ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି: ଗଞ୍ଜାମ ଏବଂ ଗଜପତିରେ ଅକ୍ଟୋବର ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

Madhusudan Das Picture
Published On

ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ରାଜ୍ୟରେ ଜାରି ରହିଥିବା ପ୍ରବଳ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଏବଂ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଉଭୟ ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଏହାକୁ ଆଖିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: ସ୍ଥଳଭାଗ ମୁହାଁ ବାତ୍ୟା 'ଅର୍ଣ୍ଣବ': ସ୍ଥାନାନ୍ତର ହେବେ ୪୮ ହଜାର ଲୋକ, ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଜିଲ୍ଲା ମଧ୍ୟରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ, ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ବିଭାଗଗୁଡ଼ିକ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ। ପୂର୍ବ ନିର୍ଦ୍ଦେଶନାମା ଆଧାରରେ ଏହି ନିଷ୍ପତ୍ତିକୁ ଆଗକୁ ବଢ଼ାଯାଇଛି ଏବଂ ଏହା ତୁରନ୍ତ ଲାଗୁ କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା: ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ଅନୁରୂପ ଭାବେ ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ମଧ୍ୟ ଜିଲ୍ଲାର ସମସ୍ତ ସ୍କୁଲକୁ ଅକ୍ଟୋବର ୩୧ ଯାଏଁ ଛୁଟି ଘୋଷଣା କରିଛି। ଗତ କିଛି ଦିନ ଧରି ଅବିରତ ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମି ରହିବା ସହ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରଶାସନ ସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛି।

ଆହୁରି ପଢ଼ନ୍ତୁ: ଦୁର୍ବଳ ହେଉଛି ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ଆଗାମୀ ୬ ଘଣ୍ଟାରେ ସାଧାରଣ ବାତ୍ୟା ଓ ପରେ ଗଭୀର ଅବପାତରେ ହେବ ପରିଣତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର