ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି : ଆଜିଠୁ ବିଚାରପତିଙ୍କୁ ଆଉ ମାଇଁ ଲର୍ଡ, ୟୋର ଲର୍ଡସିପ୍ ବା ୟୋର ଅନର ବୋଲି ସମ୍ବୋଧନ କରାଯିବନି
କଟକ : ଆଉ କୋର୍ଟରେ କୌଣସି ମାମଲାର ଶୁଣାଣି ବେଳେ ଶୁଣିବାକୁ ମିଳିବନି ମାଇଁ ଲର୍ଡ, ୟୋର ଲର୍ଡସିପ୍ ବା ୟୋର ଅନର ଉଚ୍ଚାରଣ। ଏପରି ନକରିବାକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ନିର୍ଦେଶ ଦେଇ କହିଛନ୍ତି ଯେ କୋର୍ଟରେ ମାମଲାର ବିଚାର ସମୟରେ ମାଇଁ ଲର୍ଡ, ୟୋର ଲର୍ଡସିପ୍ ବା ୟୋର […]
କଟକ : ଆଉ କୋର୍ଟରେ କୌଣସି ମାମଲାର ଶୁଣାଣି ବେଳେ ଶୁଣିବାକୁ ମିଳିବନି ମାଇଁ ଲର୍ଡ, ୟୋର ଲର୍ଡସିପ୍ ବା ୟୋର ଅନର ଉଚ୍ଚାରଣ। ଏପରି ନକରିବାକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ନିର୍ଦେଶ ଦେଇ କହିଛନ୍ତି ଯେ କୋର୍ଟରେ ମାମଲାର ବିଚାର ସମୟରେ ମାଇଁ ଲର୍ଡ, ୟୋର ଲର୍ଡସିପ୍ ବା ୟୋର ଅନର ଭଳି ଉପସର୍ଗ ବ୍ରବହାର ହେବ ନାହିଁ। ଏହାର ପରିବର୍ତ୍ତେ ଜଜକୁ ଆଇନଜିବୀ ସାର୍ କିମ୍ବା ଅନରେବୁଲ୍ କୋର୍ଟ ବୋଲି ସମ୍ବୋଧନ କରିପାରିବେ।
୨୦୧୬ରେ ବାର କାଉନସିଲ ଅଫ ଇଣ୍ଡିଆ ଏନେଇ ଏକ ପ୍ରସ୍ତାବ ଆଣିଥିଲା। ଓଡିଶା ହାଇକୋର୍ଟ ପୂର୍ବରୁ ପଞ୍ଜାମ-ହରିଆଣା ହାଇକୋର୍ଟରେ ବିଚାରପତି ଥିଲେ ଜଷ୍ଟିସ ଏସ ମୁରଲୀଧର । ସେଠାରେ ମଧ୍ୟ ସମାନ ନିର୍ଦ୍ଦେଶ ଦେଇଥିଲେ ବିଚାରପତି ଜଷ୍ଟିସ ଏସ ମୁରଲୀଧର। ଏହା ପରେ ଓଡ଼ିଶା ହାଇକୋର୍ଟରେ ମଧ୍ୟ ସମାନ ନିର୍ଦେଶ ଶୁଣାଇଛନ୍ତି। ମୁଖ୍ୟ ବିଚାରପତିଙ୍କ ନିଷ୍ପତ୍ତିକୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର ଏବଂ ଅନ୍ୟମାନେ ସ୍ବାଗତ କରିଛନ୍ତି ।
୨୦୨୨ରେ ଏଭଳି ନୂଆ କଥା ଓଡ଼ିଶା ହାଇକୋର୍ଟରେ ଦେଖିବାକୁ ମିଳିବ। ଶୀତ ଅବକାଶ ପରେ ଜାନୁଆରି ୩ରୁ ହାଇକୋର୍ଟ ଖୋଲୁଥିବା ବେଳେ ପ୍ରକାଶିତ ସପ୍ତାହିକ ମାମଲା ତାଲିକା ଲିଷ୍ଟରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏଭଳି ନିର୍ଦ୍ଦେଶନାମା ପ୍ରସଂଗରେ ଉଲ୍ଲେଖ କରାଯାଇଛି । ଏହି ଖଣ୍ଡପୀଠର ବିଚାରପତିଙ୍କୁ ‘ମାଇଁ ଲର୍ଡ’, ‘ଇୟୋର ଲର୍ଡସିପ୍’, ‘ଇୟୋର ଅନର’ ଭାବେ ସମ୍ବୋଧନ ନ କରିବାକୁ ଆଇନଜୀବୀ ଓ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହୁଥିବା ପକ୍ଷଙ୍କୁ ଅନୁରୋଧ କରାଯାଇଛି। ଏଥି ସହିତ ସମ୍ବୋଧନ ପୂର୍ବରୁ ‘ଅନରେବଲ’ ଉପସର୍ଗ ଯୋଗ ନ କରିବାକୁ ଅନୁରୋଧ କରାଯାଇଛି ।
ଏଭଳି ସବୁ ସମ୍ବୋଧନ ପରିହାରେ କରିବା ପ୍ରସଂଗରେ ଆଇନଜୀବୀ ଓ ପକ୍ଷ ଚେଷ୍ଟା କରିବେ । ସାର୍ ସମେତ କୋର୍ଟଙ୍କ ମର୍ଯ୍ୟାଦା/ଗାରିମା ସଂଗତ ଅନ୍ୟ ସମ୍ବୋଧନର ପଦ୍ଧତି/ରୀତି ଯଥେଷ୍ଟ ହେବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏ ନେଇ ଉଲ୍ଲେଖ ରହିଛି। ଏପରି ଘଟଣା ଓଡ଼ିଶା ହାଇକୋର୍ଟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।