ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ନିବେଦନ

Suryakanta Picture
Published On

ରାଜ୍ୟ କ୍ୟାବିନେଟ୍ ଦ୍ୱାରା ପ୍ରସ୍ତାବିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ବା ସ୍ଥଗିତ ରଖିବା ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ ଏପ୍ରିଲ ୪ ତାରିଖରେ ରାଜ୍ୟ ସରକାର ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (DMRC) ସହ ହୋଇଥିବା ଏହି ବୃହତ ପ୍ରକଳ୍ପର ଚୁକ୍ତିକୁ ବାତିଲ୍ କରିଥିବା ବେଳେ, ଏହାର ପୁନଃବିଚାର ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହାସହ ସେ ତାଙ୍କର ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଗତ ଏପ୍ରିଲ ୮ ତାରିଖରେ ଲେଖାଯାଇଥିବା ଏକ ବିସ୍ତୃତ ଚିଠିରେ ସେ ଦର୍ଶାଇଛନ୍ତି ଯେ, ଏଭଳି ଏକ ଜରୁରୀ ଭିତ୍ତିଭୂମି ପ୍ରକଳ୍ପକୁ ହଠାତ୍ ବନ୍ଦ କରିଦେବା ରାଜଧାନୀର ଦୀର୍ଘମିଆଦୀ ସହରାଞ୍ଚଳ ଯୋଜନା ଏବଂ ଜନସାଧାରଣଙ୍କ ଚାହିଦା ସହ ଆଦୌ ମେଳ ଖାଉନାହିଁ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

'ଲାଭ ପାଇଁ ନୁହେଁ, ଜନକଲ୍ୟାଣ ପାଇଁ ପ୍ରକଳ୍ପ'

ସାମାଜିକ ଗଣମାଧ୍ୟମ 'ଏକ୍ସ' (X)ରେ ନିଜର ପ୍ରତିକ୍ରିୟା ରଖି ସାଂସଦ କହିଛନ୍ତି, "କିଛି ପ୍ରକଳ୍ପ ଲାଭ ଆଶାରେ ନୁହେଁ, ବରଂ ବୃହତ୍ତର ଜନକଲ୍ୟାଣ ପାଇଁ କରାଯାଇଥାଏ।" ରାଜ୍ୟ ସରକାରଙ୍କ ଏହି କ୍ୟାବିନେଟ୍ ନିଷ୍ପତ୍ତିର ପୁନଃବିଚାର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ପ୍ରକଳ୍ପ ପାଇଁ ୬,୨୫୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ଏବଂ ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଟ୍ରାଫିକ୍ ସମସ୍ୟାର ସମାଧାନ ହେବ ମେଟ୍ରୋ

ଭୁବନେଶ୍ୱରରେ ଦ୍ରୁତ ନଗରୀକରଣ ଯୋଗୁଁ ବଢୁଥିବା ଟ୍ରାଫିକ୍ ସମସ୍ୟା ଉପରେ ଚିନ୍ତା ବ୍ୟକ୍ତ କରି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ସହର ଏବେ ଏକ ଜଟିଳ ସ୍ଥିତିରେ ପହଞ୍ଚିଲାଣି। ଏକ ଉଚ୍ଚ-କ୍ଷମତାସମ୍ପନ୍ନ, ଆଧୁନିକ ତଥା ଶସ୍ତା ସାର୍ବଜନୀନ ପରିବହନ ବ୍ୟବସ୍ଥା ଭାବେ ମେଟ୍ରୋ ରେଳ ହିଁ ଏକମାତ୍ର ଦୀର୍ଘମିଆଦୀ ବିକଳ୍ପ। ଏହା କେବଳ ଭୁବନେଶ୍ୱର ନୁହେଁ, ବରଂ ଲାଗି ରହିଥିବା କଟକ, ଜଟଣୀ ଏବଂ ଖୋର୍ଦ୍ଧା ଅଞ୍ଚଳର ପରିବହନ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବ। ଏହାଦ୍ୱାରା ବରିଷ୍ଠ ନାଗରିକ, ମହିଳା, ଛାତ୍ରଛାତ୍ରୀ, କର୍ମଜୀବୀ ଏବଂ ଦିବ୍ୟାଙ୍ଗମାନେ ସୁରକ୍ଷିତ ଏବଂ ସୁବିଧାଜନକ ଯାତ୍ରା କରିପାରିବେ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର