ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

Madhusudan Das Picture
Published On

ସାତକୋଶିଆ: ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀ ୩ ତାରିଖ ରାତି ୧୦ରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଫିସରେ ପହଁଚିଛି । ଶିମିଳିପାଳର ଘଞ୍ଚ ଜଙ୍ଗଲରେ ଛଡ଼ାଯିବ ବୋଲି ଖବର ପ୍ରକାଶ ପାଇଥିବା ବେଳେ ତାକୁ ଆଣି ଶିମିଳିପାଳ ପାଦଦେଶ ସାତକୋଶିଆ ଜଙ୍ଗଲରେ ଛଡ଼ାଯିବାକୁ ଯୋଜନା କରାଯାଇଛି । ଫଳରେ ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ବିରୋଧ କରିବା ଆରମ୍ଭ କରିଛନ୍ତି । ଗେଟ ତାଲା ପକାଇ ରଖାଯାଇଥିବା ସତ୍ତ୍ୱେ ବାହାରେ ବହୁ ସଂଖ୍ୟାରେ ମହିଳା ବିରୋଧ ପ୍ରଦର୍ଶନ କରୁଛନ୍ତି । ହାତୀ ଯେଉଁଠୁ ଅଣାଯାଇଛି ସେଠାକୁ ଫେରେଇ ନିଆଯାଉ ବୋଲି ଦାବି କରିଛନ୍ତି । ଆମେ ଗରିବ ଲୋକ ଜଙ୍ଗଲକୁ ଗଲେ ଚଳୁଛୁ । ତେଣୁ ଏଠାରେ ହାତୀ ଛଡାଯାଉ ନାହିଁ ବୋଲି କହିଛନ୍ତି ମହିଳାମାନେ । ତେବେ ପ୍ରଶାସନ କ'ଣ ନିଷ୍ପତ୍ତି ନେବ ତାହା ଜଣାପଡ଼ିନାହିଁ । 

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

ସୂଚନା ମୁତାବକ ୩ ତାରିଖରେ ନର ହନ୍ତା ଦନ୍ତାକୁ କାବୁ କରାଯାଇଥିଲା । ଦୀର୍ଘ ତିନି ବର୍ଷ ଧରି ପାଖାପାଖି ଦଶ ଜଣ ଲୋକଙ୍କ ଜୀବନ ନେଇଥିବା ଦନ୍ତା ହାତୀକୁ ଅନୁଗୁଳ ବନଖଣ୍ଡ ର କୁସୁମପାଟ ଇଲାକାରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଦନ୍ତାଟିକୁ ପ୍ରାୟ ଦୁଇ ଥରରେ ଟ୍ରାଙ୍କୁଳାଇଜ କରି ଉଦ୍ଧାର କରିବା ପରେ ସ୍ୱତନ୍ତ୍ର ଗାଡିରେ ସମ୍ପୃକ୍ତ ସ୍ଥାନରୁ ସ୍ଥାନାନ୍ତରିତ କରାଯାଇ କରଞ୍ଜିଆ ବନଖଣ୍ଡ ସାତକୋଶିଆ ବଣ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚିଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ହାତୀକୁ ଅନ୍ୟତ୍ର ଛାଡିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଛି l ସାତକୋଶିଆରେ ହାତୀକୁ ଛାଡିଲେ ପୁଣି ଜୀବନ ହାନି ହେବl ସୁନିଶ୍ଚିତ । ହାତୀ ବର୍ତ୍ତମାନ ସୁଧା ଗାଡି ଉପରେ ହିଁ ଅଛି । ହାତୀକୁ ଗାଡି ଉପରେ ଖାଦ୍ୟ ପାନୀୟ ଦିଆ ଯାଉଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ଯୁବବର୍ଗ ତଥା Gen Z ଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

04 Jun 2026 By Madhusudan Das

ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ସାତକୋଶିଆ: ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀ ୩ ତାରିଖ ରାତି ୧୦ରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଫିସରେ ପହଁଚିଛି । ଶିମିଳିପାଳର ଘଞ୍ଚ ଜଙ୍ଗଲରେ ଛଡ଼ାଯିବ ବୋଲି ଖବର ପ୍ରକାଶ ପାଇଥିବା ବେଳେ ତାକୁ ଆଣି ଶିମିଳିପାଳ ପାଦଦେଶ ସାତକୋଶିଆ ଜଙ୍ଗଲରେ ଛଡ଼ାଯିବାକୁ ଯୋଜନା କରାଯାଇଛି । ଫଳରେ ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ବିରୋଧ କରିବା ଆରମ୍ଭ କରିଛନ୍ତି । ଗେଟ ତାଲା ପକାଇ ରଖାଯାଇଥିବା ସତ୍ତ୍ୱେ ବାହାରେ ବହୁ ସଂଖ୍ୟାରେ ମହିଳା ବିରୋଧ ପ୍ରଦର୍ଶନ କରୁଛନ୍ତି । ହାତୀ ଯେଉଁଠୁ ଅଣାଯାଇଛି ସେଠାକୁ ଫେରେଇ ନିଆଯାଉ ବୋଲି ଦାବି କରିଛନ୍ତି । ଆମେ ଗରିବ ଲୋକ ଜଙ୍ଗଲକୁ ଗଲେ ଚଳୁଛୁ । ତେଣୁ ଏଠାରେ ହାତୀ ଛଡାଯାଉ ନାହିଁ ବୋଲି କହିଛନ୍ତି ମହିଳାମାନେ । ତେବେ ପ୍ରଶାସନ କ'ଣ ନିଷ୍ପତ୍ତି ନେବ ତାହା ଜଣାପଡ଼ିନାହିଁ । 

ସୂଚନା ମୁତାବକ ୩ ତାରିଖରେ ନର ହନ୍ତା ଦନ୍ତାକୁ କାବୁ କରାଯାଇଥିଲା । ଦୀର୍ଘ ତିନି ବର୍ଷ ଧରି ପାଖାପାଖି ଦଶ ଜଣ ଲୋକଙ୍କ ଜୀବନ ନେଇଥିବା ଦନ୍ତା ହାତୀକୁ ଅନୁଗୁଳ ବନଖଣ୍ଡ ର କୁସୁମପାଟ ଇଲାକାରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଦନ୍ତାଟିକୁ ପ୍ରାୟ ଦୁଇ ଥରରେ ଟ୍ରାଙ୍କୁଳାଇଜ କରି ଉଦ୍ଧାର କରିବା ପରେ ସ୍ୱତନ୍ତ୍ର ଗାଡିରେ ସମ୍ପୃକ୍ତ ସ୍ଥାନରୁ ସ୍ଥାନାନ୍ତରିତ କରାଯାଇ କରଞ୍ଜିଆ ବନଖଣ୍ଡ ସାତକୋଶିଆ ବଣ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚିଥିଲା ।

ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ହାତୀକୁ ଅନ୍ୟତ୍ର ଛାଡିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଛି l ସାତକୋଶିଆରେ ହାତୀକୁ ଛାଡିଲେ ପୁଣି ଜୀବନ ହାନି ହେବl ସୁନିଶ୍ଚିତ । ହାତୀ ବର୍ତ୍ତମାନ ସୁଧା ଗାଡି ଉପରେ ହିଁ ଅଛି । ହାତୀକୁ ଗାଡି ଉପରେ ଖାଦ୍ୟ ପାନୀୟ ଦିଆ ଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର