ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପୁଛି ଲୋୟର ପିଏମଜି, ଆହୋରତ୍ର ଧାରଣାରେ ହଜାର ହଜାର ଯୁବ-ଛାତ୍ର

Madhusudan Das Picture
Published On

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପୁଛି ଭୁବନେଶ୍ୱର ଲୋୟର ପିଏମଜି, ଆହୋରତ୍ର ଧାରଣାରେ ସାମିଲ ହେଲେ ହଜାର ଯୁବ ଛାତ୍ର । ଜୋର ଧରିଲା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି । ତୃତୀୟ ଦିନରେ ପହଁଚିଲା ଭୁବନେଶ୍ୱର ଲୋୟାର ପିଏମଜିରେ ଚାଲିଥିବା ଯୁବ ଛାତ୍ର ସଂଘର୍ଷ ସମିତିର ଆହୋରତ୍ର ଧାରଣା । ଏ ନେଇ ଆଜିବି ଜୋରଦାର ଆନ୍ଦୋଳନକୁ ବ୍ୟାପକ କରିଛି ଯୁବ ଛାତ୍ର ସଂଘର୍ଷ ସମିତି । "ଯୁବ ଛାତ୍ର ହୁଙ୍କାର" ନାଁ ରେ ଏହି ଆହୋରତ୍ର ଧାରଣା ଦେଇଛି ସମିତି । 

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ରାଜ୍ୟର ବିଭିନ୍ନ ଜିଲ୍ଲାର ଛାମୁଆ ଯୁବ ଛାତ୍ର ଓ 'ଜେନଜେଡ'ର କର୍ମକର୍ତାମାନେ ହଜାର ହଜାର ସଂଖ୍ୟାରେ ସାମିଲ ହୋଇ ଆନ୍ଦୋଳନ ଚଳାଇଛନ୍ତି । ଆଜିର ଆନ୍ଦୋଳନରେ ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି, ବିଜେଡ଼ି ଯୁବ ନେତା ମନ୍ମଥ ରାଉତରାୟ, ବାଲିକୁଦା-ଏରସମାର ଯୁବ ନେତା ପାର୍ଥ ସାରଥୀ ରାଉତ ପ୍ରମୁଖ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଅଭିଭାଷଣ ରଖିଥିଲେ । ସରକାର ତୁରନ୍ତ ଛାତ୍ରଛାତ୍ରୀଙ୍କୁ ନିର୍ଭୁଲ ପୁସ୍ତକ ପ୍ରଦାନ, ଶିକ୍ଷା ବ୍ୟବସ୍ଥାର ଉତ୍ତର ଦାୟିତ୍ୱ, ନିଯୁକ୍ତି ଭିତ୍ତିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଦାବି ନେଇ ଏହି ଆନ୍ଦୋଳନ ଜାରି ରହିଛି । ଯେତେ ପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେଇ ନାହାନ୍ତି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ସଂଘର୍ଷ ସମିତି ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର