୨୦୨୭ ବର୍ଷ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ତାଲିକା ଘୋଷଣା, ମିଳିବ ୨୯ଟି ଛୁଟି

Madhusudan Das Picture
Published On

ଭୁବନେଶ୍ୱର: ୨୦୨୭ ବର୍ଷ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ତାଲିକା ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଏ ନେଇ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଘୋଷିତ ତାଲିକା ଅନୁଯାୟୀ, ୨୦୨୭ରେ ରାଜ୍ୟର ସରକାରୀ କାର୍ୟ୍ୟାଳୟ ଏବଂ ରାଜସ୍ୱ ଓ କାର୍ୟ୍ୟପାଳିକା ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟଗୁଡ଼ିକରେ ମୋଟ ୨୯ଟି ସାଧାରଣ ଛୁଟି ରହିବ। ଏହା ସହିତ ୪ଟି ଇଚ୍ଛାଧୀନ ଛୁଟି ମଧ୍ୟ ଘୋଷଣା କରାଯାଇଛି। ଜାନୁଆରୀରୁ ଡିସେମ୍ବର ମଧ୍ୟରେ ବିଭିନ୍ନ ପର୍ବପର୍ବାଣି ଓ ଜାତୀୟ ଦିବସକୁ ନେଇ ଏହି ଛୁଟି ତାଲିକା ପ୍ରସ୍ତୁତ ହୋଇଛି। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

Govt Calendar 2027

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଅର୍ଣ୍ଣବର ତାଣ୍ଡବ; ପବନରେ ମୋଡ଼ି ହୋଇ ପଡ଼ିଲା ଲକ୍ଷ୍ମୀପୂଜା ତୋରଣ

୨୯ଟି ସାଧାରଣ ଛୁଟି ମଧ୍ୟରେ ମକର ସଂକ୍ରାନ୍ତି, ସାଧାରଣତନ୍ତ୍ର ଦିବସ, ବସନ୍ତ ପଞ୍ଚମୀ, ମହାଶିବରାତ୍ରି, ଇଦ୍‌-ଉଲ୍‌-ଫିତର, ଦୋଳପୂର୍ଣ୍ଣିମା, ହୋଲି, ଗୁଡ୍‌ ଫ୍ରାଇଡେ, ଉତ୍କଳ ଦିବସ, ଆମ୍ବେଦକର ଜୟନ୍ତୀ/ମହାବିଷୁବ ସଂକ୍ରାନ୍ତି, ଶ୍ରୀରାମ ନବମୀ, ଇଦ୍‌-ଉଲ୍‌-ଜୁହା, ବୁଦ୍ଧ ଜୟନ୍ତୀ/ବୈଶାଖ ପୂର୍ଣ୍ଣିମା, ସାବିତ୍ରୀ ଅମାବାସ୍ୟା, ପହିଲି ରଜ, ରଜ ସଂକ୍ରାନ୍ତି, ମହରମ୍‌, ରଥଯାତ୍ରା, ଝୁଲଣ ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ଗଣେଶ ପୂଜା, ନୂଆଖାଇ ପରଦିନ, ମହାଳୟା, ଗାନ୍ଧୀ ଜୟନ୍ତୀ, ମହାସପ୍ତମୀ, ମହାଷ୍ଟମୀ, ମହାନବମୀ, କୁମାର ପୂର୍ଣ୍ଣିମା ଓ ଦୀପାବଳି ଆଦି ଅନ୍ତର୍ଭୁକ୍ତ। ସାଧାରଣ ଛୁଟି ବ୍ୟତୀତ ସରକାର ୪ଟି ଇଚ୍ଛାଧୀନ ଛୁଟି ମଧ୍ୟ ଘୋଷଣା କରିଛନ୍ତି। ଏହି ତାଲିକାରୁ ସରକାରୀ କର୍ମଚାରୀ ନିଜ ପସନ୍ଦ ଅନୁଯାୟୀ ଯେକୌଣସି ଗୋଟିଏ ଦିନ ଛୁଟି ନେଇପାରିବେ। ଏଥିରେ ଗୁରୁ ଗୋବିନ୍ଦ ସିଂହଙ୍କ ଜୟନ୍ତୀ, ବାହୁଡ଼ା ଯାତ୍ରା, ବ୍ରାହ୍ମ ସମାଜ ପ୍ରତିଷ୍ଠା ଦିବସ ଓ ଖ୍ରୀଷ୍ଟମାସ  ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ, ୬ଟି ପର୍ବ ରବିବାର କିମ୍ବା ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ପଡ଼ୁଛି। ତେଣୁ ଏହି ଦିନଗୁଡ଼ିକ ପାଇଁ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ମିଳିବ ନାହିଁ। 

ଆହୁରି ପଢ଼ନ୍ତୁ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ଏଥିରେ ସୁଭାଷଚନ୍ଦ୍ର ବୋଷ ଜୟନ୍ତୀ/ବୀର ସୁରେନ୍ଦ୍ର ସାଏ ଜୟନ୍ତୀ, ସ୍ୱାଧୀନତା ଦିବସ/ପ୍ରଫେଟ୍‌ ମହମ୍ମଦଙ୍କ ଜନ୍ମଦିନ, ନୂଆଖାଇ, ବିଜୟା ଦଶମୀ, ରାହାସ ପୂର୍ଣ୍ଣିମା ଓ ଖ୍ରୀଷ୍ଟମାସ ଦିବସ ରହିଛି। ଏହା ବ୍ୟତୀତ ଶବ୍‌-ଏ-କଦର, ଇଷ୍ଟର, ରାଜା ରାମମୋହନ ରାୟଙ୍କ ଜୟନ୍ତୀ, ଅଁଳା ନବମୀ ଓ ପ୍ରଥମାଷ୍ଟମୀ ଭଳି ୫ଟି ଇଚ୍ଛାଧୀନ ଛୁଟି ମଧ୍ୟ ରବିବାର କିମ୍ବା ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ପଡ଼ୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର