ଆଜି ଜାତୀୟ କ୍ରୀଡ଼ା ଦିବସ: ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ, ଶୃଙ୍ଖଳା, ଏକାଗ୍ରତା ଓ ସହନଶୀଳତା ଶିକ୍ଷା ଦେବାରେ କ୍ରୀଡ଼ାର ଭୂମିକା ଅତୁଳନୀୟ

Sakala Desk Picture
Published On

ଭୁବନେଶ୍ୱର(ରଞ୍ଜନ କୁମାର ରାୟ): ମାନବ ସଭ୍ୟତାର ଉଷାକାଳରୁ କ୍ରୀଡ଼ା କେବଳ ମନୋରଞ୍ଜନର ସାଧନ ହୋଇ ରହିନାହିଁ, ବରଂ ଏହା ମାନବିକ ଶାରୀରିକ ସାମର୍ଥ୍ୟ, ମାନସିକ ଦୃଢ଼ତା ଓ ଆଧ୍ୟାତ୍ମିକ ଚେତନାର ଏକ ଅଭିନ୍ନ ଅଙ୍ଗ ଭାବେ ରିଗଣିତ ହୋଇଆସିଛି। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ, ଶୃଙ୍ଖଳା, ଏକାଗ୍ରତା ଓ ସହନଶୀଳତା ଶିକ୍ଷା ଦେବାରେ କ୍ରୀଡ଼ାର ଭୂମିକା ଅତୁଳନୀୟ। ଭାରତୀୟ ସଂସ୍କୃତିରେ କ୍ରୀଡ଼ାକୁ ଏକ ଯୋଗ ଓ ସାଧନା ରୂେ ଗ୍ରହଣ କରାଯାଇଛି। ପ୍ରତିବର୍ଷ ଅଗଷ୍ଟ ମାସ ୨୯ ତାରିଖକୁ ସମଗ୍ର ଭାରତବର୍ଷରେ "ଜାତୀୟ କ୍ରୀଡ଼ା ଦିବସ’ ବା "ଜାତୀୟ କ୍ରୀଡ଼ା ପର୍ବ’ ଭାବେ ଅତ୍ୟନ୍ତ ଗୌରବ ଓ ଉଲ୍ଲାସର ସହିତ ପାଳନ କରାଯାଏ। ଏହି ଦିବସ କେବଳ ଗୋଟିଏ ତାରିଖ ନୁହେଁ, ବରଂ ଏହା ଭାରତୀୟ କ୍ରୀଡ଼ା ଇତିହାସର ସୁବର୍ଣ୍ଣ ଯୁଗର ସ୍ମୃତି, ଜାତୀୟ ସ୍ୱାଭିମାନ ଏବଂ ଉଦୀୟମାନ ଯୁବପିଢ଼ି ପାଇଁ ପ୍ରେରଣାର ଏକ ଅମର ଉତ୍ସ। ଜାତୀୟ କ୍ରୀଡ଼ା ଦିବସର ଆତ୍ମା ହେଉଛନ୍ତି ଭାରତର ମହାନ କ୍ରୀଡ଼ାବିତ୍‌ ତଥା ହକି କୁଶଳୀ ମେଜର ଧ୍ୟାନଚାନ୍ଦ । ୧୯୦୫ ମସିହା ଅଗଷ୍ଟ ୨୯ ତାରିଖରେ ଆଲାହାବାଦ (ବର୍ତ୍ତମାନର ପ୍ରୟାଗରାଜ) ଠାରେ ଜନ୍ମଗ୍ରହଣ କରିଥିବା ଏହି ଅମର କ୍ରୀଡ଼ାବୀର ନିଜର ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ବଳରେ ବିଶ୍ୱ ଦରବାରରେ ଭାରତୀୟ କ୍ରୀଡ଼ା ଶକ୍ତିର ଧ୍ୱଜା ଉଡ଼ାଇଥିଲେ। 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଲଗାଣ ବର୍ଷା: ଫୁଲୁଛି ବୈତରଣୀ ଓ ବ୍ରାହ୍ମଣୀ ନଦୀ, ବନ୍ୟା ପରିସ୍ଥିତି ଉପରେ ସରକାରଙ୍କ ନଜର

ଧ୍ୟାନଚାନ୍ଦଙ୍କ ହାତରେ ହକି ଷ୍ଟିକ୍‌ ଯେରି ଏକ।ଦୁଦଣ୍ଡରେ ପରିଣତ ହେଉଥିଲା। ବଲ୍‌ ଷ୍ଟିକ୍‌ ସହିତ ଏପରି ଲାଗି ରହୁଥିଲା ଯେ ପ୍ରତିପକ୍ଷ ଖେଳାଳିମାନେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ୁଥିଲେ। ବିଦେଶୀ କ୍ରୀଡ଼ାଙ୍ଗନରେ ତାଙ୍କର ଏହି ଅଲୌକିକ କ୍ରୀଡ଼ା କୌଶଳ ଦେଖି ଲୋକେ ତାଙ୍କୁ "ହକିର ଯାଦୁକର’  ଅଭିଧାନରେ ଭୂଷିତ କରିଥିଲେ। ୧୯୩୬ ବର୍ଲିନ୍‌ ଅଲିମ୍ପିକ୍ସ ସମୟରେ ଜର୍ମାନୀର ତତ୍କାଳୀନ ଶାସକ ତାଙ୍କର କ୍ରୀଡ଼ା କୌଶଳରେ ମୁଗ୍ଧ ହୋଇ ତାଙ୍କୁ ସ୍ୱଦେଶ ଛାଡ଼ି ଜର୍ମାନୀ ପକ୍ଷରୁ ଖେଳିବାକୁ ବଡ଼ ପ୍ରଲୋଭନ ଦେଇଥିଲେ। ମାତ୍ର ସ୍ୱାଭିମାନୀ ଓ ଦେଶପ୍ରେମୀ ଧ୍ୟାନଚାନ୍ଦ ସେହି ପ୍ରସ୍ତାବକୁ ସସମ୍ମାନ ପ୍ରତ୍ୟାଖ୍ୟାନ କରି କହିଥିଲେ— "ମୋ ଦେଶ ମୋତେ କ’ଣ ଦେଲା ତାହା ମୁଖ୍ୟ ନୁହେଁ, ମୁଁ ମୋ ଦେଶ ପାଇଁ କ’ଣ କରିପାରୁଛି ତାହାହିଁ ମୋ ପାଇଁ ଶ୍ରେଷ୍ଠ।’ ତାଙ୍କର ଏହି ନିଷ୍କାମ ଦେଶସେବା, ନିଷ୍ଠା ଓ ଶ୍ରେଷ୍ଠତାକୁ ସମ୍ମାନ ଜଣାଇ ଭାରତ ସରକାର ତାଙ୍କ ଜନ୍ମଦିବସ ଅଗଷ୍ଟ ୨୯କୁ "ଜାତୀୟ କ୍ରୀଡ଼ା ଦିବସ’ ଭାବେ ଘୋଷଣା କରିଥିଲେ। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନକୁ ମଧ୍ୟ ତାଙ୍କ ନାମରେ "ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ ଭାବେ ନାମିତ କରାଯାଇଛି । 

ଆହୁରି ପଢ଼ନ୍ତୁ: କାଲିମେଳା ପୋଲିସକୁ ବଡ଼ ସଫଳତା: ଚଢ଼ାଉବେଳେ ଜଙ୍ଗଲରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ଜାତୀୟ କ୍ରୀଡ଼ା ଦିବସ କେବଳ ଅତୀତର ସ୍ମୃତି ରୋମନ୍ଥନ ନୁହେଁ, ଏହା ବର୍ତ୍ତମାନର ଆବଶ୍ୟକତା ଓ ଭବିଷ୍ୟତର ସଂକଳ୍ପ। ଏହି ଦିବସରେ ଦେଶର ରାଷ୍ଟ୍ରପତି ଭବନଠାରୁ ଆରମ୍ଭ କରି ପ୍ରତ୍ୟେକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କ୍ରୀଡ଼ାନୁଷ୍ଠାନରେ କ୍ରୀଡ଼ାବୀତମାନଙ୍କୁ ସମ୍ମାନିତ କରାଯାଏ। କ୍ରୀଡ଼ା ଏକ ଏପରି ମହାସେତୁ, ଯାହା ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ପ୍ରାନ୍ତର ସୀମାରେଖାକୁ ଅତିକ୍ରମ କରି ସମଗ୍ର ଦେଶକୁ ଏକତାର ସୂତ୍ରରେ ବାନ୍ଧିରଖେ। ଯେତେବେଳେ ଭାରତୀୟ କ୍ରୀଡ଼ାବୀତ ଅନ୍ତର୍ଜାତୀୟ ମଞ୍ଚରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ତ୍ରିରଙ୍ଗା ପତାକାକୁ ଉଡ଼ାନ୍ତି ଏବଂ ଜାତୀୟ ସଙ୍ଗୀତ ନିନାଦିତ ହୁଏ, ସେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଜାତୀୟତାବୋଧ ଓ ଗୌରବରେ ସଞ୍ଚାରିତ ହୋଇଉଠେ । 

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ବିଲ୍: ରାଜ୍ୟ ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କଲେ ଆହ୍ୱାନ

ଜାତୀୟ କ୍ରୀଡ଼ା ଦିବସ ପରିପ୍ରେକ୍ଷୀରେ ଓଡ଼ିଶାର ଯୋଗଦାନ ଅତ୍ୟନ୍ତ ପ୍ରଶଂସନୀୟ ଓ ଉଲ୍ଲେଖନୀୟ। ଗୋଟିଏ ସମୟରେ କେବଳ ପାରମ୍ପରିକ ଖେଳ କବାଡ଼ି, ଖୋ-ଖୋ, କୁସ୍ତି ଓ ଭାରୋତ୍ତୋଳନରେ ସୀମିତ ଥିବା ଓଡ଼ିଶା ଆଜି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ଅଗ୍ରଣୀ କ୍ରୀଡ଼ା ପ୍ରାଣକେନ୍ଦ୍ର ଭାବେ ଆତ୍ମପ୍ରକାଶ କରିଛି। ଓଡ଼ିଶା ସରକାରଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ଭାରତୀୟ ହକି ଦଳର ପୁନରୁଦ୍ଧାର ହୋଇପାରିଛି। ବିଶ୍ୱସ୍ତରୀୟ କ୍ରୀଡ଼ାଙ୍ଗନ, ପ୍ରଶିକ୍ଷଣ କେନ୍ଦ୍ର ଏବଂ ଅଲିମ୍ପିକ୍ସ ପରି ମହାକୁମ୍ଭରେ ଭାରତୀୟ ଦଳର ଚମତ୍କାର ପ୍ରଦର୍ଶନ ପଛରେ ଓଡ଼ିଶାର ଅବଦାନ ଅତୁଲନୀୟ। ଦିଲୀ ତିର୍କୀ, ସୁନ୍ଦରଗଡ଼ର ହକି ପ୍ରତିଭାମାନେ ଏବଂ ଅସଂଖ୍ୟ ଓଡ଼ିଆ ଧାବକ ଓ କ୍ରୀଡ଼ାବୀତ ଆଜି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଥାଏ ଦେଶର ନାମ ରଖିଛନ୍ତି। ଆଜିର ଆଧୁନିକ, ଯାନ୍ତ୍ରିକ ଓ ଡିଜିଟାଲ ଜୀବନଶୈଳୀରେ କ୍ରୀଡ଼ାର ମହତ୍ତ୍ୱ ପୂର୍ବପେକ୍ଷା ଅନେକ ଗୁଣ ବୃଦ୍ଧି ପାଇଛି। କୋମଳମତି ଶିଶୁ ଓ ଯୁବପିଢ଼ି ଆଜି ଖେଳପଡ଼ିଆଠାରୁ ଦୂରେଇ ଯାଇ ସ୍ମାର୍ଟଫୋନ୍‌, କମ୍ପ୍ୟୁଟର ଓ ସ୍କ୍ରିନ୍‌ ଆଗରେ ବହୁ ସମୟ ବିତାଉଛନ୍ତି। ଏହାଦ୍ୱାରା ଶାରୀରିକ ଦୁର୍ବଳତା, ଅବସାଦ, ମାନସିକ ଚା ଓ ଏକାକୀପଣ ପରି ଗୁରୁତର ସମସ୍ୟା ଦେଖାଦେଉଛି।ଚ କ୍ରୀଡ଼ା ହେଉଛି ବିଭିନ୍ନ ସମସ୍ୟାର ସର୍ବୋଚ୍ଚ ଔଷଧ।  ସେଗୁଡ଼ିକ ହେଲା ଶାରୀରିକ ସୁସ୍ଥତା ବଜାୟ ରଖେ ଅର୍ଥାତ  ହୃଦୟ, ଫୁସଫୁସ ଓ ମାଂସପେଶୀକୁ ସବଳ କରେ। ପରାଜୟକୁ ସହଜରେ ଗ୍ରହଣ କରି ପୁନର୍ବାର ସଂଗ୍ରାମ କରିବାର ସାହସ ଦିଏ। ଦଳଗତ ଭାବନା , ନେତୃତ୍ୱ ନେବାର କ୍ଷମତା ଓ ପାରସ୍ପରିକ ସହଯୋଗ ବୃଦ୍ଧି କରେ । 

ଜାତୀୟ କ୍ରୀଡ଼ା ଦିବସ କେବଳ ବାର୍ଷିକ ଉତ୍ସବରେ ସୀମିତ ନ ରହି ଏହା ପ୍ରତ୍ୟେକ ନାଗରିକଙ୍କ ଜୀବନଧାରାରେ ପରିଣତ ହେବା ଆବଶ୍ୟକ। ଦେଶକୁ ସମୃଦ୍ଧ, ସୁସ୍ଥ ଓ ଶକ୍ତିଶାଳୀ କରିବାକୁ ହେଲେ ପ୍ରତ୍ୟେକ ଘର, ପ୍ରତ୍ୟେକ ଗ୍ରାମ ଓ ପ୍ରତ୍ୟେକ ବିଦ୍ୟାଳୟରୁ କ୍ରୀଡ଼ାର ନୂତନ ସ୍ରୋତ ପ୍ରବାହିତ ହେବା ଦରକାର। ଅଗଷ୍ଟ ୨୯ର ଏହି ପବିତ୍ର ଅବସରରେ ଆସନ୍ତୁ ଆମେ ସମସ୍ତେ ସଂକଳ୍ପ ନେବା— ଆମେ ନିଜେ ଦୈନନ୍ଦିନ ଜୀବନରେ କ୍ରୀଡ଼ା ଓ ଶାରୀରିକ ବ୍ୟାୟାମକୁ ଆପଣାଇବା, ଆମର ସନ୍ତାନମାନଙ୍କୁ ଖେଳପଡ଼ିଆକୁ ପଠାଇବା ଏବଂ ମେଜର ଧ୍ୟାନଚାନ୍ଦଙ୍କ ଆଦର୍ଶରେ ପ୍ରାଣିତ ହୋଇ ଦେଶର ଗୌରବ ବୃଦ୍ଧି କରିବା। ଖେଳପଡ଼ିଆରୁ ହିଁ ନିର୍ମିତ ହେବ ସୁସ୍ଥ, ଶୃଙ୍ଖଳିତ, ବିଜୟୀ ଓ ନୂତନ ଭାରତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର