ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

Madhusudan Das Picture
Published On

କେନ୍ଦ୍ରାପଡ଼ା: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ । ପାଖରେ ନାହିଁ ପାସପୋର୍ଟ, ଚାରିମାସ ହେଲା ଦରମା ମିଳୁ ନଥିବାରୁ ଭୋକ ଉପବାସରେ କଟୁଛି ଜୀବନ । ଘରକୁ ଫେରାଇ ଆଣିବାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଓଡିଶା ସରକାରଙ୍କୁ ଆକୁଳ ନିବେଦନ କଲେ ଶ୍ରମିକ । ଥାଇଲ୍ୟାଣ୍ଡରେ କାମ କରିବାକୁ ଯାଇଥିବା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ୪ ଜଣ ଶ୍ରମିକ ସେଠାରେ ଫସି ରହିଥିବା ଅଭିଯୋଗ ହୋଇଛି। ଥାଇଲ୍ୟାଣ୍ଡର କାବିନ ବୁରୀ ଅଞ୍ଚଳରେ ଏହି ଶ୍ରମିକମାନଙ୍କୁ ବନ୍ଧକ ରଖାଯିବା ସହ ଶୋଷଣ କରାଯାଉଥିବା ନେଇ ସେମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସେମାନେ ସରକାରଙ୍କୁ ଗୁହାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଥାଇଲ୍ୟାଣ୍ଡରେ ଫସି ରହିଥିବା ଶ୍ରମିକମାନେ ହେଲେ କେନ୍ଦ୍ରାପଡ଼ାର କ୍ଷୀରୋଦ ଦାସ, ମନୋଜ ମଲ୍ଲିକ, କୈଳାସ ସେଠୀ, ଏବଂ ନିତ୍ୟାନନ୍ଦ ମଲ୍ଲିକ। ସେମାନଙ୍କ ସହିତ ଉତ୍ତରପ୍ରଦେଶ ଗୋରଖପୁରର ରାଜ କୁମାର ପାଶୀ ମଧ୍ୟ ଅଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏକ ପ୍ଲାଇଉଡ୍ କାରଖାନାର ମାଲିକ ସେମାନଙ୍କର ପାସପୋର୍ଟ ଛଡ଼ାଇ ନେଇଛନ୍ତି ଏବଂ ଗତ ୪ ମାସ ଧରି ଦରମା ଦେଇନାହାନ୍ତି। ବିନା ଦରମା, ପାସପୋର୍ଟ ଏବଂ ଖାଦ୍ୟରେ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଶ୍ରମିକମାନେ ଭିଡିଓରେ ପ୍ରକାଶ କରିଛନ୍ତି ଯେ ଦରମା ମାଗିଲେ କିମ୍ବା କାରଖାନା ଛାଡ଼ିବାକୁ ଚେଷ୍ଟା କଲେ ସେମାନଙ୍କୁ ମାଡ଼ ମରାଯିବା ସହ ପୋଲିସ ଦ୍ୱାରା ଗିରଫ କରାଇବାର ଧମକ ଦିଆଯାଉଛି। ଜଣେ ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପାସପୋର୍ଟ ଫେରାଇବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କଠାରୁ ₹୩ ଲକ୍ଷ ଦାବି କରୁଛନ୍ତି। ଆହୁରି ହୃଦୟବିଦାରକ କଥା ହେଉଛି, ଜଣେ ଶ୍ରମିକଙ୍କୁ ତାଙ୍କ ମାଆଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ମଧ୍ୟ ଭାରତ ଆସିବାକୁ ଅନୁମତି ଦିଆଯାଇନଥିଲା। ଏହା ବ୍ୟତୀତ କୈଳାସ ସେଠୀ ଗୁରୁତର ଅସୁସ୍ଥ ଥିଲେ ମଧ୍ୟ ତାଙ୍କୁ କୌଣସି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉନାହିଁ। ବର୍ଷକ ପୂର୍ବେ ଟୁରିଷ୍ଟ ଭିସାରେ ଏହି ଶ୍ରମିକମାନଙ୍କୁ ଥାଇଲ୍ୟାଣ୍ଡ ନିଆଯାଇଥିଲା ଏବଂ ବର୍ତ୍ତମାନ ସେମାନଙ୍କର ଭିସା ଅବଧି ମଧ୍ୟ ଶେଷ ହୋଇଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର