ପାରୋଲରେ ଆସି ଆତ୍ମହତ୍ୟା କଲେ ଆଜୀବନ ସଜ୍ଜା କାଟୁଥିବା କଏଦୀ

The Sakala Picture
Published On

ମାହାଙ୍ଗା: ପାରୋଲରେ ଆସି ଆତ୍ମହତ୍ୟା କଲେ ଜଣେ କଏଦୀ । ମୃତ କଏଦୀ ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ଥାନା ବରାହିପୁର ଗାଁର ରାଜକିଶୋର ନାୟକ । ତେବେ ସେ କ’ଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ରାଜକିଶୋର ନାୟକ ପୁରୀ କାକଟପୁର ଅଞ୍ଚଳର ହୋଇଥିବା ବେଳେ ଶ୍ଵଶୁର ଘର କଟକ ଜିଲ୍ଲା ମାହାଙ୍ଗା ଥାନା […]

ମାହାଙ୍ଗା: ପାରୋଲରେ ଆସି ଆତ୍ମହତ୍ୟା କଲେ ଜଣେ କଏଦୀ । ମୃତ କଏଦୀ ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ଥାନା ବରାହିପୁର ଗାଁର ରାଜକିଶୋର ନାୟକ । ତେବେ ସେ କ’ଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ରାଜକିଶୋର ନାୟକ ପୁରୀ କାକଟପୁର ଅଞ୍ଚଳର ହୋଇଥିବା ବେଳେ ଶ୍ଵଶୁର ଘର କଟକ ଜିଲ୍ଲା ମାହାଙ୍ଗା ଥାନା ବାରାହୀପୁରରେ ଦୀର୍ଘ ବର୍ଷ ହେବ ରହିଆସୁଥିଲେ ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସୂଚନାନୁଯାୟୀ, ସେ ୨୦୦୮ରେ ମାହାଙ୍ଗାର ତ୍ରିବେଣୀଶ୍ଵର ବଜାରରେ ହୋଇଥିବା ବୋମାମାଡ଼ ଘଟଣାରେ ଜଣଙ୍କ ମୃତ୍ୟୁ ଅଭିଯୋଗରେ ଚୌଦ୍ଵାର ଜେଲରେ ଆଜୀବନ କଏଦୀ ଭାବେ ସଜା କାଟୁଥିଲେ। ଗତ ମେ ମାସ ୨୧ ତାରିଖରେରେ କରୋନା ସଂକ୍ରମଣ ପାଇଁ ସେ ଘରକୁ ପାରୋଲରେ ଆସିଥିଲେ । ପାରୋଲ ଶେଷ ପରେ ଆଜି ତାଙ୍କର ଜେଲ ଫେରିବାର ଦିନ ଥିଲା । ହେଲେ ସକାଳୁ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ କଟକ ପଠାଇଛି ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର