ଓଡ଼ିଶାରେ ବନ୍ୟା ପରିସ୍ଥିତି ସଙ୍ଗିନ: ଯାଜପୁର, ଭଦ୍ରକ ଓ ପୁରୀରେ ବିପଦ ସଙ୍କେତ ଉପରେ ନଦୀ ଜଳସ୍ତର

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବେ ଗମ୍ଭୀର ରୂପ ଧାରଣ କରିଛି। ଲଗାଣ ବର୍ଷା ଓ ନଦୀ ବନ୍ଧ ଭାଙ୍ଗିବା କାରଣରୁ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ବିଶେଷ କରି ଯାଜପୁର, ଭଦ୍ରକ ଏବଂ ପୁରୀ ଜିଲ୍ଲାରେ ସ୍ଥିତି ଉଦ୍‌ବେଗଜନକ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।

ଆହୁରି ପଢ଼ନ୍ତୁ: ବିଡିଓ ପରିଚୟ ଦେଇ ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଲୁଟିନେଲେ ସାଇବର ଠକ

ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ଘଟିଛି। ଜିଲ୍ଲା ଦେଇ ପ୍ରବାହିତ ତିନୋଟି ନଦୀର ୭ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ବ୍ରାହ୍ମଣୀ ନଦୀରେ ୪ଟି ଘାଇ ହୋଇଥିବା ବେଳେ ବୈତରଣୀର ଶାଖା ନଦୀ କାଣୀରେ ୨ଟି ଏବଂ ଖରସ୍ରୋତାର ଶାଖା ନଦୀ ନୂଆ ମହାରାରେ ଗୋଟିଏ ଘାଇ ସୃଷ୍ଟି ହୋଇଛି। ଏହି କାରଣରୁ ପ୍ରାୟ ୨୫୦ ଗାଁ ଜଳମଗ୍ନ ହୋଇଛି ଏବଂ ଏକ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ୧୦,୦୦୦ ରୁ ଅଧିକ ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତି ଜାରି, ଆଉ ୪ରୁ ୫ ଦିନ ଲାଗି ରହିବ ଜଳବନ୍ଦୀ ପରିସ୍ଥିତି

ଭଦ୍ରକ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସଙ୍ଗିନ ରହିଛି। ରାଜଘାଟ ଠାରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଟପି ୧୮.୫୦ ଫୁଟରେ ପ୍ରବାହିତ ହେଉଛି, ଯେତେବେଳେ କି ଏଠାରେ ବିପଦ ସଙ୍କେତ ଥିଲା ୧୭.୦୦ ଫୁଟ। ଫଳରେ ଭଦ୍ରକ, ଚାନ୍ଦବାଲି, ତିହିଡ଼ି ଏବଂ ଧାମନଗର ବ୍ଲକରେ ବନ୍ୟା ଜଳ ପଶିଯାଇଛି। ଅନ୍ୟପକ୍ଷରେ କଂସବାଂଶ ଓ ଗମେଇ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବାସୁଦେବପୁର ବ୍ଲକର ୭ଟି ପଞ୍ଚାୟତ ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

ସେହିପରି ପୁରୀ ଜିଲ୍ଲାରେ ମଧ୍ୟ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବଳଙ୍ଗା ଠାରେ ଭାର୍ଗବୀ ନଦୀର ଜଳସ୍ତର ୧୧.୨୫ ଫୁଟ ରହିଛି, ଯାହାର ବିପଦ ସଙ୍କେତ ଥିଲା ୧୦.୪୨ ଫୁଟ। ସେହିପରି ବାଉରିଆକଣା ଠାରେ ଦେବୀ ନଦୀର ଜଳସ୍ତର ବିପଦ ସଙ୍କେତ ୪.୯୫ ଫୁଟ ଥିବା ବେଳେ ଏବେ ତାହା ୫.୦୮ ଫୁଟରେ ପ୍ରବାହିତ ହେଉଛି।

ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଲୋକମାନଙ୍କୁ ସୁରକ୍ଷା ଦେବା ସହ କ୍ଷୟକ୍ଷତି କମାଇବା ପାଇଁ ରିଲିଫ୍ ବଣ୍ଟନ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।

31 Jul 2026 By Madhusudan Das

ଓଡ଼ିଶାରେ ବନ୍ୟା ପରିସ୍ଥିତି ସଙ୍ଗିନ: ଯାଜପୁର, ଭଦ୍ରକ ଓ ପୁରୀରେ ବିପଦ ସଙ୍କେତ ଉପରେ ନଦୀ ଜଳସ୍ତର

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବେ ଗମ୍ଭୀର ରୂପ ଧାରଣ କରିଛି। ଲଗାଣ ବର୍ଷା ଓ ନଦୀ ବନ୍ଧ ଭାଙ୍ଗିବା କାରଣରୁ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ବିଶେଷ କରି ଯାଜପୁର, ଭଦ୍ରକ ଏବଂ ପୁରୀ ଜିଲ୍ଲାରେ ସ୍ଥିତି ଉଦ୍‌ବେଗଜନକ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।

ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ଘଟିଛି। ଜିଲ୍ଲା ଦେଇ ପ୍ରବାହିତ ତିନୋଟି ନଦୀର ୭ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ବ୍ରାହ୍ମଣୀ ନଦୀରେ ୪ଟି ଘାଇ ହୋଇଥିବା ବେଳେ ବୈତରଣୀର ଶାଖା ନଦୀ କାଣୀରେ ୨ଟି ଏବଂ ଖରସ୍ରୋତାର ଶାଖା ନଦୀ ନୂଆ ମହାରାରେ ଗୋଟିଏ ଘାଇ ସୃଷ୍ଟି ହୋଇଛି। ଏହି କାରଣରୁ ପ୍ରାୟ ୨୫୦ ଗାଁ ଜଳମଗ୍ନ ହୋଇଛି ଏବଂ ଏକ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ୧୦,୦୦୦ ରୁ ଅଧିକ ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଭଦ୍ରକ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସଙ୍ଗିନ ରହିଛି। ରାଜଘାଟ ଠାରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଟପି ୧୮.୫୦ ଫୁଟରେ ପ୍ରବାହିତ ହେଉଛି, ଯେତେବେଳେ କି ଏଠାରେ ବିପଦ ସଙ୍କେତ ଥିଲା ୧୭.୦୦ ଫୁଟ। ଫଳରେ ଭଦ୍ରକ, ଚାନ୍ଦବାଲି, ତିହିଡ଼ି ଏବଂ ଧାମନଗର ବ୍ଲକରେ ବନ୍ୟା ଜଳ ପଶିଯାଇଛି। ଅନ୍ୟପକ୍ଷରେ କଂସବାଂଶ ଓ ଗମେଇ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବାସୁଦେବପୁର ବ୍ଲକର ୭ଟି ପଞ୍ଚାୟତ ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି।

ସେହିପରି ପୁରୀ ଜିଲ୍ଲାରେ ମଧ୍ୟ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବଳଙ୍ଗା ଠାରେ ଭାର୍ଗବୀ ନଦୀର ଜଳସ୍ତର ୧୧.୨୫ ଫୁଟ ରହିଛି, ଯାହାର ବିପଦ ସଙ୍କେତ ଥିଲା ୧୦.୪୨ ଫୁଟ। ସେହିପରି ବାଉରିଆକଣା ଠାରେ ଦେବୀ ନଦୀର ଜଳସ୍ତର ବିପଦ ସଙ୍କେତ ୪.୯୫ ଫୁଟ ଥିବା ବେଳେ ଏବେ ତାହା ୫.୦୮ ଫୁଟରେ ପ୍ରବାହିତ ହେଉଛି।

ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଲୋକମାନଙ୍କୁ ସୁରକ୍ଷା ଦେବା ସହ କ୍ଷୟକ୍ଷତି କମାଇବା ପାଇଁ ରିଲିଫ୍ ବଣ୍ଟନ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର