ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କ ଛୁଟି ଏବଂ ଗସ୍ତ ନିୟମକୁ କଡ଼ାକଡ଼ି କରିଛନ୍ତି ଓଡ଼ିଶା ସରକାର। ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ବର୍ତ୍ତମାନ ସମସ୍ତ ଅଧିକାରୀଙ୍କୁ ନିଜ ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ ଆଗୁଆ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ: ରେଳ ଧାରଣା ପାରି ହେଉଥିବାବେଳେ ଟ୍ରେନରେ ପିଟି ହୋଇ ଦୁଇ ମହିଳା ମୃତ

ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ବ୍ୟକ୍ତିଗତ କାରଣରୁ ଓଡ଼ିଶା ବାହାରକୁ କିମ୍ବା ଭାରତ ବାହାରକୁ ଗସ୍ତ କରୁଥିଲେ, କାଜୁଆଲ୍ ଲିଭ୍ (ସିଏଲ୍) ବ୍ୟତୀତ ଅନ୍ୟ ଛୁଟି ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କଠାରୁ ଆଗୁଆ ଅନୁମତି ଆଣିବା ଜରୁରୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟ କିମ୍ବା ଦେଶ ବାହାରକୁ ବ୍ୟକ୍ତିଗତ ଗସ୍ତରେ ଯିବା ପାଇଁ ଅଧିକାରୀମାନେ ଅତିକମରେ ୨୧ ଦିନ ପୂର୍ବରୁ ଆବେଦନ କରିବାକୁ ପଡ଼ିବ। କେବଳ ଜରୁରୀକାଳୀନ ପରିସ୍ଥିତିରେ ହିଁ ଏହି ନିୟମକୁ କୋହଳ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଛୁଟିରେ ଯିବା ପୂର୍ବରୁ କର୍ମଚାରୀଙ୍କୁ ଛୁଟି ଏବଂ ମୁଖ୍ୟାଳୟ ଛାଡ଼ିବାର ଅନୁମତି ମିଳିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ସଂଶୋଧିତ ଖଣି ଆଇନରେ ରାଜ୍ୟର କ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ନବୀନଙ୍କ ଚିଠି: ବିଧାନସଭାରେ ଆଣନ୍ତୁ ପ୍ରତ୍ୟାହାର ପ୍ରସ୍ତାବ

ଏହି ନିଷ୍ପତ୍ତି ପଛର କାରଣ ଦର୍ଶାଇ ଅର୍ଥ ବିଭାଗ କହିଛି ଯେ, ପ୍ରଶାସନିକ ନିୟନ୍ତ୍ରଣରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟ ଏବଂ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଅନେକ ଅଧିକାରୀ ଓ କର୍ମଚାରୀ ବିନା ଅନୁମତିରେ ଛୁଟିରେ ଯାଉଛନ୍ତି କିମ୍ବା ଶେଷ ମୁହୂର୍ତ୍ତରେ ଛୁଟି ପାଇଁ ଆବେଦନ କରୁଛନ୍ତି। ଯାହା ଫଳରେ କର୍ତ୍ତୃପକ୍ଷଙ୍କ ପାଇଁ ଠିକ୍ ସମୟରେ ଛୁଟି ଆବେଦନଗୁଡ଼ିକୁ ପ୍ରକ୍ରିୟାକରଣ କରିବା ଏବଂ ଅନୁମୋଦନ କରିବା କଷ୍ଟକର ହୋଇପଡ଼ୁଛି। ଏହି ବିଶୃଙ୍ଖଳାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରରୁ ଉଡୁନାହିଁ କୌଣସି ଅନ୍ତର୍ଜାତୀୟ ବିମାନ, କମିଛି ଘରୋଇ ଉଡ଼ାଣ ସଂଖ୍ୟା

ଏହି ନୂତନ ବିଜ୍ଞପ୍ତି ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ସିଟି ଆଣ୍ଡ ଜିଏସଟି (CT & GST) କମିଶନର, ଏମଡିଆରଏଏଫଏମ (MDRAFM) ନିର୍ଦ୍ଦେଶକ, କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସ୍, ଲୋକାଲ୍ ଫଣ୍ଡ୍ ଅଡିଟ୍ ନିର୍ଦ୍ଦେଶକ ଏବଂ ଟ୍ରେଜେରୀ ଆଣ୍ଡ ଇନସ୍ପେକ୍ସନ୍ ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକୁ ପଠାଯାଇଛି। ନୂଆ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ ନିଜ ନିଜ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବାକୁ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର