ଦୋକାନ ଭିତରେ ଗ୍ୟାସ୍‌ ସିଲିଣ୍ଡର ଫାଟି ନାବାଳକ ଜୀବନ୍ତ ଦଗ୍ଧ !

Madhusudan Das Picture
Published On

ଭଞ୍ଜନଗର: ଗ୍ୟାସ୍‌ ସିଲିଣ୍ଡର ଫାଟି ନାବାଳକ ଜୀବନ୍ତ ଦଗ୍ଧ । ଦୋକାନ ଭିତରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର । ଜୀବନ୍ତ ଜଳିଗଲେ ଦୋକାନ ଭିତରେ ଥିବା ନାବାଳକ ଜଣକ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୋରଡ଼ା ଥାନା ଅନ୍ତର୍ଗତ ସାମନ୍ତରାଘାଇ ଛକଠାରେ। ମୃତକ ହେଲେ ଦୁଲାଡ଼ ଗ୍ରାମର ବାଦଲ ମୂଳି । ମୃତ ନାବାଳକ ଜଣକ ନିଜ ମାମୁଘରକୁ ବୁଲିବାକୁ ଆସିଥିବାବେଳେ ଏଭଳି ଘଟଣା ଘଟିଛି। 

ଆହୁରି ପଢ଼ନ୍ତୁ: ଦୟାନଦୀ କୂଳରେ ଶାନ୍ତିର ପ୍ରତୀକ ଭଗବାନ ଗୌତମ ବୁଦ୍ଧଙ୍କ ବିରାଟକାୟ ବାଲୁକାକଳା

ସୂଚନା ଅନୁସାରେ, ଦୁଲାଡ଼ ଗ୍ରାମର ବାଦଲ ମୂଳି (୧୩) ଖରାଛୁଟି ଥିବାରୁ ସାମନ୍ତରାଘାଇରେ ଥିବା ନିଜ ମାମୁଘରକୁ ବୁଲିବାକୁ ଆସିଥିଲେ। ମଙ୍ଗଳବାର ଖରାବେଳେ ସାମନ୍ତରାଘାଇରେ ଥିବା ମାମୁଙ୍କ ତେଜରାତି ଦୋକାନକୁ ଯାଇଥିଲେ। ହେଲେ ଦୁର୍ଭାଗ୍ୟ ଯେ, ଦୋକାନରେ କୌଣସି କାରଣରୁ ନିଆଁଲାଗିଯାଇଥିଲା। ଫଳରେ ସେଠାରେ ଥିବା ଏକ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଫାଟିଯାଇଥିଲା । ସିଲିଣ୍ଡର ଫାଟିବା ପରେ ନିଆଁ ଆହୁରି କରାଳ ରୂପ ନେଇଥିଲା। ବାଦଲ ନିଆଁ ଭିତରୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇନି। 

ଆହୁରି ପଢ଼ନ୍ତୁ: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ଥାନା ଘେରାଉ ସହ କଟକ-ଭୁବନେଶ୍ୱର ରାସ୍ତା ଅବରୋଧ କଲେ ଗ୍ରାମବାସୀ

02 Jun 2026 By Madhusudan Das

ଦୋକାନ ଭିତରେ ଗ୍ୟାସ୍‌ ସିଲିଣ୍ଡର ଫାଟି ନାବାଳକ ଜୀବନ୍ତ ଦଗ୍ଧ !

ଭଞ୍ଜନଗର: ଗ୍ୟାସ୍‌ ସିଲିଣ୍ଡର ଫାଟି ନାବାଳକ ଜୀବନ୍ତ ଦଗ୍ଧ । ଦୋକାନ ଭିତରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର । ଜୀବନ୍ତ ଜଳିଗଲେ ଦୋକାନ ଭିତରେ ଥିବା ନାବାଳକ ଜଣକ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୋରଡ଼ା ଥାନା ଅନ୍ତର୍ଗତ ସାମନ୍ତରାଘାଇ ଛକଠାରେ। ମୃତକ ହେଲେ ଦୁଲାଡ଼ ଗ୍ରାମର ବାଦଲ ମୂଳି । ମୃତ ନାବାଳକ ଜଣକ ନିଜ ମାମୁଘରକୁ ବୁଲିବାକୁ ଆସିଥିବାବେଳେ ଏଭଳି ଘଟଣା ଘଟିଛି। 

ସୂଚନା ଅନୁସାରେ, ଦୁଲାଡ଼ ଗ୍ରାମର ବାଦଲ ମୂଳି (୧୩) ଖରାଛୁଟି ଥିବାରୁ ସାମନ୍ତରାଘାଇରେ ଥିବା ନିଜ ମାମୁଘରକୁ ବୁଲିବାକୁ ଆସିଥିଲେ। ମଙ୍ଗଳବାର ଖରାବେଳେ ସାମନ୍ତରାଘାଇରେ ଥିବା ମାମୁଙ୍କ ତେଜରାତି ଦୋକାନକୁ ଯାଇଥିଲେ। ହେଲେ ଦୁର୍ଭାଗ୍ୟ ଯେ, ଦୋକାନରେ କୌଣସି କାରଣରୁ ନିଆଁଲାଗିଯାଇଥିଲା। ଫଳରେ ସେଠାରେ ଥିବା ଏକ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଫାଟିଯାଇଥିଲା । ସିଲିଣ୍ଡର ଫାଟିବା ପରେ ନିଆଁ ଆହୁରି କରାଳ ରୂପ ନେଇଥିଲା। ବାଦଲ ନିଆଁ ଭିତରୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇନି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର