ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Madhusudan Das Picture
Published On

ନୂଆଦିଲ୍ଲୀ: ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ । ଶୁକ୍ରବାର ସକାଳେ ଶ୍ରୀନଗର ବିମାନବନ୍ଦରରେ ଏହି  ଅଘଟଣ ଘଟିଛି । ପାର୍କିଂ କରାଯାଉଥିବା ସମୟରେ ଏକ ଇଣ୍ଡିଗୋ ବିମାନ ଭିଜୁଆଲ୍ ଡକିଂ ଗାଇଡାନ୍ସ ସିଷ୍ଟମ୍ ଡିସପ୍ଲେ ୟୁନିଟ୍ ଲାଗିଥିବା ଏକ ଖୁଣ୍ଟରେ ଧକ୍କା ଦେଇଛି। ତେବେ ଏହି ଘଟଣାରେ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଟିଏମସିପି ସମାବେଶରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ: ମମତା ବାନାର୍ଜୀଙ୍କ ନାଁରେ ଏଫଆଇଆର

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୯:୦୨ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ନଭି ମୁମ୍ବାଇରୁ ଶ୍ରୀନଗର ଆସିଥିବା ଇଣ୍ଡିଗୋ ଫ୍ଲାଇଟ୍ 6E 225 (VT-NOG) କୁ ଶ୍ରୀନଗର ବିମାନବନ୍ଦରର ବେ ନମ୍ବର ୦୬ (Bay No. 06) ରେ ପାର୍କିଂ କରାଯାଉଥିଲା। ଏହି ସମୟରେ ବିମାନଟି ଭାରସାମ୍ୟ ହରାଇ ଭିଡିଜିଏସ୍ (VDGS) ଖୁଣ୍ଟ ସହିତ ଧକ୍କା ହୋଇଥିଲା। 

ଆହୁରି ପଢ଼ନ୍ତୁ: ବନ୍ୟା ପାଣିରେ ଭାସି ଆସିଲା ଲକ୍ଷ ଲକ୍ଷ ଟଙ୍କାର ସିନ୍ଧୁକ: ଲୁଟିବା ଅଭିଯୋଗରେ ୨୯ ଗିରଫ

ଏହି ଘଟଣା ପରେ ତୁରନ୍ତ ଯାତ୍ରୀ ଓ କ୍ରୁ ସଦସ୍ୟମାନଙ୍କୁ ମାନୁଆଲ୍ ସିଡ଼ି ସାହାଯ୍ୟରେ ସୁରକ୍ଷିତ ଭାବେ ତଳକୁ ଓହ୍ଲାଯାଇଥିଲା। କାହାରି କୌଣସି କ୍ଷତି ହୋଇନଥିବା ସ୍ପଷ୍ଟ କରାଯାଇଛି। ତେବେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ବିମାନବନ୍ଦରର ଅନ୍ୟ ସମସ୍ତ କାର୍ଯ୍ୟକଳାପ ଏବଂ ଉଡ଼ାଣ ପ୍ରକ୍ରିୟା ସ୍ୱାଭାବିକ ରହିଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ଦୋହାରୁ ବେଙ୍ଗାଲୁରୁ ଆସୁଥିବା ଅନ୍ୟ ଏକ ଇଣ୍ଡିଗୋ ବିମାନ (Flight 6E 1302) କୁ ମଧ୍ୟ ଜରୁରୀକାଳୀନ ସ୍ଥିତିରେ ମସ୍କାଟ୍ (Muscat) କୁ ଡାଇଭର୍ଟ କରାଯାଇଥିଲା। ବିମାନର ମୁଖ୍ୟ ପାଇଲଟ୍ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା। 

ମସ୍କାଟ୍‌ରେ ପହଞ୍ଚିବା ପରେ ପାଇଲଟଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ସମୟରେ ଯାତ୍ରୀମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବେଙ୍ଗାଲୁରୁରୁ ଅନ୍ୟ ଏକ ବିମାନ ଓ ନୂଆ କ୍ରୁ ମେମ୍ବରଙ୍କ ବ୍ୟବସ୍ଥା କରାଯାଇଥିଲା। ବିମାନ ସଂସ୍ଥା ପକ୍ଷରୁ ଯାତ୍ରୀମାନଙ୍କୁ ନିୟମିତ ଅପଡେଟ୍ ସହ ଖାଦ୍ୟପେୟ ମଧ୍ୟ ପ୍ରଦାନ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର