ମଲ୍, ହଲରେ ଗାଡ଼ି ଚୋରି ଭୟ: ନିଜ ଦାୟିତ୍ବରେ ଗାଡ଼ି ରଖିବାକୁ ଲାଗୁଛି ପୋଷ୍ଟର

The Sakala Picture
Published On

ଭୁବନେଶ୍ୱର: ବିଭିନ୍ନ ବ୍ୟବସାୟିକ ସ୍ଥାନରେ ଗାଡ଼ି ଚୋରି ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ସପିଂ ମଲ୍ ଓ ସିନେମା ହଲଗୁଡ଼ିକରେ ଏହି ଭୟ ଅଧିକ ରହିଛି। ହଲ୍ ପାର୍କିଂ ସ୍ଥଳଗୁଡ଼ିକରେ ଶତାଧିକ ଗାଡ଼ି ରହୁଥିଲେ ମଧ୍ୟ ଏହାର ଦାୟିତ୍ଵରେ କେହି ରହୁନାହାନ୍ତି। ଯାହାଦ୍ବାରା ଗାଡ଼ିଗୁଡ଼ିକ ଅସୁରକ୍ଷିତ ଭାବେ ରହୁଛି। ସମାନ ଭାବେ ଭୁବନେଶ୍ବରର ମଲ୍‌ଗୁଡ଼ିକରେ ମଧ୍ୟ ଏହି ସ୍ଥିତି ଦେଖିବାକୁ ମିଳିଛି। ଏ ସବୁ ପଛରେ ବିଡିଏ କରିଥିବା ନିୟମକୁ ଧରାଯାଉଛି। କାରଣ ହଲ୍ […]

ଭୁବନେଶ୍ୱର: ବିଭିନ୍ନ ବ୍ୟବସାୟିକ ସ୍ଥାନରେ ଗାଡ଼ି ଚୋରି ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ସପିଂ ମଲ୍ ଓ ସିନେମା ହଲଗୁଡ଼ିକରେ ଏହି ଭୟ ଅଧିକ ରହିଛି। ହଲ୍ ପାର୍କିଂ ସ୍ଥଳଗୁଡ଼ିକରେ ଶତାଧିକ ଗାଡ଼ି ରହୁଥିଲେ ମଧ୍ୟ ଏହାର ଦାୟିତ୍ଵରେ କେହି ରହୁନାହାନ୍ତି। ଯାହାଦ୍ବାରା ଗାଡ଼ିଗୁଡ଼ିକ ଅସୁରକ୍ଷିତ ଭାବେ ରହୁଛି। ସମାନ ଭାବେ ଭୁବନେଶ୍ବରର ମଲ୍‌ଗୁଡ଼ିକରେ ମଧ୍ୟ ଏହି ସ୍ଥିତି ଦେଖିବାକୁ ମିଳିଛି। ଏ ସବୁ ପଛରେ ବିଡିଏ କରିଥିବା ନିୟମକୁ ଧରାଯାଉଛି। କାରଣ ହଲ୍ ଓ ମଲ୍ କର୍ତ୍ତୃପକ୍ଷ ପୂର୍ବରୁ ପାକିଂ ଫି ନାମରେ ଯେଉଁ ଅର୍ଥ ଆଦାୟ କରୁଥିଲେ ଦୁଇ ବର୍ଷ ତଳେ ବିଡିଏ ଏଥିରେ କଟକଣା ଲଗାଇଛି। ଯାହାପରେ ଏହି ସବୁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଗାଡ଼ି ଚୋରି ହେଲେ କିମ୍ବା ନଷ୍ଟ ହେଲେ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ସିଧାସଳଖ ଲେଖାଯାଉଛି। ଏଥିପାଇଁ ଗ୍ରାହକମାନେ ମଧ୍ୟ ଗାଡ଼ି ଚୋରି ଭୟରେ ରହୁଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଗତ ୨୦୧୯ ଅକ୍ଟୋବର ମାସରେ ରାଜଧାନୀରେ ଥିବା ସମସ୍ତ ସିନେମା ହଲ୍, ମଲ୍, ହସ୍ପିଟାଲ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବ ନିଜ ଗ୍ରାହକଙ୍କଠାରୁ ପାକିଂ ଫି’ ଆଦାୟ କରିପାରିବେ ନାହିଁ ବୋଲି ନିୟମ କରାଯାଇଛି।  ବିଡିଏ ବିଏମ୍‌ସି ପକ୍ଷରୁ ଏହି ନିୟମକୁ ସହର ସାରା କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ରହିଛି। ଏହି ନିୟମ ପରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଜୋରଜବରଦସ୍ତ ଓ କିଛି ପାକିଂ ଫି’ ନାମ ପରିବର୍ତ୍ତନ କରି ଫି’ ଆଦାୟ ଜାରି ରଖୁଥିଲେ। ମାତ୍ର ବିଡିଏ ପକ୍ଷରୁ ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତବନୀ ପରେ ଏଥିରେ ରୋକ୍ ଲାଗିଛି। ମାତ୍ର ଏହି ନିୟମ ପରେ ପାର୍କିଂ ସ୍ଥଳଗୁଡ଼ିକରେ ମାଲିକମାନେ ନିଯୁକ୍ତ କରିଥିବା କର୍ମଚାରୀଙ୍କୁ ହଟାଇ ଦେଇଥିବା ବେଳେ ଏବେ ଏହି ଦିଗ ଉପରେ ବିଶେଷ ଗୁରୁତ୍ଵ ଦିଆଯାଉ ନାହିଁ। ଏମିତି କି ଗାଡ଼ି ନିଜ ରିକ୍ସିରେ ରଖିବାକୁ ହେବ ଚୋରି କିମ୍ବା ଗାଡ଼ିର କୌଣସି କ୍ଷତି ହେଲେ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ବଡ଼ବଡ଼ ପୋଷ୍ଟର ଲଗାଯାଉଛି। ଗ୍ରାହକମାନେ ଏହାକୁ ବିରୋଧ କଲେ ମଧ୍ୟ କୌଣସି ସଫଳ ମିଳିପାରୁ ନାହିଁ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଅନ୍ୟପଟେ ବର୍ତ୍ତମାନ ସହରରେ ବାଇକ୍ ଚୋରି ଗ୍ୟାଙ୍ଗ ସକ୍ରିୟ ହୋଇପଡ଼ିଥିବା ବେଳେ ସିନେମା ହଲ ପାର୍କିଂ ସ୍ଥଳରୁ ଚୋରି ଆଶଙ୍କା ବଢ଼ି ଯାଇଛି। ଅନ୍ୟପଟେ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଏମିତି ଲେଖାଲେଖି ନିଜ ଦାୟିତ୍ୱ ଖସାଇ ଦେଉଥିବା ବେଳେ ବିଡିଏ କିମ୍ବା ବିଏମ୍‌ସି ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଘଟଣା ସମ୍ପର୍କରେ ବିଡିଏ ସଚିବ କବିନ୍ଦ୍ର ସାହୁ କହିଛନ୍ତି ଯେ ବର୍ତ୍ତମାନ ବିଏମ୍‌ସି ଅଞ୍ଚଳରେ ପ୍ଲାନିଂ ଓ ଏନଫୋର୍ସମେଣ୍ଟ ଦାୟିତ୍ଵ ବିଏମ୍‌ସିକୁ ହସ୍ତାନ୍ତର କରିଦିଆଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦ: ଭିଣୋଇକୁ ଧାରୁଆ ଅସ୍ତ୍ରରେ ହାଣିଲା ଶଳା

ତେଣୁ ଏ ସମ୍ପର୍କରେ ବିଏମ୍‌ସି ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅନ୍ୟପଟେ ଏହି ନିୟମ ବିଡିଏ କରିଥିଲା।  ଯାହାଦ୍ବାରା ଫାଇଲର ନିର୍ଦ୍ଦେଶନାମା ଦେଖିବା ପରେ ହିଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ବିଏମ୍‌ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି। ଦୁଇ ବିଭାଗର କାର୍ଯ୍ୟସୀମା ମଧ୍ୟରେ ଗ୍ରାହକମାନଙ୍କ ପାଇଁ ସମସ୍ୟା ଲାଗିଥିବାରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଗ୍ରାହକମାନେ ଦାବି କରୁଛନ୍ତି।

ସୂଚନା ଥାଉ କି, ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ମାଲିକମାନେ ଉଦ୍ଦିଷ୍ଟ ବିଡିଏଠାରୁ ପ୍ଲାନ୍ ଆପ୍ରୁଭାଲ ଆଣିଥାନ୍ତି। ଏଥରେ ପାର୍କିଂ ପାଇଁ ଉଦିଷ୍ଟ ସ୍ଥାନ ସମ୍ପର୍କରେ ମଧ୍ୟ ଦର୍ଶାଉଥିବା ବେଳେ ଏହା ଲୋକଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ଦର୍ଶାଇଥାନ୍ତି। ମାତ୍ର ଏହି ନିୟମକୁ
ଆଖବୁଜି ଦେଇ ମଲ୍ ହେଉ ବା ହସ୍ପିଟାଲ ମାଲିକମାନେ ପାର୍କିଂ ଫି ଆଦାୟ କରୁଛନ୍ତି । ସପିଂ ମଲ୍ ଏବଂ ଦୋକାନୀ ମାନେ ଲୋକମାନଙ୍କଠାରୁ ବହୁ ମାତ୍ରାରେ ଲାଭବାନ୍ ହେଉଥିଲା ବେଳେ ଗ୍ରାହକଙ୍କ ସାମାନ୍ୟତମ ସ୍ବାର୍ଥ ରକ୍ଷା ପାଇଁ ପଛଘୁଞ୍ଚା ଦେଉଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର