ଦକ୍ଷିଣ ଓଡ଼ିଶାରେ ବନ୍ୟା ବିତ୍ପାତ: ଭୂସ୍ଖଳନ ଯୋଗୁଁ ୧୩ଟି ସ୍ଥାନରେ ରାସ୍ତା ଅବରୋଧ, ୭୮୪ ଜଣଙ୍କୁ ଉଦ୍ଧାର

Madhusudan Das Picture
Published On

ଗଞ୍ଜାମ: ଲଗାଣ ବର୍ଷା ଏବଂ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା, ବିଶେଷ କରି ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ରୂପ ଧାରଣ କରିଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୧୩ଟି ସ୍ଥାନରେ ଭୂସ୍ଖଳନ ଘଟି ରାସ୍ତା ଯୋଗାଯୋଗ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ବାତ୍ୟା ପ୍ରଭାବରେ ଗଜପତିରେ ବନ୍ୟା ଆଶଙ୍କା: ବିପଦ ସଙ୍କେତ ଟପିଲା ବଂଶଧାରା, ଭୂସ୍ଖଳନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି, ବୋଲାଙ୍ଗିଆ, ଗଜଲବାଡ଼ି, ହାତୀମୁଣ୍ଡା, କୃହୁବାଡ଼ା ଏବଂ ଡାଙ୍ଗିସିରେ ଭୂସ୍ଖଳନ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ରାସ୍ତାଗୁଡ଼ିକ ଅବରୋଧ ହୋଇଛି। ସେହିପରି ଗଜପତି ଜିଲ୍ଲାର ତପ୍ତପାଣି, ବଡ଼ଦେଉଳା ଏବଂ ବାଲିବାଡ଼ାରେ ମଧ୍ୟ ମାଟି ଧସି ଯିବାରୁ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ବାଙ୍କେଶ୍ୱରୀ ନିକଟରେ ରାସ୍ତା ଉପରକୁ ବିରାଟ ପଥର ଖସିପଡ଼ିଛି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ଗୌଡ଼ବିଲା ଓ ପଟାଙ୍ଗୀରେ ମଧ୍ୟ ଭୂସ୍ଖଳନ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ବନ୍ୟା ବିଭୀଷିକା: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୀଷଣ ବର୍ଷା ଯୋଗୁଁ ୨୨ଟି ବ୍ଲକରେ ଜଳବନ୍ଦୀ ପରିସ୍ଥିତି

ପ୍ରଭାବିତ ଅଞ୍ଚଳରୁ ଉଦ୍ଧାରକାରୀ ଦଳ ଦ୍ୱାରା ମୋଟ ୭୮୪ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏଥିମଧ୍ୟରୁ ବ୍ରହ୍ମପୁରରୁ ୩୦୩ ଜଣ, ଛତ୍ରପୁରରୁ ୩୫୯ ଜଣ, ଗଜପତି ଜିଲ୍ଲାରୁ ୩୧ ଜଣ ଏବଂ କନ୍ଧମାଳରୁ ୯୧ ଜଣ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ‘ବିପର୍ଯ୍ୟୟ ପ୍ରସ୍ତୁତି ଦିବସ’ରେ ନବୀନଙ୍କ ପୋଷ୍ଟ: ବିପର୍ଯ୍ୟୟ ପରିଚାଳନାରେ ନେତୃତ୍ୱର ଦ୍ରୁତ ଅବକ୍ଷୟ ରାଜ୍ୟ ପାଇଁ ସତର୍କ ଘଣ୍ଟି

ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ମୋଟ ୧୦୯ଟି ସ୍ଥାନରେ ଜଳ ନିଷ୍କାସନ କାର୍ଯ୍ୟ କରାଯାଉଛି। ଏହା ସହିତ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୭୮ଟି ପଶୁସମ୍ପଦଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଦକ୍ଷିଣ ଓଡ଼ିଶାରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ତଥା ରାସ୍ତା ସଫା କରି ଯୋଗାଯୋଗ ପୁନଃସ୍ଥାପନ କରିବା ପାଇଁ ଜରୁରୀକାଳୀନ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର