ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

Madhusudan Das Picture
Published On

ନୟାଗଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ନିର୍ମମ ହତ୍ୟା । ପ୍ରମାଣ ନଷ୍ଟ କରିବା ପାଇଁ ଗଛ ଟାଙ୍ଗୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଅଭିଯୋଗ ଅନୁଯାୟୀ, ରଣପୁର ଥାନା ନୋତର ପଂଚାୟତ କୋଡିଏ କାହାଣୀଆ ଗ୍ରାମର ମାନସ କୁମାର ବେହେରା ଗତକାଲି କୌଣସି କାମରେ ଭୁବନେଶ୍ୱର ଯାଇଥିଲେ ହେଲେ ଆଉ ଘରକୁ ଫେରିନଥିଲେ, ବହୁ ସମୟ ଡେରି ହେବା ସହିତ ଫୋନ ସ୍ଵିଚ ଅଫ ଆସିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ଏନେର ପରିବାର ଲୋକ ବହୁ ବହୁ ଖୋଜା ଖୋଜି କରି ନପାଇବାରୁ ଏନେଇ ପରିବାର ଲୋକେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ସକାଳୁ ରଣପୁର ଥାନା ନିକଟସ୍ଥ ଭାଲିଆ ତଇଲା ଜଙ୍ଗଲକୁ କିଛି ଲୋକ କାଠ ସଂଗ୍ରହ ପାଇଁ ଯାଉଥିବା ବେଳେ ଏକ କାଜୁ ଗଛରେ ଜଣେ ଯୁବକ ଝୁଲୁଥିବା ଦେଖିଥିଲେ । 

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା

ଏହାପରେ ସେମାନେ ଭୟଭୀତ ହୋଇ ମୃତ ମାନସଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ରଣପୁର ପୋଲିସକୁ ଖବର ଜଣାଇବା ପରେ ଖବର ପାଇ ଘଟଣାସ୍ଥଳରେ ରଣପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଂଚି ଶବକୁ ଜବତ କରିବା ସହିତ ତଦନ୍ତ ଚଲାଇଛନ୍ତି । ଅନ୍ୟପଟେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ସହ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି । 

ଆହୁରି ପଢ଼ନ୍ତୁ: ପାର୍ବଣ ଋତୁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଅପରାଧୀଙ୍କ ଉପରେ ରହିବ କଡ଼ା ନଜର: କଟକ ଡିସିପି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର