କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ବଦଳିଲେ ଥାନାର ସବୁ କର୍ମଚାରୀ

Madhusudan Das Picture
Published On

ଗଞ୍ଜାମ: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ । ବଦଳିଲେ ଥାନାର ସମସ୍ତ କର୍ମଚାରୀ । ଥାନାର ସମସ୍ତ ୨୩ ଜଣ ଷ୍ଟାଫ ଓ ବାଲିଛାଇ ଫାଣ୍ଡିର ୩ ଜଣ ଷ୍ଟାଫଙ୍କୁ ବଦଳି କରାଯାଇଛି । ଗଞ୍ଜାମ ଏସପି ହରିଶ ବିସି କର୍ମଚାରୀଙ୍କୁ ଅନ୍ୟ ଥାନାକୁ ବଦଳି କରିଛନ୍ତି । ସୁଶାନ୍ତ ସାହୁଙ୍କ ହାଜତ ମୃତ୍ୟୁ ଅଭିଯୋଗ ପରେ ଥାନାରେ କାର୍ଯ୍ୟରତ IPS ଅଫିସରଙ୍କୁ ଜିଲ୍ଲା ହେଡ଼ କ୍ଵାର୍ଟରକୁ ବଦଳି କରିଥିଲେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ।  ସେହିପରି ଥାନାର ଜଣେ SI ଓ କନେଷ୍ଟବଳଙ୍କୁ ଓ ଫାଣ୍ଡିର ଜଣେ ASIଙ୍କୁ ନିଲମ୍ବନ କରିଥିଲେ । ଏହା ପରେ ସମସ୍ତଙ୍କୁ ବଦଳି କରାଇବା ପାଇଁ ଏସପିଙ୍କୁ କହିଥିଲେ । ହାଜତ ମୃତ୍ୟୁ ଘଟଣାର ତଦନ୍ତ ଚାଲିଥିବାବେଳେ ପ୍ରଶାସନର ଏହି ପଦକ୍ଷେପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି । 

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

ସୂଚନାଯୋଗ୍ୟ, ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପୋଲିସ ମାଡରେ ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କ ମୃତ୍ୟୁ ହୋଇଥିଲା।  ତାଙ୍କୁ ୬ ଦିନ ଥାନାରେ ଅଟକ ରଖି ମାଡ ମରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ପୋଲିସର ଥାର୍ଡ ଡିଗ୍ରୀ ମାଡ଼ରେ ଯୁବକଙ୍କ ମୃତ୍ୟୁ ପରେ ତୀବ୍ର ହୋଇଥିଲା ଜନଅସନ୍ତୋଷ । ଘଟଣା ଏବେ ଦେଶର ସର୍ବୋଚ୍ଚ ମାନବାଧିକାର ସଂସ୍ଥାରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ମାମଲାକୁ ଗମ୍ଭୀରତାର ସହ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପି ଙ୍କୁ କଡ଼ା ନୋଟିସ୍ ଜାରି କରିଥିଲା ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

03 Jun 2026 By Madhusudan Das

କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ବଦଳିଲେ ଥାନାର ସବୁ କର୍ମଚାରୀ

ଗଞ୍ଜାମ: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ । ବଦଳିଲେ ଥାନାର ସମସ୍ତ କର୍ମଚାରୀ । ଥାନାର ସମସ୍ତ ୨୩ ଜଣ ଷ୍ଟାଫ ଓ ବାଲିଛାଇ ଫାଣ୍ଡିର ୩ ଜଣ ଷ୍ଟାଫଙ୍କୁ ବଦଳି କରାଯାଇଛି । ଗଞ୍ଜାମ ଏସପି ହରିଶ ବିସି କର୍ମଚାରୀଙ୍କୁ ଅନ୍ୟ ଥାନାକୁ ବଦଳି କରିଛନ୍ତି । ସୁଶାନ୍ତ ସାହୁଙ୍କ ହାଜତ ମୃତ୍ୟୁ ଅଭିଯୋଗ ପରେ ଥାନାରେ କାର୍ଯ୍ୟରତ IPS ଅଫିସରଙ୍କୁ ଜିଲ୍ଲା ହେଡ଼ କ୍ଵାର୍ଟରକୁ ବଦଳି କରିଥିଲେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ।  ସେହିପରି ଥାନାର ଜଣେ SI ଓ କନେଷ୍ଟବଳଙ୍କୁ ଓ ଫାଣ୍ଡିର ଜଣେ ASIଙ୍କୁ ନିଲମ୍ବନ କରିଥିଲେ । ଏହା ପରେ ସମସ୍ତଙ୍କୁ ବଦଳି କରାଇବା ପାଇଁ ଏସପିଙ୍କୁ କହିଥିଲେ । ହାଜତ ମୃତ୍ୟୁ ଘଟଣାର ତଦନ୍ତ ଚାଲିଥିବାବେଳେ ପ୍ରଶାସନର ଏହି ପଦକ୍ଷେପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି । 

ସୂଚନାଯୋଗ୍ୟ, ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପୋଲିସ ମାଡରେ ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କ ମୃତ୍ୟୁ ହୋଇଥିଲା।  ତାଙ୍କୁ ୬ ଦିନ ଥାନାରେ ଅଟକ ରଖି ମାଡ ମରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ପୋଲିସର ଥାର୍ଡ ଡିଗ୍ରୀ ମାଡ଼ରେ ଯୁବକଙ୍କ ମୃତ୍ୟୁ ପରେ ତୀବ୍ର ହୋଇଥିଲା ଜନଅସନ୍ତୋଷ । ଘଟଣା ଏବେ ଦେଶର ସର୍ବୋଚ୍ଚ ମାନବାଧିକାର ସଂସ୍ଥାରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ମାମଲାକୁ ଗମ୍ଭୀରତାର ସହ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପି ଙ୍କୁ କଡ଼ା ନୋଟିସ୍ ଜାରି କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର