ଆଜିଠୁ ଓଡ଼ିଶା ଓପନ ସୁପର-୧୦୦: ଭାଗ ନେବେ ୩୦୦ ଖେଳାଳି, ନଜରରେ ଓଡ଼ିଶାର ୬ ପ୍ରତିଯୋଗୀ

The Sakala Picture
Published On

କଟକ: ପ୍ରଥମଥର ନିମନ୍ତେ ଓଡ଼ିଶାରେ ଆୟୋଜିତ ହେଉଛି ବ୍ୟାଡ଼ମିଣ୍ଟନ କ୍ରୀଡ଼ାର ମହାକୁମ୍ଭ ତଥା ବ୍ୟାଡମିଣ୍ଟନ ୱାଲର୍ଡ ଫେଡେରେସନ୍ (ବିଡବ୍ଲ୍ୟୁଏଫ୍) ଦ୍ବାରା ଆୟୋଜିତ ଓଡ଼ିଶା ଓପନ ସୁପର-୧୦୦ ଚାମ୍ପିଅନସିପ୍ । କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ ଓ ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଆସୋସିଏସନର ମିଳିତ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ୫ଦିନ ଧରି ହେବାକୁ ଥିବା ପ୍ରତିଯୋଗିତାରେ ୧୭ଟି ରାଷ୍ଟ୍ରର […]

କଟକ: ପ୍ରଥମଥର ନିମନ୍ତେ ଓଡ଼ିଶାରେ ଆୟୋଜିତ ହେଉଛି ବ୍ୟାଡ଼ମିଣ୍ଟନ କ୍ରୀଡ଼ାର ମହାକୁମ୍ଭ ତଥା ବ୍ୟାଡମିଣ୍ଟନ ୱାଲର୍ଡ ଫେଡେରେସନ୍ (ବିଡବ୍ଲ୍ୟୁଏଫ୍) ଦ୍ବାରା ଆୟୋଜିତ ଓଡ଼ିଶା ଓପନ ସୁପର-୧୦୦ ଚାମ୍ପିଅନସିପ୍ । କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ ଓ ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଆସୋସିଏସନର ମିଳିତ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ୫ଦିନ ଧରି ହେବାକୁ ଥିବା ପ୍ରତିଯୋଗିତାରେ ୧୭ଟି ରାଷ୍ଟ୍ରର ୩୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ। ତେବେ କୋଭିଡ୍ କଟକଣା ଦୃଷ୍ଟିରୁ ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ। ଏପରିକି ଦର୍ଶକଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ ନାହିଁ। ଇଣ୍ଡୋର ଷ୍ଟାଡିୟମରେ ହୋଇଥିବା ୪ଟି ବ୍ୟାଡମିଣ୍ଟନ କୋର୍ଟରେ ନାମିଦାମୀ ଖେଳାଳିଙ୍କ ଭିତରେ ମହାମୁକାବିଲା ହେବ। ଖେଳାଳି, ମ୍ୟାଚ ଅଫିସିଆଲମାନଙ୍କର କୋଭିଡ଼ ପରୀକ୍ଷା କରାଯାଇଛି। ଯେଉଁମାନଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରତିଯୋଗୀତାରେ ଭାଗ ନେବାକୁ ସୁଯୋଗ ଦିଆଯିବ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ହୃଦୟଛୁଆଁ କାହାଣୀ: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଛୁଆ ଓରାଙ୍ଗଉଟାନ୍‌; ମା' ନାହିଁ, ହେଲେ ମା' ପରି ଅଛନ୍ତି ପରସ୍ପର

ଓଡିଶାରୁ ୬ ଜଣ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଓଡ଼ିଶା ଓପନରେ ସ୍ଥାନୀୟ ତାରକା ଋତୁପର୍ଣ୍ଣା ଓ ଶ୍ୱେତାପର୍ଣ୍ଣା ପଣ୍ଡାଙ୍କ ଆକ୍ସନ ଦେଖିବାକୁ ମିଳିବ । ଏତଦବ୍ୟତୀତ ଓଡ଼ିଶାର ହର୍ଷିତା ରାଉତ, ଶୃତି ସ୍ୱାଇଁ, ପି.ପ୍ରଗତୀ ଓ ବିଶାଖା ଟପ୍ପୋ ମଧ୍ୟ ପ୍ରତିଯୋଗିତାରେ ଭାଗ ନେବେ। ଏହି ପ୍ରତିଯୋଗିତାରେ ପି. କାଶ୍ୟପ, ସୌରଭ ବର୍ମା, ଶୁଭଙ୍କର ଦେ, ସାଇନା ନେହଓ୍ୱାଲ, ଅଶ୍ୱିନୀ ପୋନାପ୍ପା, ସିକି ରେଡ୍ଡୀଙ୍କ ଭଳି ପ୍ରମୁଖ ଖେଳାଳି ମଧ୍ୟ ନିଜ ନିଜର ଦମ୍ ଦେଖାଇବେ । କରୋନା ସଂକ୍ରମଣ ପାଇଁ ବିନା ଦର୍ଶକରେ ବାୟୋବବୁଲ ବ୍ୟବସ୍ଥା ମଧ୍ୟରେ ସମସ୍ତ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ଅର୍ଥରାଶି ରଖାଯାଇଛି । ଆଜିଠାରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର