ହଟ୍ଟଗୋଳ ଭିତରେ ବିଧାନସଭାରେ ପାରିତ ହେଲା ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ

The Sakala Picture
Published On

ଭୁବନେଶ୍ୱର: ହଟଗୋଳ ଭିତରେ ବିଧାନସଭାରେ ପାରିତ ହୋଇଛି ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ। ଏହା ଦ୍ୱାରା ଯେଉଁମାନେ ବସ୍ତିରେ ଦୀର୍ଘ ଦିନ ଧରି ବାସ କରୁଥିବେ ସେମାନଙ୍କୁ ୩୦ ବର୍ଗ ମିଟର ଜାଗା ଯୋଗାଇ ଦିଆଯିବ । ଯାହା ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ପାରିବେ। ଏହି ସଂଶୋଧନ ଆଇନ ଦ୍ୱାରା ବସ୍ତି ବାସିନ୍ଦାଙ୍କର ଭୂମି ଅଧିକାର ଓ […]

ଭୁବନେଶ୍ୱର: ହଟଗୋଳ ଭିତରେ ବିଧାନସଭାରେ ପାରିତ ହୋଇଛି ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ। ଏହା ଦ୍ୱାରା ଯେଉଁମାନେ ବସ୍ତିରେ ଦୀର୍ଘ ଦିନ ଧରି ବାସ କରୁଥିବେ ସେମାନଙ୍କୁ ୩୦ ବର୍ଗ ମିଟର ଜାଗା ଯୋଗାଇ ଦିଆଯିବ । ଯାହା ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ପାରିବେ। ଏହି ସଂଶୋଧନ ଆଇନ ଦ୍ୱାରା ବସ୍ତି ବାସିନ୍ଦାଙ୍କର ଭୂମି ଅଧିକାର ଓ ଗୃହ ନିର୍ମାଣ ସୁନିଶ୍ଚିତ କରାଯାଇ ପାରିବ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ପୂର୍ବରୁ ରାଜ୍ୟ କ୍ୟାବିନେଟରେ ବସ୍ତି ବାସିନ୍ଦାମାନଙ୍କ ପାଇଁ ଜମି ଅଧିକାର ଅଧିନିୟମ ୨୦୧୭ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା। ଆଜି ଏହା ବିଧାନସଭାରେ ପାରିତ ହୋଇଛି। ଏହି ପଦକ୍ଷେପ ପରେ ବସ୍ତି ବାସିନ୍ଦା ଆଉ ଏକ ବଡ଼ ସୁବିଧା ପାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟ ସରକାରୀ ବାସଗୃହ ଯୋଜନାରେ ସାମିଲ ହେବାର ଯୋଗ୍ୟତା ହାସଲ କରିପାରିବେ। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଯାହା ପାଖରେ ଅନ୍ୟୁନ ୩୦ ବର୍ଗ ମିଟର ଜମି ନାହିଁ ସେମାନେ ସରକାରୀ ବାସଗୃହ ଯୋଜନାରୁ ବଞ୍ଚିତ ହେଉଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ସୂଚନା ଅନୁଯାୟୀ, ଆଜି ହଟ୍ଟଗୋଳ ଭିତରେ ବିଧାନସଭାରେ ୩ଟି ବିଲ୍‌ ପାରିତ ହୋଇଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର