ବାଲିଅନ୍ତା ବର୍ବର ହତ୍ୟାକାଣ୍ଡ: NHRC ନିକଟରେ ହାଜର ହେଲେ ଯୁବତୀ ଏବଂ ଆମ୍ବୁଲାନ୍ସ ଡ୍ରାଇଭର

Madhusudan Das Picture
Published On

ଭୁବନେଶ୍ଵର: ବାଲିଅନ୍ତା ଭିଡ଼ ହିଂସାରେ କନଷ୍ଟେବଳ ସୌମ୍ୟରଂଜନ ସ୍ଵାଇଁ ହତ୍ୟାକାଣ୍ଡ ଘଟଣାର ତନାଘନା। NHRC ରେ ହାଜର ହୋଇଛନ୍ତି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କରିଥିବା ଯୁବତୀ। ତା ସହିତ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ହାଜର ହୋଇଛନ୍ତି। ଉଭୟଙ୍କୁ NHRC ପକ୍ଷରୁ ନୋଟିସ୍ ହୋଇଥିଲା। ଅନ୍ୟପଟେ NHRC ରେ ହାଜର ହୋଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଦେଇଛନ୍ତି ଚାଂଚଲ୍ୟକର ବୟାନ । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସାରିଥିଲେ ସୁଦ୍ଧା ଆମ୍ବୁଲାନ୍ସକୁ କଲ କରିଥିବା ବ୍ୟକ୍ତି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ବୋଲି କହିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଘଟଣା ଘଟିବ ଦିନ ଅର୍ଥାତ ମେ’ ୭ ତାରିଖରେ ସ୍ଥାନୀୟ ଅଡ଼ସପୁର ମେଡିକାଲ୍‌ର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌ କରଥିଲେ। ପୂର୍ବାହ୍ନ ୧୧.୦୬ରେ ସମ୍ପୃକ୍ତ ବ୍ୟକ୍ତି ଜଣକ କଲ୍‌ କରିଥିଲେ। ୧୧.୩୬ରେ ଦୁର୍ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲା। ଆମ୍ବୁଲାନ୍ସ କର୍ମଚାରୀ କଲ୍‌ କରିଥିବା ବ୍ୟକ୍ତିଙ୍କୁ କଲ୍‌ କରିଥିଲେ। କିନ୍ତୁ ବ୍ୟକ୍ତି ଜଣକ କହିଥିଲେ ଯେ, ଦୁର୍ଘଟଣାରେ ଶିକାର ଯୁବତୀ ମେଡିକାଲ୍‌ ପଳାଇଛନ୍ତି। ବ୍ୟକ୍ତି ଜଣଙ୍କ ଏହା କହି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ। ସେହି ସମୟରେ ରାସ୍ତାରୁ ଅତି ପାଖରେ ସୌମ୍ୟଙ୍କ ହାତଗୋଡ଼ ବାନ୍ଧି ପଡ଼ିଆରେ ମାଡ଼ ମାରୁଥିଲେ ଦୁର୍ବୃତ୍ତ ମାନେ। କିନ୍ତୁ ମାଡ଼ ଖାଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୌମ୍ୟଙ୍କୁ ଆମ୍ବୁଲାନ୍ସରେ ନେବା ପରିବର୍ତ୍ତେ ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ସେ ବ୍ୟକ୍ତି ଜଣକ। ତେବେ ସେ ବ୍ୟକ୍ତି ଜଣକ କିଏ ଓ କାହିଁକି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆମ୍ବୁଲାନ୍ସ ଫେରାଇବା ପଛରେ ଷଡ଼ଯନ୍ତ୍ର ଅଛି କି ନାହିଁ ତାହା ଏବେ ତନାଘନା କରୁଛି ଜାତୀୟ ମାନବାଧିକାର ଆୟୋଗ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ଅନ୍ୟପଟେ ଜାତୀୟ ମାନବାଧିକାର କମିସନଙ୍କ ପାଖରେ ହାଜର ହୋଇଛନ୍ତି ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର । କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଏଲ.ଡି. ବେହେରା ହାଜର ହୋଇଛନ୍ତି । ସୌମ୍ୟଙ୍କ ସାଙ୍ଗ ନିଶିକାନ୍ତ ଗୋପୀ, ପୂର୍ବତନ ବାଲିଅନ୍ତା ଥାନା ଆଇଆଇସି । 

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

03 Jun 2026 By Madhusudan Das

ବାଲିଅନ୍ତା ବର୍ବର ହତ୍ୟାକାଣ୍ଡ: NHRC ନିକଟରେ ହାଜର ହେଲେ ଯୁବତୀ ଏବଂ ଆମ୍ବୁଲାନ୍ସ ଡ୍ରାଇଭର

ଭୁବନେଶ୍ଵର: ବାଲିଅନ୍ତା ଭିଡ଼ ହିଂସାରେ କନଷ୍ଟେବଳ ସୌମ୍ୟରଂଜନ ସ୍ଵାଇଁ ହତ୍ୟାକାଣ୍ଡ ଘଟଣାର ତନାଘନା। NHRC ରେ ହାଜର ହୋଇଛନ୍ତି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କରିଥିବା ଯୁବତୀ। ତା ସହିତ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ହାଜର ହୋଇଛନ୍ତି। ଉଭୟଙ୍କୁ NHRC ପକ୍ଷରୁ ନୋଟିସ୍ ହୋଇଥିଲା। ଅନ୍ୟପଟେ NHRC ରେ ହାଜର ହୋଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଦେଇଛନ୍ତି ଚାଂଚଲ୍ୟକର ବୟାନ । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସାରିଥିଲେ ସୁଦ୍ଧା ଆମ୍ବୁଲାନ୍ସକୁ କଲ କରିଥିବା ବ୍ୟକ୍ତି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ବୋଲି କହିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ।

ଘଟଣା ଘଟିବ ଦିନ ଅର୍ଥାତ ମେ’ ୭ ତାରିଖରେ ସ୍ଥାନୀୟ ଅଡ଼ସପୁର ମେଡିକାଲ୍‌ର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌ କରଥିଲେ। ପୂର୍ବାହ୍ନ ୧୧.୦୬ରେ ସମ୍ପୃକ୍ତ ବ୍ୟକ୍ତି ଜଣକ କଲ୍‌ କରିଥିଲେ। ୧୧.୩୬ରେ ଦୁର୍ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲା। ଆମ୍ବୁଲାନ୍ସ କର୍ମଚାରୀ କଲ୍‌ କରିଥିବା ବ୍ୟକ୍ତିଙ୍କୁ କଲ୍‌ କରିଥିଲେ। କିନ୍ତୁ ବ୍ୟକ୍ତି ଜଣକ କହିଥିଲେ ଯେ, ଦୁର୍ଘଟଣାରେ ଶିକାର ଯୁବତୀ ମେଡିକାଲ୍‌ ପଳାଇଛନ୍ତି। ବ୍ୟକ୍ତି ଜଣଙ୍କ ଏହା କହି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ। ସେହି ସମୟରେ ରାସ୍ତାରୁ ଅତି ପାଖରେ ସୌମ୍ୟଙ୍କ ହାତଗୋଡ଼ ବାନ୍ଧି ପଡ଼ିଆରେ ମାଡ଼ ମାରୁଥିଲେ ଦୁର୍ବୃତ୍ତ ମାନେ। କିନ୍ତୁ ମାଡ଼ ଖାଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୌମ୍ୟଙ୍କୁ ଆମ୍ବୁଲାନ୍ସରେ ନେବା ପରିବର୍ତ୍ତେ ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ସେ ବ୍ୟକ୍ତି ଜଣକ। ତେବେ ସେ ବ୍ୟକ୍ତି ଜଣକ କିଏ ଓ କାହିଁକି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆମ୍ବୁଲାନ୍ସ ଫେରାଇବା ପଛରେ ଷଡ଼ଯନ୍ତ୍ର ଅଛି କି ନାହିଁ ତାହା ଏବେ ତନାଘନା କରୁଛି ଜାତୀୟ ମାନବାଧିକାର ଆୟୋଗ।

ଅନ୍ୟପଟେ ଜାତୀୟ ମାନବାଧିକାର କମିସନଙ୍କ ପାଖରେ ହାଜର ହୋଇଛନ୍ତି ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର । କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଏଲ.ଡି. ବେହେରା ହାଜର ହୋଇଛନ୍ତି । ସୌମ୍ୟଙ୍କ ସାଙ୍ଗ ନିଶିକାନ୍ତ ଗୋପୀ, ପୂର୍ବତନ ବାଲିଅନ୍ତା ଥାନା ଆଇଆଇସି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର