କଟକ ବାରବାଟୀରେ ହେବ ଟି-୨୦ ମ୍ୟାଚ ! ଜୁନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇପାରେ ମ୍ୟାଚ

The Sakala Picture
Published On

କଟକ: କଟକ ବାରବାଟୀକୁ ଫେରିବ ଆନ୍ତର୍ଜାତୀୟ ମ୍ୟାଚ । ବାରବାଟୀରେ ହେବ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ । ବାରବାଟୀରେ ମ୍ୟାଚ କରାଇବା ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହିତ ଓସିଏ ସଂପାଦକ ସଞ୍ଜୟ ବେହେରାଙ୍କ ସହିତ ବିଶେଷ ଆଲୋଚନା ହେଇଛି । ଏହି ଆଲୋଚନାରେ ଆସନ୍ତା ଜୁନ ମାସରେ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଏକ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । […]

କଟକ: କଟକ ବାରବାଟୀକୁ ଫେରିବ ଆନ୍ତର୍ଜାତୀୟ ମ୍ୟାଚ । ବାରବାଟୀରେ ହେବ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ । ବାରବାଟୀରେ ମ୍ୟାଚ କରାଇବା ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହିତ ଓସିଏ ସଂପାଦକ ସଞ୍ଜୟ ବେହେରାଙ୍କ ସହିତ ବିଶେଷ ଆଲୋଚନା ହେଇଛି । ଏହି ଆଲୋଚନାରେ ଆସନ୍ତା ଜୁନ ମାସରେ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଏକ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଓଡ଼ିଶା କ୍ରିକେଟ ଆସୋସିଏସନର ଅନୁରୋଧକୁ ରକ୍ଷା କରି ବିସିସିଆଇ ସହମତି ଜଣାଇଥିବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମକୁ ଜଣାଇଛନ୍ତି । ଜୁନ ମାସରେ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ ଦର୍ଶକଙ୍କ ଖଚାଖଚ ଭିଡ଼ରେ ଅନୁଷ୍ଠିତ ହେବ । ତେବେ ଫେବ୍ରୁଆରୀ ମାସରେ ଓ୍ୱେଷ୍ଟ ଇଣ୍ଡିଜ୍ ମ୍ୟାଚ ପାଇଁ ଓସିଏ ସମସ୍ତ ପ୍ରସ୍ତୁତି କରିସାରିଥିଲା । କିନ୍ତୁ କୋଭିଡ ମହାମାରୀ ପାଇଁ ୧୫ ତାରିଖରେ ହେବାକୁ ଥିବା ମ୍ୟାଚକୁ ବାରବାଟୀରୁ ସ୍ଥାନାନ୍ତର କରି ନିଆଯାଇଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷରେ ସମସ୍ତ ଟି-୨୦ ମ୍ୟାଚ କୋଲକାତାରେ ଖେଳାଯିବା ନେଇ ବିସିସିଆଇ ନିଷ୍ପତ୍ତି ନେଇଛି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

04 Feb 2022 By The Sakala

କଟକ ବାରବାଟୀରେ ହେବ ଟି-୨୦ ମ୍ୟାଚ ! ଜୁନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇପାରେ ମ୍ୟାଚ

କଟକ: କଟକ ବାରବାଟୀକୁ ଫେରିବ ଆନ୍ତର୍ଜାତୀୟ ମ୍ୟାଚ । ବାରବାଟୀରେ ହେବ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ । ବାରବାଟୀରେ ମ୍ୟାଚ କରାଇବା ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହିତ ଓସିଏ ସଂପାଦକ ସଞ୍ଜୟ ବେହେରାଙ୍କ ସହିତ ବିଶେଷ ଆଲୋଚନା ହେଇଛି । ଏହି ଆଲୋଚନାରେ ଆସନ୍ତା ଜୁନ ମାସରେ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଏକ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଓଡ଼ିଶା କ୍ରିକେଟ ଆସୋସିଏସନର ଅନୁରୋଧକୁ ରକ୍ଷା କରି ବିସିସିଆଇ ସହମତି ଜଣାଇଥିବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମକୁ ଜଣାଇଛନ୍ତି । ଜୁନ ମାସରେ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ ଦର୍ଶକଙ୍କ ଖଚାଖଚ ଭିଡ଼ରେ ଅନୁଷ୍ଠିତ ହେବ । ତେବେ ଫେବ୍ରୁଆରୀ ମାସରେ ଓ୍ୱେଷ୍ଟ ଇଣ୍ଡିଜ୍ ମ୍ୟାଚ ପାଇଁ ଓସିଏ ସମସ୍ତ ପ୍ରସ୍ତୁତି କରିସାରିଥିଲା । କିନ୍ତୁ କୋଭିଡ ମହାମାରୀ ପାଇଁ ୧୫ ତାରିଖରେ ହେବାକୁ ଥିବା ମ୍ୟାଚକୁ ବାରବାଟୀରୁ ସ୍ଥାନାନ୍ତର କରି ନିଆଯାଇଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷରେ ସମସ୍ତ ଟି-୨୦ ମ୍ୟାଚ କୋଲକାତାରେ ଖେଳାଯିବା ନେଇ ବିସିସିଆଇ ନିଷ୍ପତ୍ତି ନେଇଛି ।

https://www.thesakala.in/latest-odisha-news/cuttack-barabati-stadium-to-host-t20-match-between-india-and-south-africa/article-8985
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର