ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Madhusudan Das Picture
Published On

ପୁରୀ: ଭଡ଼ା ଘରୁ ଜବତ ହେଲା ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ । ପୁରୀ ଜିଲ୍ଲାର ଗୋପାଳପୁର ଗ୍ରାମରେ ଏକ ଭଡ଼ା ଘରୁ ପ୍ରାୟ ଏକ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ସହ ୫ ଶହ, ୨ ଶହ ଓ ଶହେ ଟଙ୍କିଆ ବିଡ଼ା ବିଡ଼ା ନୋଟ୍ ଜବତ କରିଛି ପେଣ୍ଠକଟା ମେରାଇନ୍ ପୋଲିସ । ଚଢ଼ାଉ ବେଳେ ୧୭୬ଟି ପ୍ୟାକେଟରେ ଥିବା ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କାର୍ତ୍ତିକେଶ୍ୱର ସାମନ୍ତରାୟ ଏବଂ ଦେବେନ୍ଦ୍ର ସାହୁ।

ଆହୁରି ପଢ଼ନ୍ତୁ: ସକ୍ରିୟ ହେଲା ସୁସ୍ପଷ୍ଟ ଲଘୁଚାପ: ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଫାର୍ମାସି କଲେଜ ନିକଟରେ ଥିବା ଏକ ଘରେ ଗଞ୍ଜେଇ ଗଚ୍ଛିତ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପେଣ୍ଠକଟା ମେରାଇନ୍ ପୋଲିସର ଏକ ଟିମ୍ ସେଠାରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଘରଟି ଜଣେ ରିଅଲ୍ ଇଷ୍ଟେଟ୍ ଠିକାଦାରଙ୍କର ହୋଇଥିବା ବେଳେ, ଅଭିଯୁକ୍ତ ଦ୍ୱୟ ଏହାକୁ ଭଡ଼ାରେ ନେଇଥିଲେ। ଗଞ୍ଜେଇ ବିତରଣ କରିବା ପୂର୍ବରୁ ସେମାନେ ଏହାକୁ ସେଠାରେ ଲୁଚାଇ ରଖିଥିବା ପୋଲିସ ସନ୍ଦେହ କରୁଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀକୁ ନେବାକୁ ଆସିଥିଲା ସ୍ୱାମୀ, ମୁହଁରେ ରଙ୍ଗ ବୋଳି ବେକରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲା ଶ୍ୱଶୁର

ପୁରୀ ଏସପି ପ୍ରତୀକ ସିଂହ ସୂଚନା ଦେଇ କହିଛନ୍ତି ଯେ, ଏହି ଦୁଇ ଅଭିଯୁକ୍ତ ପୂର୍ବରୁ ମଧ୍ୟ ନିଶା କାରବାରରେ ସମ୍ପୃକ୍ତ ଥିଲେ। ଏକ ଟିପ୍-ଅଫ୍ ଆଧାରରେ ଘରେ ଚଢ଼ାଉ କରାଯାଇଥିଲା ଏବଂ ଭବିଷ୍ୟତରେ ଏହାକୁ ବିତରଣ କରିବା ପାଇଁ ସେମାନେ ଯୋଜନା କରିଥିଲେ। ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଲା ଏବଂ ଏହି ଚୋରା ଚାଲାଣ ନେଟୱାର୍କରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର