ପ୍ରାଚୀ, ଧନୁଆ ଓ ଦୟା ନଦୀର ହେବ ପୁନରୁଦ୍ଧାର
ଭୁବନେଶ୍ବର : ପ୍ରାଚୀ, ଧନୁଆ, ଦୟା ନଦୀର ହେବ ପୁନରୁଦ୍ଧାର । ଭୁବନେଶ୍ୱର ଆଖପାଖରେ ଥିବା କେନାଲ ଗୁଡ଼ିକର ଆରଆଇଡିଏଫ ସ୍କିମ ମାଧ୍ୟମରେ କିଭଳି ମରାମତି ହୋଇପାରିବ, ଏହା ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ବଜେଟ୍ରେ ସଞ୍ଜିବନୀ ନାମରେ ଏକ ଯୋଜନା କରାଯାଇଛି । ଏହି ଯୋଜନା ଅଧୀନରେ ଯେଉଁ ନଦୀ ଗୁଡ଼ିକର ଜଳସ୍ରୋତ ପୁରା ବନ୍ଦ ହୋଇଯାଉଛି, ସେଗୁଡ଼ିକର ପୁନରୁଦ୍ଧାର ହେବ । ସେଥିଲାଗି ପ୍ରାଚୀ ନଦୀ ପାଇଁ ୩୦୦ କୋଟି, ଧନୁଆ ନଦୀ ପାଇଁ ୭୫ କୋଟି ଓ ଦୟା ନଦୀ ପାଇଁ ୧୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ସେହିଭଳି କେନାଲ ଗୁଡ଼ିକର ମରାମତି ପାଇଁ ୪ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳର ଉନ୍ନତି ପାଇଁ ମୋଟ୍ ଉପରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିପାଇଁ ଆମ ସରକାର ବଜେଟ୍ରେ ଆର୍ଥିକ ବ୍ୟବସ୍ଥା କରିଛନ୍ତି । ଏହାଦ୍ୱାରା ନଦୀଗୁଡ଼ିକରେ ପୁନର୍ବାର ଜଳସ୍ରୋତ ପ୍ରବାହ ଠିକ୍ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।