ଓଡ଼ିଶାରେ ଚିନ୍ତା ବଢାଇଲା ଓମିକ୍ରନ : ଚିହ୍ନଟ ହେଲେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ, ୩୭କୁ ବଢ଼ିଲା ମୋଟ୍‌ ସଂଖ୍ୟା

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଚିନ୍ତା ବଢାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଆଜି ଆଉ ୨୩ ନୂଆ ଓମିକ୍ରନ ଆକ୍ରାନ୍ତ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ତେବେ ଆଗରୁ ରାଜ୍ୟରେ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ଛୁଇଁଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କ ଟ୍ରାଭେଲ୍ ହିଷ୍ଟ୍ରି […]

ଭୁବନେଶ୍ବର : ରାଜ୍ୟରେ ଚିନ୍ତା ବଢାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଆଜି ଆଉ ୨୩ ନୂଆ ଓମିକ୍ରନ ଆକ୍ରାନ୍ତ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ତେବେ ଆଗରୁ ରାଜ୍ୟରେ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ଛୁଇଁଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ବାହାର ରାଜ୍ୟ କିମ୍ବା ଦେଶରୁ ଥିବାବେଳେ, ୫୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ଆକ୍ରାନ୍ତ ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ମଧ୍ୟ ନଯାଇ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ସଂକ୍ରମିତ ଚିହ୍ନଟ ଗୋଷ୍ଠୀ ସଂକ୍ରମଣକୁ ଇଙ୍ଗିତ କରୁନି ତ ? ଏହା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବ । ହେଲେ ରାଜ୍ୟରେ ଏକାବେଳ ୨୩ ଆକ୍ରାନ୍ତ ଚିହ୍ନଟ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । ଏହି ୨୩ ଆକ୍ରାନ୍ତଙ୍କ ମଧ୍ୟରୁ କେତେ ସଂଖ୍ୟକ ବିଦେଶ ଫେରନ୍ତା ଓ କେତେ ସଂଖ୍ୟକ ସ୍ଥାନୀୟ ସଂକ୍ରମିତ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ପୂର୍ବରୁ ଯେଉଁ ୧୪ ଜଣ ଓମିକ୍ରନ୍ ସଂକ୍ରମିତ ହୋଇଥିଲେ ସେମାନଙ୍କ ମଧ୍ୟରେ ମଧ୍ୟ ସ୍ଥାନୀୟ ଲୋକ ଥିଲେ। ତେବେ ଏହି ୧୪ ଜଣଙ୍କ ମଧ୍ୟରୁ କେହି ଗୁରୁତର ନଥିଲେ। ସମସ୍ତଙ୍କ ଅବସ୍ଥା ଭଲ ଥିଲା। ନୂତନ ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ମାମଲା ୩୭କୁ ବୃଦ୍ଧି ପାଇଛି । ଜଣେ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇ ଥିବାବେଳେ ଆଉ ୩୬ଟି ମାମଲା ସକ୍ରିୟ ରହିଛି ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର