ପାର୍ବଣ ପୂର୍ବରୁ ଖାଉଟିଙ୍କୁ ଝଟକା: ୪ ତାରିଖରୁ ବଢିବ ଓମଫେଡ୍ କ୍ଷୀର ଦର

Suryakanta Picture
Published On

ପାର୍ବଣ ଋତୁ ପୂର୍ବରୁ ସାଧାରଣ ଖାଉଟିଙ୍କୁ ଲାଗିଛି ପୁଣି ଏକ ବଡ଼ ଝଟକା। ଗତକାଲି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଥିବା ବେଳେ ଏବେ ରାଜ୍ୟର ପ୍ରମୁଖ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଓମ୍‌ଫେଡ୍ (OMFED) ନିଜର ବିଭିନ୍ନ କ୍ଷୀର ପ୍ୟାକେଟ୍‌ର ଦର ବୃଦ୍ଧି କରିଛି। ଆସନ୍ତା ୪ ତାରିଖରୁ ଏହି ନୂଆ ଦର ଲାଗୁ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଆନ୍ତଃରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ: ବ୍ୟାଙ୍କ ଆକାଉଣ୍ଟ ଯୋଗାଉଥିବା ୨ ଗିରଫ

ମିଳିଥିବା ସୂଚନା ଅନୁଯାୟୀ, ଓମ୍‌ଫେଡ୍ କ୍ଷୀରର ବିଭିନ୍ନ ବ୍ରାଣ୍ଡ୍ ଉପରେ ଲିଟର ପ୍ରତି ୨ ରୁ ୪ ଟଙ୍କା ଯାଏଁ ଦର ବୃଦ୍ଧି କରାଯାଇଛି। ବିଶେଷ କରି ସାଧାରଣ ଲୋକଙ୍କ ଉପରେ ଏହି ମହଙ୍ଗା ମାଡ଼ର ପ୍ରଭାବ ସିଧାସଳଖ ପଡ଼ିବ ବୋଲି ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ ରୋଷେୟା ତଥା ଅନ୍ୟତମ ଅଭିଯୁକ୍ତ ମନ୍ମଥ କୁମ୍ଭ ଗିରଫ

ନୂଆ ରେଟ୍ ଚାର୍ଟ

ଟୋନ୍‌ଡ ଦୁଗ୍ଧ (Toned Milk): ଲିଟର ପ୍ରତି ଦର ୫୪ ଟଙ୍କାରୁ ବୃଦ୍ଧି ପାଇ ୫୮ ଟଙ୍କା ହୋଇଛି (୪ ଟଙ୍କା ବୃଦ୍ଧି)। ସେହିପରି ଅଧ ଲିଟର (୫୦୦ ମି.ଲି) ପ୍ୟାକେଟ୍ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି।\n\nପ୍ରିମିୟମ୍ ଦୁଗ୍ଧ (Premium Milk): ଲିଟର ପ୍ରତି ଦର ୫୮ ଟଙ୍କାରୁ ବୃଦ୍ଧି ପାଇ ୬୦ ଟଙ୍କା ହୋଇଛି (୨ ଟଙ୍କା ବୃଦ୍ଧି)। ଏହାର ୫୦୦ ମି.ଲି ପ୍ୟାକେଟ୍ ଉପରେ ୧ ଟଙ୍କା ବଢ଼ିଛି।

ଆହୁରି ପଢ଼ନ୍ତୁ: ନବରଙ୍ଗପୁରରେ ଅଭାବନୀୟ ଘଟଣା: ଗଛରୁ ବିବାହିତ ଯୁବକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋଲ୍ଡ ପ୍ଲସ୍ ଦୁଗ୍ଧ (Gold Plus Milk): ଲିଟର ପ୍ରତି ଦର ୬୪ ଟଙ୍କାରୁ ବୃଦ୍ଧି ପାଇ ୬୬ ଟଙ୍କା ହୋଇଛି (୨ ଟଙ୍କା ବୃଦ୍ଧି)। ସେହିପରି ଅଧ ଲିଟର ପ୍ୟାକେଟ୍ ଦରରେ ୧ ଟଙ୍କା ମହଙ୍ଗା ହୋଇଛି।

ଲଗାତାର ଭାବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ସାଧାରଣ ଲୋକଙ୍କ ପକେଟ୍ ଉପରେ ଅତିରିକ୍ତ ବୋଝ ପକାଇଛି। ପାର୍ବଣ ସମୟରେ ଉଭୟ ଗ୍ୟାସ ଏବଂ କ୍ଷୀର ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର