ବ୍ଲୋସମ୍ସ ସ୍କୁଲରେ ‘ଏଡୁଫେଷ୍ଟ ୨୦୨୬’ ଅନୁଷ୍ଠିତ: ବିଦ୍ୟାର୍ଥୀଙ୍କ ଜ୍ଞାନ, ସୃଜନଶୀଳତା, ପ୍ରତିଭା ଓ ଦକ୍ଷତାର ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟ

Madhusudan Das Picture
Published On

ଭୁବନେଶ୍ୱର: ବ୍ଲୋସମ୍ସ ସ୍କୁଲ୍ ଆନୁକୂଲ୍ୟରେ ‘ଏଡୁଫେଷ୍ଟ ୨୦୨୬- (Edufest 2026-Where Learning Comes Alive) ବେଶ୍ ଉତ୍ସାହ ଓ ଆନନ୍ଦର ସହ ଆୟୋଜିତ ହୋଇଯାଇଛି। ଶ୍ରେଣୀଗୃହର ପାଠପଢ଼ା ବାହାରେ ବିଦ୍ୟାର୍ଥୀଙ୍କ ଜ୍ଞାନ, ସୃଜନଶୀଳତା, ପ୍ରତିଭା ଓ ଦକ୍ଷତାର ପ୍ରଦର୍ଶନ ପାଇଁ ଏକ ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଆହୁରି ପଢ଼ନ୍ତୁ: ୧୩ରେ ଲଘୁଚାପ, ୧୬ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

ଏହି ଉତ୍ସବକୁ କର୍ପୋରେଟ୍ ନେତା ପ୍ରେରଣାଦାୟୀ ବକ୍ତା ଡ. ସୁବେନ୍ଦୁ ପରିଡ଼ା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀମତୀ ସୀମିତା ପଣ୍ଡା ପ୍ରାୟୋଗିକ ଶିକ୍ଷା (experiential learning) ଏବଂ ଶ୍ରେଣୀଗୃହ ଜ୍ଞାନର ବ୍ୟାବହାରିକ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ପ୍ରତିଷ୍ଠାତା ମ୍ୟାନେଜର ଶ୍ରୀ ତୌରାଜ ମୋଘବେଲପୁର ଓ ପ୍ରତିଷ୍ଠାତା ନିର୍ଦ୍ଦେଶିକା ଡ. ନାଦିଆ ମୋଘବେଲପୁର ଜିଜ୍ଞାସା, ଆତ୍ମବିଶ୍ୱାସ ଏବଂ ସହଯୋଗିତାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଡବଲ୍ ଇଞ୍ଜିନ ସରକାରକୁ ନବୀନଙ୍କ ଟାର୍ଗେଟ୍; 'ଚାଷୀ, ମହିଳା, ମଧ୍ୟବିତ୍ତ, ଗରିବ, ସମସ୍ତେ ହଇରାଣ'

Edufest Blossoms school

ଆହୁରି ପଢ଼ନ୍ତୁ: ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ମତଦାନ ଜାରି, କ୍ୟାମ୍ପସରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଛାତ୍ରଛାତ୍ରୀମାନେ ଗଣିତ, ଇଂରାଜୀ, ସାମାଜିକ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ, ନୈତିକ ଶିକ୍ଷା, ଓଡ଼ିଆ, ହିନ୍ଦୀ, କଳା ଏବଂ ଶାରୀରିକ ଶିକ୍ଷା ଆଦି ବିଭିନ୍ନ ବିଷୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀରେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହି ଉତ୍ସବ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ନିଜସ୍ୱ ଚିନ୍ତାଧାରା ବ୍ୟକ୍ତ କରିବା, ବିଭିନ୍ନ ବିଷୟ ଉପରେ ସେମାନଙ୍କର ସାମର୍ଥ୍ୟ ପ୍ରଦର୍ଶନ କରିବା ଏବଂ ସୃଜନଶୀଳ ଦକ୍ଷତାର ବିକାଶ ପାଇଁ ଏକ ଜୀବନ୍ତ ମଞ୍ଚ ଯୋଗାଇ ଦେଇଥିଲା। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମୀକ୍ଷାତ୍ମକ ଚିନ୍ତନ (critical thinking), ଦଳଗତ କାର୍ଯ୍ୟ, ଆତ୍ମବିଶ୍ୱାସ ଓ ଜିଜ୍ଞାସାର ଭାବନା ସୃଷ୍ଟି କରିବାରେ ସହାୟକ ହୋଇଥିଲା।

Blossoms School

‘ଏଡୁଫେଷ୍ଟ’ କେବଳ ପାଠ୍ୟପୁସ୍ତକ ଓ ପାରମ୍ପରିକ ପାଠପଢ଼ାରେ ସୀମିତ ନ ରହି ଶିକ୍ଷାଦାନକୁ ଅଧିକ ରୋଚକ, ଆକର୍ଷଣୀୟ, ସହଭାଗୀ ଓ ଅର୍ଥପୂର୍ଣ୍ଣ କରିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ସାହାଯ୍ୟ କରିଥିଲା।
ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଏକ ଅତ୍ୟନ୍ତ ମୂଲ୍ୟବାନ ଶିକ୍ଷଣୀୟ ଅନୁଭୂତି ଥିଲା। ଶିକ୍ଷାକୁ ଆନନ୍ଦଦାୟକ, ସୃଜନଶୀଳ ଓ ଛାତ୍ରକେନ୍ଦ୍ରିକ କରିବା ପାଇଁ ସ୍କୁଲର ଯେଉଁ ପ୍ରତିବଦ୍ଧତା ରହିଛି, ‘ଏଡୁଫେଷ୍ଟ ୨୦୨୬’ ତାହାର ସଫଳ ପ୍ରତିଫଳନ ଥିଲା। ପ୍ରକୃତରେ ଏହା ଜ୍ଞାନ, ନବସୃଜନ ଓ ଶିକ୍ଷାର ଆନନ୍ଦର ଏକ ଭବ୍ୟ ଉତ୍ସବ ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର