ତେଲ ବ୍ୟବହାର କମ୍‌ଲାଗି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: କଲେଜରେ ବରା, ସିଙ୍ଗଡ଼ା ମନା

Madhusudan Das Picture
Published On

ଭୁବନେଶ୍ୱର: କଲେଜ ହଷ୍ଟେଲ୍‌ ଓ କ୍ୟାଣ୍ଟିନ୍‌ରେ ଆଉ ମିଳିବ ନାହିଁ ବରା, ପକୁଡ଼ି, ଆଳୁଚପ୍‌, ପିଆଜି, କଚୁଡ଼ି, ସିଙ୍ଗଡ଼ା, ପୁରୀ।  ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଇବାକୁ କୁହାଯାଇଛି। ବିଶ୍ୱବ୍ୟାପୀ ଖାଦ୍ୟ, ଇନ୍ଧନ ଓ ସାର ସଙ୍କଟ ଲାଗି ରହିଥିବାବେଳେ ଖାଦ୍ୟରେ ରନ୍ଧନ ତେଲର ବ୍ୟବହାର କମାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଆହ୍ୱାନ ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତେଲ ଛଣା ଖାଦ୍ୟ କମାଇବା ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଆଞ୍ଚଳିକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। 

ଆହୁରି ପଢ଼ନ୍ତୁ: ଆସନ୍ତା ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି

ବିଭାଗ ପକ୍ଷରୁ କୁହାଯାଇଛି ଯେ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଯିବ। ସକାଳ ଜଳଖିଆରେ ପୁରି, ବରା ଭଳି ଅଧିକ ତେଲ ଆବଶ୍ୟକ କରୁଥିବା ଖାଦ୍ୟକୁ ଏଡ଼ାଇ ଦିଆଯିବ।  ଆମଦାନୀକୃତ ପାମ୍‌, ସନଫ୍ଲାୱାର ଓ ସୋୟାବିନ୍‌ ତେଲ ବଦଳରେ ପାରମ୍ପରିକ ଘିଅ, ସୋରିଷ ତେଲ ଓ ବାଦାମ ତେଲ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି। ଏନ୍‌ଏସ୍‌ଏସ୍‌ ଓ ରେଡକ୍ରସ୍‌ ସ୍ୱେଚ୍ଛାସେବୀମାନେ ଦୈନନ୍ଦିନ ରୋଷେଇରେ ତେଲ ବ୍ୟବହାର କମାଇବାକୁ ସଚେତନତା କାର୍ଯ୍ୟକ୍ରମ କରିବେ। ବିଭାଗର ଏପରି ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟକୁ ଗୁରୁତ୍ୱ ମିଳିବ। ଉଚ୍ଚଶିକ୍ଷା ବିଭାଗର ଏହି ନିର୍ଦ୍ଦେଶକୁ ନେଇ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସେମାନଙ୍କ ଖାଦ୍ୟ ରୁଚି ଓ ଖାଦ୍ୟ ଶୈଳୀକୁ ପରିବର୍ତ୍ତନ କରିବାକୁ ସରକାର ଉଦ୍ୟମ କରିବା ସାମ୍ବିଧାନିକ ଅଧିକାରର ହନନ ବୋଲି ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀରେ ଆରମ୍ଭ ହେଲା ରଥଭଙ୍ଗା ନୀତି: ସର୍ବଶେଷରେ ଭଙ୍ଗାଯିବ ମହାପ୍ରଭୁଙ୍କ ନନ୍ଦିଘୋଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର