ଅଗଷ୍ଟ ୧ରେ ନିଟ୍‌ ପ୍ରବେଶିକା ପରୀକ୍ଷା, ୧୧ଟି ଭାଷାରେ ଆସିବ ପ୍ରଶ୍ନ

The Sakala Picture
Published On

ଭୁବନେଶ୍ବର : ନାସ୍‌ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ବାରା ପରିଚାଳିତ ଡାକ୍ତରୀ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆସନ୍ତା ଅଗଷ୍ଟ ୧ରେ ସାରା ଦେଶରେ ନିଟ୍‌ ଅନୁଷ୍ଠିତ ହେବ। ଏନେଇ ଏନ୍‌ଟିଏ ପକ୍ଷରୁ ଶୁକ୍ରବାର ତାରିଖ ଘୋଷଣା ହୋଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଚଳିତ ବର୍ଷ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ଏବଂ ହିନ୍ଦୀ ସହିତ ୧୧ ଭାଷାରେ ପ୍ରଶ୍ନପତ୍ର ଆସିବ। ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଏମ୍‌ଏସ୍‌, ବିଏସ୍‌ଏମ୍‌ଏସ୍‌, ବିୟୁଏମ୍‌ଏସ୍‌ ଏବଂ ବିଏଚ୍‌ଏମ୍‌ଏସ୍‌ […]

ଭୁବନେଶ୍ବର : ନାସ୍‌ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ବାରା ପରିଚାଳିତ ଡାକ୍ତରୀ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆସନ୍ତା ଅଗଷ୍ଟ ୧ରେ ସାରା ଦେଶରେ ନିଟ୍‌ ଅନୁଷ୍ଠିତ ହେବ। ଏନେଇ ଏନ୍‌ଟିଏ ପକ୍ଷରୁ ଶୁକ୍ରବାର ତାରିଖ ଘୋଷଣା ହୋଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଚଳିତ ବର୍ଷ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ଏବଂ ହିନ୍ଦୀ ସହିତ ୧୧ ଭାଷାରେ ପ୍ରଶ୍ନପତ୍ର ଆସିବ। ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଏମ୍‌ଏସ୍‌, ବିଏସ୍‌ଏମ୍‌ଏସ୍‌, ବିୟୁଏମ୍‌ଏସ୍‌ ଏବଂ ବିଏଚ୍‌ଏମ୍‌ଏସ୍‌ ପାଠ୍ୟକ୍ରମ ନାମଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଦେବାକୁ ପଡିଥାଏ। ଏ ନେଇ ଏନଟିଏର ntaneet.nic.in/nta.ac.in ୱେବସାଇଟରେ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ନିଟ୍‌ ୟୁଜି ପରୀକ୍ଷା ଫଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଡାକ୍ତରୀ ଏବଂ ନର୍ସିଂ ଶିକ୍ଷାନୁଷ୍ଠାନ ଗୁଡିକର ନିୟମାବଳୀକୁ ଭିତିକରି ଫଳ ପ୍ରକାଶ ପାଇବ ବୋଲି ଏନ୍‌ଟିଏ ବିଜ୍ଞପ୍ତିରେ ଉଲ୍ଲେଖ କରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର