ଓଡ଼ିଶା ଲୋକଭବନକୁ 'ପ୍ଲାଟିନମ୍ ଗ୍ରୀନ୍‌ ବିଲ୍ଡିଂ' ମାନ୍ୟତା, ଦେଶର ପ୍ରଥମ ଲୋକଭବନ ଭାବେ ମିଳିଲା ଏହି ସମ୍ମାନଜନକ ପ୍ରମାଣପତ୍ର

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶା ଲୋକଭବନକୁ ଗ୍ରୀନ୍‌ ବିଲ୍ଡିଂ ମାନ୍ୟତା । ଦେଶର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ମିଳିଛି ସମ୍ମାନଜନକ ଗ୍ରୀନ୍‌ ବିଲ୍ଡିଂ ମାନ୍ୟତା । ଲୋକଭଵନରେ ସ୍ୱତନ୍ତ୍ର ଉତ୍ସବରେ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ ପ୍ରମାଣପତ୍ର ଦେଲେ IGBC (ଇଣ୍ଡିଆନ୍‌ ଗ୍ରୀନ୍‌ ବିଲ୍ଡିଂ କାଉନ୍‌ସିଲ୍‌) ଅଧ୍ୟକ୍ଷ । ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷାରେ ଉଲେଖନୀୟ ପଦକ୍ଷେପ ପାଇଁ ଏହି ପ୍ରମାଣପତ୍ର ମିଳିଥିବା ସୂଚନା । 

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

୧୦୦ରୁ ୮୮ ଅଙ୍କ ହାସଲ କରି ଓଡ଼ିଶା ଲୋକଭବନ ଭାରତର ପ୍ରଥମ ପ୍ଲାଟିନମ୍ ପ୍ରମାଣପତ୍ର ପ୍ରାପ୍ତ ଲୋକ ଭବନ ଭାବେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛି। ଏହି ମାନ୍ୟତା ସ୍ଥାୟୀ ଶାସନ ଭିତ୍ତିଭୂମି ଏବଂ ଜଳବାୟୁ ପ୍ରତିକ୍ରିୟାଶୀଳ ସାର୍ବଜନୀନ ପ୍ରତିଷ୍ଠାନ ଗଠନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। କ୍ୟାମ୍ପସ୍ ଯୋଜନା, ଭିତ୍ତିଭୂମି ଓ ଦୈନନ୍ଦିନ କାର୍ଯ୍ୟରେ ସ୍ଥାୟୀତ୍ୱକୁ ସମନ୍ୱିତ କରିଥିବାରୁ ଲୋକଭବନକୁ ଏହି ସମ୍ମାନ ମିଳିଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଲୋକଭବନ କ୍ୟାମ୍ପସ୍ ଶକ୍ତି-ଦକ୍ଷ ପ୍ରଣାଳୀ, ନବୀକରଣୀୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବ ବିବିଧତା ସୁରକ୍ଷା, ବୈଜ୍ଞାନିକ ବର୍ଜ୍ୟବସ୍ତୁ ପରିଚାଳନା, ସ୍ଥାୟୀ ଗତିଶୀଳତା ଏବଂ ବାସିନ୍ଦାଙ୍କ କଲ୍ୟାଣ ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ସଫଳତାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଓଡିଶାର ସବୁ ବିଶ୍ୱ ବିଦ୍ୟାଳୟ ଗ୍ରୀନ କ୍ୟାମ୍ପସ ହେଉ। ହଜାର ହଜାର ଛାତ୍ରଛାତ୍ରୀ କ୍ୟାମ୍ପସ ଗୁଡିକରେ ପଢୁଛନ୍ତି, ସେମାନେ ଏହାଦ୍ୱାରା ଅନୁପ୍ରାଣିତ ହୋଇ, ଏହାକୁ ଅନୁପାଳନ କରିବେ। ଦାୟିତ୍ୱବାନ ଶାସନ, ସମ୍ବଳର ସଠିକ୍ ବିନିଯୋଗ ଏବଂ ଏକ ସବୁଜ ଭବିଷ୍ୟତ ଦିଗରେ ଓଡ଼ିଶାର ପ୍ରତିବଦ୍ଧତାକୁ ଏହି ସାର୍ଟିଫିକେଟ୍ ପ୍ରମାଣିତ କରୁଛି ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର