ବିଜେପି ସରକାରରେ ଏସସିବି ପାଲଟିଛି ନିର୍ଯାତନା ହବ୍‌ : ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଏସସିବିକୁ ବିଶ୍ୱସ୍ତରୀୟ ହସ୍ପିଟାଲ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୫ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ। ମାତ୍ର ବିଜେପି ସରକାରଙ୍କ ଅପାରଗତା ପାଇଁ ଆଜି ଏସସିବି ସେବା ବଦଳରେ ନିର୍ଯାତନା ହବ୍‌ ପାଲଟିଛି ବୋଲି ଅଭିଯୋଗ କରିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ଏସସିବିରେ ରୋଗୀଙ୍କୁ ପିଟି ପିଟି ମାରିଦେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏସସିବି ହେଉଛି ରାଜ୍ୟର ଏକ ପ୍ରମୁଖ ଚିକିତ୍ସା ଅନୁଷ୍ଠାନ, ଯେଉଁଠି ରାଜ୍ୟ ଓ ରାଜ୍ୟ ବାହାରୁ ଲୋକେମାନେ ଚିକିତ୍ସା ପାଇଁ ଆସିଥାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଶ୍ୱସ୍ତରୀୟ ଏମ୍ସ ପ୍ଲସ ହସ୍ପିଟାଲ କରିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ବିଜେପି ସରକାରଙ୍କ ଅପାରଗତା ପାଇଁ ସାରା ଦେଶରେ ଏସସିବି ନିନ୍ଦିତ ହେଉଛି। 

ଆହୁରି ପଢ଼ନ୍ତୁ: MMDR ଆଇନ ବିରୋଧରେ ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ

ଏସସିବିରେ ଲୋକେ ସେବା ବଦଳରେ ନିର୍ଯାତନା ପାଉଛନ୍ତି । ମାନସିକ ଚିକିତ୍ସା ପାଇଁ ଆସିଥିବା ରୋଗୀକୁ ସୁରକ୍ଷାକର୍ମୀ ମାନେ ଶୌଚାଳୟରେ ବନ୍ଦ କରି ପିଟିପିଟି ମାରିଦେଲେ; କିନ୍ତୁ ହସ୍ପିଟାଲ କସ୍ପପକ୍ଷ ଘଟଣା ବାବଦରେ ଜାଣିପାରିଲେ ନାହିଁ । ଗତ ମାର୍ଚ୍ଚ ମାସରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ଟି ଅମୂଲ୍ୟ ଜୀବନ ଚାଲିଗଲା, କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏହି ଘଟଣାରେ କାହାକୁ ଉତ୍ତରଦାୟୀ କରାଗଲାନି। ହସ୍ପିଟାଲ ଅଧ୍ୟକ୍ଷ ଏଥିପାଇଁ ଦାୟୀ ଥିବାବେଳେ  ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା। ଏତେ ବଡ ଘଟଣା ଘଟିବା ପରେ ବି ରାଜ୍ୟ ସରକାର ଚୁପ ବସିବା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣା ବାବଦରେ ସ୍ୱାସ୍ଥ୍ୟମନ୍ତ୍ରୀ ଚୁପ୍‌ ନ ରହି ସ୍ପଷ୍ଟୀକରଣ ଦିଅନ୍ତୁ ଓ ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଧଉଳିରେ ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଦଳର ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି ଯେ ଏସସିବି ହସ୍ପିଟାଲରେ ପିଟି ପିଟି ରୋଗୀକୁ ମାରିଦେବା ଘଟଣା ଓ ଏସଆଇଆର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କାର୍ଯ୍ୟ ସନ୍ଦେହ ସୃଷ୍ଟି କରୁଛି।  ସେବା ପାଇଁ ଆସିଥିବା ରୋଗୀକୁ ପିଟି ପିଟି ମାରିଦେବା ରାଜ୍ୟ ପାଇଁ ଲଜ୍ଜାଜନକ ଘଟଣା। ଏସସିବି ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ଚୂଡାନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଆସିପାରିଲା ନାହିଁ। ବିଜେଡି ଶାସନ ସମୟରେ ଯେତେବେଳେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ଘଟିଥିଲା,  ସେତେବେଳର ସ୍ୱାସ୍ଥ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ। କିନ୍ତୁ ବର୍ତ୍ତମାନର ବିଜେପି ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଚୁପ୍‌ ରହିବା ଅତ୍ୟନ୍ତ ନିନ୍ଦନୀୟ ବୋଲିି ସେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ସାଧାରଣ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ସାହସିକତାକୁ ସଲାମ୍ କଲେ ନବୀନ ପଟ୍ଟନାୟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର