ମନୋରଞ୍ଜନ
ଓଡ଼ିଶାରେ 'ଗୁଣ୍ଡାରାଜ': ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ବିଶେଷକରି ବ୍ରହ୍ମପୁରରେ ଘଟିଥିବା ଅପରାଧିକ ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଏକ ଟ୍ୱିଟ୍ ମାଧ୍ୟମରେ ସେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ନବୀନ କହିଛନ୍ତି, ବ୍ରହ୍ମପୁର ବଡ଼ବଜାର ସ୍ଥିତ ଅମ୍ବିକା ନଗରରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ କଟୁରୀରେ ନିର୍ମମ ଭାବେ ଆକ୍ରମଣର ଦୃଶ୍ୟ ଅତ୍ୟନ୍ତ ବିଚଳିତ କରିବା ପରି । ଏଇ କିଛି ଦିନ ତଳେ ବ୍ରହ୍ମପୁରରେ ଜଣେ ଯୁବକ ଓ ଯୁବତୀଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ମନରୁ ନ ଲିଭୁଣୁ ପୁଣି ଏପରି ନାରକୀୟ କାଣ୍ଡ ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି।
https://twitter.com/Naveen_Odisha/status/2058815578119492005
ସାରା ଓଡ଼ିଶାରେ ଗୁଣ୍ଡାରାଜ୍, ଚାରିଆଡ଼େ ଭୟର ବାତାବରଣ। ପୋଲିସ ଏନକାଉଣ୍ଟରର ଧମକ ଦେବା ପରେ ବି ଅପରାଧୀ ଭୟଶୂନ୍ୟ ହୋଇ ରାଜରାସ୍ତାରେ ଅପରାଧ ଘଟାଇବା ଶାସନ ବ୍ୟବସ୍ଥାର ଅପାରଗତାକୁ ଦର୍ଶାଉଛି ବୋଲି ଟ୍ୱିଟର ଉଲ୍ଲେଖ କରିଛନ୍ତି ନବୀନ । ସ୍ଥିତି ହାତରୁ ଖସିଯିବା ଆଗରୁ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ତଥା ଆଇନର ଶାସନ ବଜାୟ ରଖିବା ପାଇଁ ବଡ଼ ବଡ଼ ଭାଷଣ ଛାଡ଼ି ସରକାର ସଜାଗ ହୁଅନ୍ତୁ କହିଛନ୍ତି ନବୀନ ।