱିକେଟକିପର ଋଷଭ ପନ୍ତ୍‍ (୮) ଶୀଘ୍ର ଆଉଟ ହୋଇଯାଇଥିଲେ। ଲଞ୍ଚ୍‍ବେଳକୁ ଭାରତ ୬୫ ରନ୍‍ରେ ୪ ୱିକେଟ ହରାଇଥିଲା। ଗୋଟିଏ ପଟେ ଅଧିନାୟକ ବିରାଟ କୋହଲି ଦମ୍‍ଦାର ବ୍ୟାଟିଂ ପ୍ରଦର୍ଶନ କରି ଅପରାଜିତ ରହିଥିଲାବେଳେ ଅନ୍ୟପଟେ କ୍ରମାଗତ ୱିକେଟ ପଡ଼ିଥିଲା। ଆଜିଙ୍କ୍ୟ ରାହାଣେ (୧୦) ଓ ଅକ୍ଷର ପଟେଲ (୭) ଶୀଘ୍ର ଆଉଟ ହୋଇଯିବା ପରେ ଭାରତ ୧୦୬ ରନ୍‍ରେ ୬ଷ୍ଠ ୱିକେଟ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ୭ମ ୱିକେଟ ପାର୍ଟନରଶିପ୍‍ରେ କୋହଲିଙ୍କୁ ଅଶ୍ୱିନଙ୍କ ରୂପରେ ଜଣେ ଭଲ ପାର୍ଟନର ମିଳିଯାଇଥିଲା। ଉଭୟ ଖେଳାଳି ଟର୍ଣ୍ଣିଂ ଟ୍ରାକ୍‍ରେ କିପରି ବ୍ୟାଟିଂ କରିହେବ ତାହା ପ୍ରତିପକ୍ଷ ଦଳକୁ ଶିକ୍ଷାଦାନ କରିବା ସହ ୯୬ ରନ୍‍ର ପାର୍ଟନରଶିପ୍‍ କରି ଇଂଲଣ୍ଡକୁ ବ୍ୟାକ୍‍ଫୁଟକୁ ଠେଲିଦେଇଥିଲେ।

୧୪୯ବଲରେ ୭ ଚୌକା ସହ ୬୨ ରନ୍‍ରେ ୭ମ ଖେଳାଳି ଭାବେ ପାଭିଲିୟନ ଫେରିବା ପୂର୍ବରୁ କୋହଲି ଇଂଲଣ୍ଡ ଖେଳାଳିଙ୍କୁ ଗୋଟିଏ ହେଲେ ଆଉଟ ହେବାର ସୁଯୋଗ ଦେଇ ନଥିଲେ। ତାଙ୍କ ଆଉଟ ପରେ ଅଶ୍ୱିନ୍‍ ପାଇଥିବା ଜୀବନଦାନର ସଦୁପଯୋଗ କରି ଶତକ ହାସଲ କରିବା ସହ ଇଂଲଣ୍ଡ ହାତରୁ ଏକପ୍ରକାର ମ୍ୟାଚ୍‍ ଛଡାଇନେଇଥିଲେ। ସେ ୨୮, ୫୬ ରନ୍‍ରେ କ୍ୟାଚ୍‍ ଆଉଟ ହେବାର ଦୁଇଟି ଓ ୭୦ ରନ୍‍ କରିଥିବାବେଳେ ଷ୍ଟମ୍ପ୍‍ଆଉଟ ହେବାର ଗୋଟିଏ ସୁଯୋଗ ଦେଇଥିଲେ। କିନ୍ତୁ ଇଂଲଣ୍ଡ ଖେଳାଳିମାନେ ହାତଛଡ଼ା କରିଦେଇଥିଲେ। ଶେଷରେ ୧୪୮ବଲ୍‍ ଖେଳି ୧୪ ଚୌକା ଓ ଗୋଟିଏ ଛକା ସହ ୧୦୬ ରନ୍‍ରେ ଅଶ୍ୱିନ୍‍ ପେସ୍‍ ବୋଲର ଓଲି ଷ୍ଟୋନ୍‍ଙ୍କ ଦ୍ୱାରା କ୍ଲିନ୍‍ ବୋଲ୍ଡ ହୋଇଯାଇଥିଲେ। ଏହି ମ୍ୟାଚ୍‍ରେ ତାଙ୍କ ଅଲରାଉଣ୍ଡ ସଫଳତା ବଳରେ ଭାରତ ମ୍ୟାଚ୍‍ ଜିତିବାର କ୍ଷେତ୍ର ପ୍ରସ୍ତୁତ କରିନେଇଛି। ଇଂଲଣ୍ଡ ପକ୍ଷରୁ ଏପରି ପିଚ୍‍ରେ ସ୍ପିନରମାନେ ଭଲ ବୋଲିଂ କରିପାରି ନଥିଲେ। ବାମହାତୀ ସ୍ପିନର ଜ୍ୟାକ୍‍ ଲିଚ୍‍ ଓ ଅଫ୍‍ ସ୍ପିନର ମୋଇନ୍‍ ଅଲ୍ଲୀଙ୍କୁ ୪ଟି ଲେଖାଏଁ ୱିକେଟ ମିଳିଥିଲା। କିନ୍ତୁ ଉଭୟ ବୋଲର ଅଶ୍ୱିନଙ୍କ ପରି ସଫଳ ହୋଇପାରି ନଥିଲେ। ଇଂଲଣ୍ଡ ପ୍ରଥମ ଇନିଂସରେ ୧୩୪ ରନ୍‍ କରିଥିଲାବେଳେ ଅଶ୍ୱିନ ୪୩ ରନ୍‍ରେ ୫ଟି ୱିକେଟ ଅକ୍ତିଆର କରିଥିଲେ।

https://www.thesakala.in/sports/india-vs-england-test-series/article-27
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର